Advertisment

ଶ୍ୱେତା ତିୱାରୀ ହେବେ କଡା ସିବିଆଇ ଅଫିସର୍

ଯଦି ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀଙ୍କ କଥା ଉଠେ ତେବେ ଶ୍ୱେତା ତିୱାରୀ ବାଦ ପଡିବେ ନାହିଁ। ଆଜିକାଲି ଏହି ଅଭିନେତ୍ରୀ କିଛି ନୂଆ କରିବାକୁ ଚିନ୍ତା କରୁଛନ୍ତି। ଶ୍ୱେତାଙ୍କୁ ଆମେ ଖୁବ୍ ଶୀଘ୍ର 'ଶୁକ୍ଲା ଭି /ଏସ୍ ତ୍ରିପାଠୀ'ରେ ଦେଖିବାକୁ ପାଇବା। ଏହି ନୂତନ ସସ୍‌ପେନ୍ସ ଥ୍ରୀଲର ସୋ’ରେ ଶ୍ୱେତା ଜଣେ କଡା ସିବିଆଇ ଅଫିସର୍ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି।

ଶ୍ୱେତା ତିୱାରୀ ହେବେ କଡା ସିବିଆଇ ଅଫିସର୍

SHWETA TIWARI

Advertisment

ମୁମ୍ବାଇ : ଯଦି ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀଙ୍କ କଥା ଉଠେ ତେବେ ଶ୍ୱେତା ତିୱାରୀ ବାଦ ପଡିବେ ନାହିଁ। ଆଜିକାଲି ଏହି ଅଭିନେତ୍ରୀ କିଛି ନୂଆ କରିବାକୁ ଚିନ୍ତା କରୁଛନ୍ତି। ଶ୍ୱେତାଙ୍କୁ ଆମେ ଖୁବ୍ ଶୀଘ୍ର 'ଶୁକ୍ଲା ଭି /ଏସ୍ ତ୍ରିପାଠୀ'ରେ ଦେଖିବାକୁ ପାଇବା। ଏହି ନୂତନ ସସ୍‌ପେନ୍ସ ଥ୍ରୀଲର ସୋ’ରେ ଶ୍ୱେତା ଜଣେ କଡା ସିବିଆଇ ଅଫିସର୍ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। ଶ୍ୱେତାଙ୍କ ପ୍ରଶଂସକମାନେ ଏହି ଖବର ଶୁଣି ବହୁତ ଖୁସି ହୋଇଯିବେ। ଏହି ଅଭିନେତ୍ରୀ ବର୍ତ୍ତମାନ 'ଖତ୍‌ରୋ କେ ଖିଲାଡି-୧୧'ରେ ନଜର ଆସୁଛନ୍ତି। ଆଜିକାଲି ଶ୍ୱେତା ମଧ୍ୟ ତାଙ୍କ ଫିଗରକୁ ନେଇ ବେଶ ଚର୍ଚ୍ଚାରେ ରହୁଛନ୍ତି।

Advertisment

'ଶୁକ୍ଲା ଭି/ଏସ୍ ତ୍ରିପାଠୀ'ର କାହାଣୀ ମଧୁରିମା ନାମକ ଜଣେ ଯୁବ କବିଙ୍କୁ ନେଇ ପର୍ଯ୍ୟବେଶିତ। ଦୁର୍ଭାଗ୍ୟବଶତଃ ଏକ ଲାଇଭ୍ ଟେଲିଭିଜନ ଶୋ’ରେ ତାଙ୍କୁ ଗୁଳି କରିଦିଆଯାଉଛି। ଏଭଳି ହଠାତ ହତ୍ୟା ହେବା ପରେ ଶ୍ୱେତାଙ୍କ ଚରିତ୍ର ରାଜନୈତିକ ସମାଜ ଏବଂ ଏହାର ଆଦର୍ଶକୁ ଧ୍ୟାନ ନ ଦିଆଯାଇ ମାମଲାର ସମାଧାନ କରିବା ଦିଗରେ ଗତି କରେ। ସୂଚନା ଅନୁଯାୟୀ ଯେତେବେଳେ ଶ୍ୱେତାଙ୍କୁ ତାଙ୍କର ନୂଆ ସୋ ବିଷୟରେ ପଚରାଗଲା, ସେ କହିଥିଲେ ଯେ “ମୁଁ ଆଗାମୀ ଧାରାବାହିକ ଶୁକ୍ଲା ଭି/ଏସ୍ ତ୍ରିପାଠୀର ଅଂଶ ହୋଇଥିବାରୁ ଉତ୍ସାହିତ ହୋଇପଡିଛି। ଏହା ଖୁବ୍‌ ସସ୍‌ପେନ୍ସ ଓ ଥ୍ରୀଲରରେ ଭରପୂର। ଆମେ ଏବେ ଏହା ପାଇଁ ଶୁଟିଂ ଆରମ୍ଭ କରିଛୁ।”

Advertisment

ଜଣେ ସିବିଆଇ ଅଧିକାରୀର ନିଜ ଅନ୍‌ସ୍କ୍ରିନ୍‌ ଚରିତ୍ରକୁ ବର୍ଣ୍ଣନା କରି ସେ କହିଛନ୍ତି ଯେ, “ମୁଁ ଜଣେ ସିବିଆଇ ଅଧିକାରୀ ରିଦ୍ଧିମା ଲାଖା ଭୂମିକାରେ ଅଭିନୟ କରୁଛି, ଯାହାକୁ କେହି ଲାଞ୍ଚ ଦେଇପାରିବେ ନାହିଁ। ଆମେ ଏକ ନୂଆ ଯାତ୍ରାର ଆରମ୍ଭ କରିଛୁ। ମୁଁ କେବଳ ଆମର ପ୍ରଶଂସକଙ୍କ ଠାରୁ ଭଲ ପାଇବା ଓ ସମର୍ଥନ କାମନା କରୁଛି।”

ଏହି ଶୋ’ର ପ୍ରିମିୟର OTT ପ୍ଲାଟ୍‌ଫର୍ମ ଉଲୁରେ ହେବ, ଯାହାକି ରଶ୍ମୀ ଦେଶାଇ ଓ ତନୁଜ ବିରଭାନୀଙ୍କ ଅଭିନୀତ 'ତନ୍ଦୁର'ର ଲଞ୍ଚ୍‌ ପରେ ଚର୍ଚ୍ଚାକୁ ଆସିଛି। ପ୍ରକାଶଥାଉ କି ଶ୍ୱେତା ତିୱାରୀ ନିକଟରେ ତାଙ୍କ ସ୍ୱାମୀ ଅଭିନବ କୋହଲିଙ୍କ ସହ ଏକ ବିବାଦକୁ ନେଇ ଚର୍ଚ୍ଚାରେ ଥିଲେ। ଅଭିନବ ଅଭିଯୋଗ କରିଥିଲେ ଯେ ଶ୍ୱେତା ତାଙ୍କୁ ତାଙ୍କ ପୁଅ ରେୟାଂଶଙ୍କୁ ଭେଟିବାକୁ ଦିଅନ୍ତି ନାହିଁ।

Advertisment
Indian Media & Entertainment Industry
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ