Advertisment

Viral Video: ଏମିତି ଫ୍ୟାନ, ଭେଣ୍ଟିଲେଟର୍‌ରେ ଥାଇ ବି ଦେଖିଲେ 'ଜବାନ'; ଭିଡିଓ ହେଲା ଭାଇରାଲ୍

'ଜବାନ' ରିଲିଜ ହେବାର ୧୧ ଦିନ ବିତିଯାଇଥିଲେ ବି ଏହାର କ୍ରେଜ୍ କମୁନି। SRKଙ୍କ ପ୍ରଶଂସକମାନେ ତାଙ୍କ ଫିଲ୍ମକୁ ଉପଭୋଗ କରିବା ପାଇଁ କ୍ରମାଗତ ଭାବରେ ପ୍ରେକ୍ଷାଳୟକୁ ଆସୁଛନ୍ତି। ଏହାରି ଭିତରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ଦିବ୍ୟାଙ୍ଗ ଭେଣ୍ଟିଲେଟରରେ ଥାଇ ବି ଫିଲ୍ମ ଦେଖିଛନ୍ତି।

Shah rukh khan physically challenged fan watched jawan on ventilator

Shah rukh khan physically challenged fan watched jawan on ventilator

Advertisment

ଶାହରୁଖ ଖାନ ଏବଂ ନୟନତାରାଙ୍କ ଯୋଡି ବାଲା ଫିଲ୍ମ 'ଜବାନ' ରିଲିଜ ହେବାର ୧୧ ଦିନ ବିତିଗଲାଣି। ଏବେ ବି ଏହି ଫିଲ୍ମ ବକ୍ସ ଅଫିସରେ ପ୍ରାଧାନ୍ୟ ବିସ୍ତାର କରିଚାଲିଛି। ବର୍ତ୍ତମାନ ପର୍ଯ୍ୟନ୍ତ ରୋଜଗାରରେ ସାରା ବିଶ୍ୱରେ ୮୦୦ କୋଟି ଟଙ୍କା ପାର କରିଥିବା ବେଳେ ଦେଶରେ ପାଖାଖି ୫୦୦ କୋଟି ଟଙ୍କା ରୋଜଗାର କଲାଣି। ଏବେ ବି ଏହି ଫିଲ୍ମ ପାଇଁ ଦର୍ଶକଙ୍କ କ୍ରେଜ୍ ସମାନ ରହିଛି।

Advertisment

SRKଙ୍କ ପ୍ରଶଂସକମାନେ ତାଙ୍କ ଫିଲ୍ମକୁ ଉପଭୋଗ କରିବା ପାଇଁ କ୍ରମାଗତ ଭାବରେ ପ୍ରେକ୍ଷାଳୟକୁ ଆସୁଛନ୍ତି। ଏହାରି ଭିତରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ଦିବ୍ୟାଙ୍ଗ ଭେଣ୍ଟିଲେଟରରେ ଥାଇ ବି ଫିଲ୍ମ ଦେଖିବା ପାଇଁ ପହଞ୍ଚିଛନ୍ତି।

ସିନେମା ହଲରୁ ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖାଯାଇଥିବା ଦିବ୍ୟାଙ୍ଗାଙ୍କ ନାମ ଅନିସ୍ ଫାରୁଖୀ ବୋଲି କୁହାଯାଉଛି। ଏହି ବ୍ୟକ୍ତି ଶାହରୁଖ ଖାନଙ୍କର ଜଣେ ବଡ଼ ପ୍ରଶଂସକ। ‘ଜବାନ’ର ବାହାବାହା ଶୁଣିବା ପରେ ସେ ନିଜେ ନିଜ ପରିବାରକୁ ଥିଏଟରରେ ଏହି ଫିଲ୍ମ ଦେଖିବାର ଇଚ୍ଛା ବିଷୟରେ କହିଥିଲେ। ଅନିସଙ୍କ ଅବସ୍ଥାକୁ ଅନୁଧ୍ୟାନ କରି ପରିବାର ଲୋକେ ଚଳଚ୍ଚିତ୍ର ‘ଜବାନ’ର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ବ୍ୟବସ୍ଥା କରି ତାଙ୍କୁ ଫିଲ୍ମ ଦେଖାଇଛନ୍ତି। ଫିଲ୍ମ ଦେଖିବା ପରେ ଅନିସ୍ ବହୁତ ଖୁସି ହୋଇଛନ୍ତି। ତାଙ୍କ ଖୁସି ଏହି ଭିଡିଓରେ ଦେଖିବାକୁ ମିଳେ।

Advertisment

ପ୍ରାଥମିକ ତଥ୍ୟ ଅନୁଯାୟୀ, ୧୧ ଦିନରେ ‘ଜବାନ’ ୩୬.୫୦ କୋଟି ଟଙ୍କା ରୋଜଗାର କରିଛନ୍ତି। ଭାରତରେ ଫିଲ୍ମର ମୋଟ ସଂଗ୍ରହ ୪୭୭.୨୮ କୋଟି ଟଙ୍କା ହୋଇଛି। ସେହିପରି ବିଶ୍ୱବ୍ୟାପୀ ‘ଜବାନ୍’ ୮୦୦.୧ କୋଟି ଟଙ୍କା ରୋଜଗାର କରିଛି।

Advertisment

ରୋଜଗାର ବିଷୟରେ କହିବାକୁ ଗଲେ ଫିଲ୍ମ ପ୍ରଥମ ଦିନରେ ୭୫ କୋଟି, ଦ୍ୱିତୀୟ ଦିନରେ ୫୩.୨୩ କୋଟି, ତୃତୀୟ ଦିନରେ ୭୭.୮୩ କୋଟି, ଚତୁର୍ଥ ଦିନରେ ୮୦.୧ କୋଟି, ପଞ୍ଚମ ଦିନରେ ୩୨.୯୨ କୋଟି, ଷଷ୍ଠ ଦିନରେ ୨୬ କୋଟି, ସପ୍ତମ ଦିନରେ ୨୩.୨ କୋଟି ଏବଂ ଅଷ୍ଟମ ଦିନରେ ୨୧.୬ କୋଟି, ନବମ ଦିନରେ ୧୯.୧ କୋଟି ଏବଂ ଦଶମ ଦିନରେ ୩୧.୮ କୋଟି ଟଙ୍କା ରୋଜଗାର କରିଛି।

Bollywood Shahrukh Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ