Advertisment

ଶିଳ୍ପା ଶେଟ୍ଟୀଙ୍କୁ ଟାର୍ଗେଟ୍ କଲେ ଶର୍ଲିନ୍ ଚୋପ୍ରା; କହିଲେ ନିଜ ଭୁଲ ମାନିଯାଅ

ରାଜ କୁନ୍ଦ୍ରାଙ୍କ ଉପରେ ଅଶ୍ଳୀଳ ସିନେମା ତିଆରି କରିବା ଓ ସେଗୁଡିକୁ ପ୍ରସାରଣ କରିବା ମାମଲା ଲାଗିଛି। ଏହି କାରଣରୁ ସେ ଏବେ ଜେଲ୍‌ର ଚାରି କାନ୍ଥରେ ଦିନ କାଟୁଛନ୍ତି। ଏହି ମାମଲାକୁ ନେଇ ଶିଳ୍ପା ଶେଟ୍ଟୀ ମଧ୍ୟ ଚର୍ଚ୍ଚାର ଘେରକୁ ଆସି ଯାଇଛନ୍ତି। ଏହି ଘଟଣା ଆରମ୍ଭରୁ ଶର୍ଲିନ୍ ଚୋପ୍ରା ଅଶ୍ଳୀଳତା ମାମଲାକୁ ନେଇ ଉଭୟ ରାଜ କୁଦ୍ରା ଓ ଶିଳ୍ପା ଶେଟ୍ଟୀଙ୍କ ଉପରେ ଆକ୍ରମଣ କରିଆସୁଛନ୍ତି।

Sherlyn Chopra

Sherlyn Chopra

Advertisment

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା ଅଶ୍ଳୀଳତା ମାମଲାରେ ଆଜିକାଲି ଜେଲ୍‌ରେ ଅଛନ୍ତି। ରାଜ କୁନ୍ଦ୍ରାଙ୍କ ଉପରେ ଅଶ୍ଳୀଳ ସିନେମା ତିଆରି କରିବା ଓ ସେଗୁଡିକୁ ପ୍ରସାରଣ କରିବା ମାମଲା ଲାଗିଛି। ଏହି କାରଣରୁ ସେ ଏବେ ଜେଲ୍‌ର ଚାରି କାନ୍ଥରେ ଦିନ କାଟୁଛନ୍ତି। ଏହି ମାମଲାକୁ ନେଇ ଶିଳ୍ପା ଶେଟ୍ଟୀ ମଧ୍ୟ ଚର୍ଚ୍ଚାର ଘେରକୁ ଆସି ଯାଇଛନ୍ତି। ଏହି ଘଟଣା ଆରମ୍ଭରୁ ଶର୍ଲିନ୍ ଚୋପ୍ରା ଅଶ୍ଳୀଳତା ମାମଲାକୁ ନେଇ ଉଭୟ ରାଜ କୁଦ୍ରା ଓ ଶିଳ୍ପା ଶେଟ୍ଟୀଙ୍କ ଉପରେ ଆକ୍ରମଣ କରିଆସୁଛନ୍ତି। ବର୍ତ୍ତମାନ ପୁଣି ଥରେ ସେ ଏଭଳି କରିବା ନଜରକୁ ଆସିଛି।

Advertisment

ଶର୍ଲିନ ଚୋପ୍ରା ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ସେ ଶିଳ୍ପା ଶେଟ୍ଟୀଙ୍କୁ ବ୍ୟଙ୍ଗାତ୍ମକ ଭାବେ କହୁଥିବା ଦେଖାଯାଏ। ଏହି ଭିଡିଓ ଜରିଆରେ ଶର୍ଲିନ୍ ଅଭିନେତ୍ରୀଙ୍କୁ ନିଜର ଭୁଲ ମାନିଯିବାକୁ କହିଛନ୍ତି। ୨ ମିନିଟରୁ ଅଧିକ ସମୟରେ ପ୍ରସ୍ତୁତ ହୋଇଥିବା ଏହି ଭିଡିଓ ଖୁବ୍ ଜୋର୍‌ରେ ଭାଇରାଲ ହେବାରେ ଲାଗିଛି। ଶର୍ଲିନ୍ ଚୋପ୍ରା ଏହି ଭିଡିଓ ସେୟାର କରି ଲେଖିଛନ୍ତି ଯେ- “ହାଏ ଶିଳ୍ପା ଦିଦି, ମୋର ଆପଣଙ୍କୁ ଅନୁରୋଧ ଯେ ପୀଡିତ ମହିଳାଙ୍କ ପ୍ରତି ଆପଣ କିଛି ସହାନୁଭୂତି ଦେଖାନ୍ତୁ ଏବଂ ନିଜ ଭୁଲକୁ ସ୍ୱୀକାର କରି ନିଅନ୍ତୁ। ନିଜ ଭୁଲ ମାନିଗଲେ କେହି କେବେ ଛୋଟ ହୋଇଯାଏ ନାହିଁ।”

Advertisment

ପ୍ରକାଶଥାଉ ଯେ ଗୋଟିଏ ମାସରୁ ଅଧିକ ହେବ ରାଜ କୁନ୍ଦ୍ରା ଅଶ୍ଳୀଳତା ମାମଲାରେ ଜେଲରେ ଅଛନ୍ତି। ତାଙ୍କୁ ଜୁଲାଇ ୧୯ରେ ମୁମ୍ବାଇ କ୍ରାଇମବ୍ରାଞ୍ଚ୍‌ ଗିରଫ କରିଥିଲା। ଏହା ପରେ ରାଜ କୁନ୍ଦ୍ରା ଓ ତାଙ୍କ ସହ ଜଡିତ ଅଶ୍ଳୀଳତାର ବଡ ବଡ ରାକେଟ୍‌ର ଖୁଲାସା କରିଥିଲା। ଏହି ଖୁଲାସାରେ ଗୋଟିଏ ପରେ ଗୋଟିଏ ମଡେଲ୍ ଓ ଅଭିନେତ୍ରୀମାନେ ସାମ୍ନାକୁ ଆସିଥିଲେ। ଏମାନେ ସମସ୍ତେ ରାଜ କୁନ୍ଦ୍ରାଙ୍କ ଉପରେ ସାଙ୍ଘାତିକ ଅଭିଯୋଗ ଆଣିଲେ।

Advertisment

କିଛି ଝିଅ ସେମାନଙ୍କୁ ଅଶ୍ଳୀଳ ଫିଲ୍ମରେ ଜବରଦସ୍ତ କାମ କରିବା ନେଇ ବାଧ୍ୟ କରାଯାଇଥିବା ଅଭିଯୋଗ କରିଥିଲେ। ଶର୍ଲିନ୍ ଚୋପ୍ରା ମଧ୍ୟ ରାଜ କୁନ୍ଦ୍ରଙ୍କ ବିରୋଧରେ ସମ୍ବେଦନଶୀଳ ଅଭିଯୋଗ ଆଣିଥିଲେ। ସେ ରାଜ କୁନ୍ଦ୍ରା ଓ ତାଙ୍କ କମ୍ପାନୀ ବିରୋଧରେ ଅଭିଯୋଗ କରିଥିଲେ। ରାଜ କୁନ୍ଦ୍ରା ତାଙ୍କ ସହ ଜବରଦସ୍ତ ଶାରିରୀକ ସମ୍ପର୍କ ରଖିବା ନେଇ ଚେଷ୍ଟା କରିଥିବା ସେ କହିଥିଲେ।

Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ