Advertisment

‘ଜବରଦସ୍ତ ମୋ ସହ ଶାରୀରିକ ସମ୍ପର୍କ ରଖୁଛନ୍ତି, ନ୍ୟୁଡ୍‌ ଫଟୋ ରଖି ବ୍ଲାକ୍‌ମେଲିଂ କରୁଛନ୍ତି’

ଅଭିନେତ୍ରୀ କରାଇବା ଆଳରେ ପ୍ରଯୋଜକ ଅକ୍ଷୟ ପରିଜା ଯୌନ ନିର୍ଯାତନା ଦେଉଥିବା ନେଇ ଜଣେ ଯୁବତୀ ଅଭିଯୋଗ କରିଛନ୍ତି।

ଅଦ୍ୟତନ ହୋଇଛି
Sexual Harassment Allegation Against Producer Akshay Parija

Sexual Harassment Allegation Against Producer Akshay Parija

Advertisment

ପ୍ରଯୋଜକ ଅକ୍ଷୟ ପରିଜାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆସିଛି। ଅଭିନେତ୍ରୀ କରାଇବା ଆଳରେ ଅକ୍ଷୟ ପରିଜା ଯୌନ ନିର୍ଯାତନା ଦେଉଥିବା ନେଇ ଜଣେ ଯୁବତୀ ଅଭିଯୋଗ କରିଛନ୍ତି। ଯୁବତୀଙ୍କ ଅଭିଯୋଗ ଅନୁସାରେ, ଅକ୍ଷୟ ପରିଜା ତାଙ୍କୁ ଅଭିନେତ୍ରୀ କରାଇବା ଆଳ ଦେଖାଇ ବର୍ଷେ ଧରି ଜୋରଜବରଦସ୍ତ ଭାବେ ଶାରୀରିକ ସମ୍ପର୍କ ରଖିଥିଲେ।

Advertisment

ତାଙ୍କ ଅଶ୍ଲୀଳ ଫଟୋ ରଖି ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ବୋଲି ସମ୍ପୃକ୍ତ ଯୁବତୀ ଅକ୍ଷୟ ପରିଜାଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି। ଯୁବତୀଙ୍କ ବିବାହ ଠିକ୍ ହେବା ପରେ ଅତ୍ୟାଚାର ବଢ଼ିଥିଲା। ଯଦି, ସେ ଆଉ କାହାକୁ ବାହା ହେବେ ତା’ହେଲେ ତାଙ୍କୁ ଜୀବନରେ ମାରି ଦେବାକୁ ଅକ୍ଷୟ ପରିଜା ଧମକ ଦେଇଥିବା ଯୁବତୀ ଅଭିଯୋଗ କରିଛନ୍ତି। ତେବେ ଏ ସଂକ୍ରାନ୍ତରେ ପୋଲିସରେ କୌଣସି ଅଭିଯୋଗ ହୋଇ ନ ଥିବା ସୂଚନା ମିଳିଛି।

Advertisment

ଯୁବତୀଙ୍କ ଅଭିଯୋଗ ଅନୁସାରେ, ‘ମୁଁ ହରିଜନ ଜାତିର ଝିଅ। ଦୀର୍ଘ ବର୍ଷ ହେଲା ପ୍ରଯୋଜକ ଅକ୍ଷୟ ପରିଜା ମୋ ସହ ଜବରଦସ୍ତ ଶାରୀରିକ ସମ୍ପର୍କ ରଖୁଛନ୍ତି। ମୋର ନ୍ୟୁଡ୍‌ ଫଟୋ ରଖି ବ୍ଲାକ୍‌ମେଲିଂ କରୁଛନ୍ତି। ମୋ ସହ ଶାରୀରିକ ସମ୍ପର୍କ ରଖୁଛନ୍ତି। ଏହାର ପ୍ରତିବାଦ କରିବାରୁ ଧମକ ଦେଇ ଜୀବନରୁ ମାରି ଦେବାକୁ କହୁଛନ୍ତି। ମୋର ବାହାଘର ଠିକ୍‌ ହୋଇଯାଇଛି। ସେ କହୁଛନ୍ତି, ତୁ ଯଦି ବାହା ହେବୁ ସେ ପୁଅ ସହ ରଖେଇ ଦେବିନି।’

ଅନ୍ୟପକ୍ଷେ, ଅଭିଯୋଗ ସମ୍ପର୍କରେ ଆମେ ଅକ୍ଷୟ ପରିଜାଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲୁ। କିନ୍ତୁ ସେ ପ୍ରଶ୍ନକୁ ଏଡ଼ାଇ ଦେଇଛନ୍ତି।  

Advertisment
Sexual Harassment Producer Akshay Parija
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ