Advertisment

Viral Video: ଅଦନାନ ପିନ୍ଧୁଥିଲେ ପାଇଜାମା, ଡୋର ଟାଣିଦେଲେ ଶିବାନୀ; ଯାହା ଦେଖିଲେ ହସି ହସି ଗଡିଗଲେ

ଘରେ ଘରେ ପରିଚିତ ହୋଇଥିବା ଶିବାନୀ କୁମାରୀ ମଧ୍ୟ ବିଗ୍ ବସ୍ OTT 3 ପାଇଁ ହେଡ୍‌ଲାଇନ୍‌ରେ ଅଛନ୍ତି। ବିଗ୍ ବସ୍‌ର ଯେଉଁ ଭିଡିଓ ସାମ୍ନାକୁ ଆସିଛି ସେଥିରେ ସେ ଅଦନାନ୍ ଶେଖଙ୍କ ପାଇଜାମାର ନାଡା ଟାଣୁଥିବାର ନଜର ଆସିଛନ୍ତି। ତା’ପରେ ଲୋକମାନେ ତାଙ୍କର କ୍ଲାସ୍ ନେବା ଆରମ୍ଭ କରିଦେଇଛନ୍ତି।

Shivani kumari brutally troll for pulling adnaan sheikh pajama nara

Shivani kumari brutally troll for pulling adnaan sheikh pajama nara

Advertisment

ଆଜିକାଲି ବିଗ୍ ବସ୍ OTT 3 ଚର୍ଚ୍ଚାରେ ଅଛି। ପ୍ରତିଦିନ ନୂଆ ଡ୍ରାମା ଏବଂ ଲଢେଇ-ଝଗଡା ଦେଖିବାକୁ ମିଳୁଛି। ପ୍ରତ୍ୟେକ ପ୍ରତିଯୋଗୀ ଫାଇନାଲ୍‌ରେ ଜାଗା ନେବା ଦୌଡ଼ରେ ଅଛନ୍ତି। ଆଜିକାଲି ଶୋ’ ଅନେକ କାରଣ ପାଇଁ ସମ୍ବାଦରେ ଅଛି। ରମନ-ବିଶାଲଙ୍କ ଚାପୁଡ଼ା ଘଟଣା ପରେ ଘରେ ଅଦନାନ୍ ଶେଖ ୱାଇଲ୍ଡ କାର୍ଡ ପ୍ରବେଶ କରିଛନ୍ତି।

Advertisment

ବିଗ୍ ବସ୍ ଘରେ ତିନି ଜଣଙ୍କ ସହ ଅଦନାନଙ୍କ ବନ୍ଧୁତା ଅତ୍ୟନ୍ତ ସ୍ୱତନ୍ତ୍ର। ସେମାନେ ହେଉଛନ୍ତି ନେଜି, ବିଶାଲ ଏବଂ ସନା ସୁଲତାନ। ନିକଟରେ ବିଗ୍ ବସ୍ ଘରେ ଲଭକେଶଙ୍କ ସହ ତାଙ୍କ ଗରମାଗରମ ସମ୍ପର୍କ ଥିବା ନଜରକୁ ଆସିଥିଲା। ବର୍ତ୍ତମାନ ସମୟରେ ଶିବାନୀ କୁମାରୀଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ନେଇ ସେ ନେଟିଜେନଙ୍କ ଟାର୍ଗେଟ୍‌କୁ ଆସିଛନ୍ତି ଆଉ ଟ୍ରୋଲ୍ ବି ହେଉଛନ୍ତି।

'ହେଲୋ ଫ୍ରେଣ୍ଡା' ନାମରେ ଘରେ ଘରେ ପରିଚିତ ହୋଇଥିବା ଶିବାନୀ କୁମାରୀ ମଧ୍ୟ ବିଗ୍ ବସ୍ OTT 3 ପାଇଁ ହେଡ୍‌ଲାଇନ୍‌ରେ ଅଛନ୍ତି। ବିଗ୍ ବସ୍‌ର ଯେଉଁ ଭିଡିଓ ସାମ୍ନାକୁ ଆସିଛି ସେଥିରେ ସେ ଅଦନାନ୍ ଶେଖଙ୍କ ପାଇଜାମାର ନାଡା ଟାଣୁଥିବାର ନଜର ଆସିଛନ୍ତି। ତା’ପରେ ଲୋକମାନେ ତାଙ୍କର କ୍ଲାସ୍ ନେବା ଆରମ୍ଭ କରିଦେଇଛନ୍ତି।

Advertisment

ଶିବାନୀଙ୍କ ନଖରାମୀ:

ଭିଡିଓରେ ଦେଖାଯାଏ ଯେ ଅଦନାନ୍ ତାଙ୍କ ପାଇଜାମା ପିନ୍ଧୁଛନ୍ତି। ସେ ଉପରେ କିଛି ପିନ୍ଧି ନାହାଁନ୍ତି। ଅଦନାନ୍ ତାଙ୍କ ପାଇଜାମାର ନାଡା ବାନ୍ଧୁଥିବାବେଳେ ଶିବାନୀ କୁମାରୀ ଚେଞ୍ଜିଂ ରୁମ୍‌କୁ ହଠାତ୍ ପଶିଯାଆନ୍ତି ଆଉ ଏବଂ ଅଦନାନ୍‌ଙ୍କୁ ପାଇଜାମାର ନାଡାକୁ ଧରି ଟାଣିଦିଅନ୍ତି। ଭାଗ୍ୟଭଲ ଅଦନାନ୍ ତାଙ୍କ ପାଇଜାମାକୁ ଜୋର୍‌ରେ ଧରିଥିଲେ, ନ ହେଲେ ସିଧା ଖସିପଡିଥାନ୍ତା।

Advertisment


ନାଡା ଟାଣି ହସି ହସି ଗଡିଲେ:

ଏହା ପରେ, ଶିବାନୀ ଚେଞ୍ଜିଂ ରୁମ୍‌ରୁ ହସି ହସି ଆସନ୍ତି ଆଉ ସେଟ୍ ଉପରେ ଗଡିଯାଆନ୍ତି। ସେ ଅଦନାନ୍‌ଙ୍କ ପାଇଜାମା ଏବଂ ନାଡା ଦେଖି ହସି ହସି ଗଡନ୍ତି। ବର୍ତ୍ତମାନ ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଲୋକେ ଏହାକୁ ଦେଖି ଅସନ୍ତୋଷ ପ୍ରକାଶ କରିବା ସହ ଶିବାନୀଙ୍କୁ ଟ୍ରୋଲ୍ କରୁଛନ୍ତି।

ଲୋକେ କହିଲେ ଏମିତି:

ଭିଡିଓ ଉପରେ ମନ୍ତବ୍ୟ ଦେଇ ଜଣେ ଲେଖିଛନ୍ତି – “ମଜା ନୁହେଁ, ଏହାକୁ ଖରାପ ବ୍ୟବହାର କୁହାଯାଏ।” ଅନ୍ୟ ଜଣେ ଲେଖିଛନ୍ତି – ଏ କି ମଜ୍ଜା, ଏମିତି କ’ଣ ହୁଏ? ଆଉ ଜଣେ ଲେଖିଛନ୍ତି- “ମୁଁ ଶିବାନୀଙ୍କୁ ପସନ୍ଦ କରେ, କିନ୍ତୁ ଏହା ଭୁଲ ଅଟେ। ଏହା ଆଦୌ ମଜା ନୁହେଁ। ଯଦି ଏମିତି ଏକ ଝିଅ ସହିତ ହୋଇଥାନ୍ତା, ତେବେ ତାଙ୍କୁ ଅସହଜ ଲାଗିଥାନ୍ତା ଏବଂ ପୁଅମାନଙ୍କ ସହିତ ମଧ୍ୟ ଏମିତି ହୁଏ। ସେ ପୁଅ ହୁଅନ୍ତୁ କି ଝିଅ ହୁଅନ୍ତୁ, କେହି ସେମାନଙ୍କ ସୀମା ଅତିକ୍ରମ କରିବା ଉଚିତ ନୁହେଁ।”

Bigg Boss Viral Video Bigg Boss OTT
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ