Advertisment

ଗଧ ପିଠିରେ ବସି IIFA ସେଟ୍‌କୁ ଆସିଲେ ଶାହିଦ-ଫରହାନ

ହୀରୋମାନଙ୍କ ଏଣ୍ଟ୍ରୀ ସବୁବେଳେ ଦାମି କାର୍‌ରେ ହୋଇଥାଏ। ହେଲେ ଶାହିଦ କପୁର ଓ ଫରହାନ୍ ଖାନ ଦୁଇ ଗଧରେ ବସି IIFA ସେଟ୍‌କୁ ଆସିଲେ। ଜାଣନ୍ତୁ ପୂରା ଖବର…

Shahid Kapoor and Farhan Akhtar entered at IIFA awards on donkeys

Shahid Kapoor and Farhan Akhtar entered at IIFA awards on donkeys

Advertisment

ନିକଟରେ ତାରକାମାନଙ୍କର ପ୍ରସିଦ୍ଧ IIFA ପୁରସ୍କାର (ଆନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ଏକାଡେମୀ ପୁରସ୍କାର) ୨୦୨୨ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନେକ ବଲିଉଡ ତାରକା ଅଂଶଗ୍ରହଣ କରିଥିଲେ। ପରସ୍ପର ସହିତ ବହୁତ ଥଟ୍ଟାମଜା ମଧ୍ୟ କରିଥିଲେ। ଖୁବ ଶୀଘ୍ର IIFA ପୁରସ୍କାର ଟିଭିରେ ପ୍ରସାରିତ ହେବାକୁ ଯାଉଛି। ଏଥିପାଇଁ ଦର୍ଶକ ବହୁତ ଉତ୍ସାହିତ ଅଛନ୍ତି। ଏହି ଶୋ’ ଟିଭିରେ ଆସିବା ପୂର୍ବରୁ, IIFA ପୁରସ୍କାର ସହ ଜଡିତ ଏକ ଥ୍ରୋବ୍ୟାକ୍ ଭିଡିଓ ସାମ୍ନାକୁ ଆସିଛି। ଏହାକୁ ଯିଏ ଦେଖିବ ସିଏ ଆଶ୍ଚର୍ଯ୍ୟ ହେବ। ଏହି ଭିଡିଓରେ ଅଭିନେତା ଶାହିଦ କପୁର ଏବଂ ଫରହାନ ଅଖତରଙ୍କୁ ଏକ ଅଜବ ଢଙ୍ଗରେ ଦେଖିବାକୁ ମିଳେ।

Advertisment

IIFA ଏହାର ଅଫିସିଆଲ୍ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏହି ଭିଡିଓ ଶେୟାର କରିଛି। ଏଥିରେ ଶାହିଦ କପୁର ଏବଂ ଫରହାନ ଅଖତର ଏକ ଗଧ ଉପରେ ବସିଥିବା ନଜର ଆସିଛନ୍ତି। ଏହି ଉଭୟ କଳାକାର ଗଧ ଉପରେ ବସି IIFAର ସେଟ୍‌ରେ ପ୍ରବେଶ କରୁଛନ୍ତି। ଏହି ଭିଡିଓରେ ଶାହିଦ କପୁର କହୁଛନ୍ତି ଯେ, 'ଯେଉଁମାନେ ହାମର ସହ ଏଣ୍ଟ୍ରି କରୁଥିଲେ, ସ୍ପୋର୍ଟ୍ସ୍ ବାଇକ୍‌ରେ ଏଣ୍ଟ୍ରି କରୁଥିଲେ, ଯେଉଁମାନେ ନିଆଁ ଭିତରକୁ ଏଣ୍ଟ୍ରି କରୁଥିଲେ, ଆଜି ସେ ଦୁଇଟି ଗଧ ଉପରେ ବସି ଏଣ୍ଟ୍ରି କରୁଛନ୍ତି।

ଏମିତି ଶାହିଦ କପୁର କହିବା ପରେ ଫରହାନ ଅଖତର କହିଛନ୍ତି ଯେ, “ଗଧମାନେ ମଧ୍ୟ ସେମିତି ଭାବୁଥିବେ।” ଶାହିଦ କପୁର ଏବଂ ଫରହାନ ଅଖତରଙ୍କ ଏହି ମଜାଳିଆ ଭିଡିଓ ୨୦୧୬ ମସିହାର IIFA ପୁରସ୍କାରରୁ ଆସିଛି। ଉଭୟ ଅଭିନେତାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ୍‌ ହେବାରେ ଲାଗିଛି। ଶାହିଦ କପୁର ଏବଂ ଫରହାନ ଅଖତରଙ୍କ ପ୍ରଶଂସକମାନେ ଏହି ଭିଡିଓକୁ ବହୁତ ପସନ୍ଦ ମଧ୍ୟ କରୁଛନ୍ତି। ସେମାନେ ଏହାକୁ ବେଶ ଉପଭୋଗ କରୁଥିବା ବେଳେ ନିଜ ନିଜ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି।

Advertisment
Bollywood IIFA Awards 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ