Advertisment

ସତୀଶ କୌଶିକଙ୍କ ମୃତ୍ୟୁ : ସାମ୍ନାକୁ ଆସିଲା ଦାଉଦ୍ ଲିଙ୍କ୍ !!!

କ’ଣ ରହିଛି ସତ୍ୟତା . . ?

ଅଦ୍ୟତନ ହୋଇଛି
Satish Kaushik

Satish Kaushik

Advertisment

ବଲିଉଡ୍ ହାସ୍ୟ ଅଭିନେତା ତଥା ଖ୍ୟାତନାମା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ମୃତ୍ୟୁକୁ ନେଇ ଉପୁଜିଛି ସନ୍ଦେହ । ଯଦି ବା ସତୀଶଙ୍କର ମୃତ୍ୟୁ ହୃଦଘାତ ଜନିତ ବୋଲି ଡାକ୍ତରୀ ରିପୋର୍ଟ ଆସିଛି, ତଥାପି ବ୍ୟବସାୟିକ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଥାଇ ପାରେ ବୋଲି କହିଛନ୍ତି ସତୀଶଙ୍କ ଜଣେ ବ୍ୟବସାୟୀ ବନ୍ଧୁଙ୍କ ପତ୍ନୀ । ଯେଉଁ ଫାର୍ମ ହାଉସରେ ସତୀଶ ହୋଲି ପାର୍ଟି ମନାଇଥିଲେ, ସେଠାକୁ ଯାଇ ପୋଲିସ ତାର ତଦନ୍ତକୁ ଆଗକୁ ବଢାଇଛି । ଏ ଭିତରେ ପୂରା ଘଟଣାରେ ଅଣ୍ଡରୱାଲ୍ଡ ଡନ୍ ଦାଉଦ ଇବ୍ରାହିମ ଲିଙ୍କ୍ ମଧ୍ୟ ସାମ୍ନାକୁ ଆସିଛି ।...

Advertisment

ବଲିଉଡ୍ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ଦେହାନ୍ତ ହୃଦଘାତରୁ ହୋଇଥିବା ଡାକ୍ତର ସ୍ପଷ୍ଟ କରିଥିଲେ ବି, ଏହାକୁ ନେଇ ବିବାଦ ବଢ଼ିବଢ଼ି ଚାଲିଛି । ହୋଲି ପାର୍ଟିରେ ଡାନ୍ସ କରୁଥିବା ସତୀଶ ହଠାତ୍ କେମିତି ଏତେ ଅସୁସ୍ଥ ହୋଇପଡ଼ିଲେ ସେନେଇ ପ୍ରଶଂସକଙ୍କ ମନରେ ପ୍ରଶ୍ନ ଉଠିଥିବା ବେଳେ, ଏହାକୁ ଆହୁରି ଦୃଢ଼ୀଭୂତ କରିଛି ଦିଲ୍ଲୀ ବ୍ୟବସାୟୀ ବିକାଶ ମାଲୁଙ୍କ ଦ୍ୱିତୀୟ ପତ୍ନୀଙ୍କ ସଂଗୀନ ଅଭିଯୋଗ । ବ୍ୟବସାୟିକ ଶତ୍ରୁତାରୁ ସତୀଶଙ୍କୁ ତାଙ୍କ ସ୍ବାମୀ ହିଁ ହତ୍ୟା କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ବିକାଶଙ୍କ ପତ୍ନୀ । ଯେଉଁ ଦିଲ୍ଲୀସ୍ଥିତ ଫାର୍ମ ହାଉସରେ ହୋଲି ପାର୍ଟି କରିବା ପରେ ସତୀଶ ରାତିଅଧରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ, ସେହି ଫାର୍ମ ହାଉସର ମାଲିକ ହେଉଛନ୍ତି ବିକାଶ ମାଲୁ ।

ବିକାଶଙ୍କ ପତ୍ନୀ ଦିଲ୍ଲୀ ପୋଲିସରେ ଅଭିଯୋଗ କରିଛନ୍ତି ଯେ, ବିକାଶ ଏବଂ ସତୀଶଙ୍କର ବ୍ୟବସାୟିକ ସଂପର୍କ ଥିଲା । ବିକାଶ ସତୀଶଙ୍କଠାରୁ ୧୫ କୋଟି ଟଙ୍କା ଋଣ ନେଇଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଥିଲା। ଏନେଇ ଦୁବାଇରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ମଧ୍ୟ ହୋଇଥିଲା । ତେବେ ତାଙ୍କ ସ୍ୱାମୀଙ୍କ ଫାର୍ମହାଉସରେ ସତୀଶଙ୍କ ଦେହାନ୍ତ ପରେ, ସେଠାରୁ କିଛି ଆପତ୍ତିଜନକ ଔଷଧ ମଧ୍ୟ ମିଳିଛି । ତେଣୁ ସତୀଶଙ୍କ ମୃତ୍ୟୁ ପଛରେ ତାଙ୍କ ସ୍ୱାମୀ ବିକାଶଙ୍କ ହାତ ଥିବା ଅଭିଯୋଗ କରିଛନ୍ତି ତାଙ୍କ ପତ୍ନୀ ।...

Advertisment

କେବଳ ଏତିକି ନୁହେଁ, ବିକାଶଙ୍କ ଅଣ୍ଡରୱାଲଡ ଲିଙ୍କର ମଧ୍ୟ ଖୁଲାସା କରିଛନ୍ତି ତାଙ୍କ ପତ୍ନୀ । କହିଛନ୍ତି ବିକାଶଙ୍କ ସହିତ ଅଣ୍ଡରୱାଲଡ ଡନ୍ ଦାଉଦ୍ ଇବ୍ରାହିମର ଲିଙ୍କ୍ ରହିଛି । ବିକାଶ ନିଜେ ତାଙ୍କୁ କହିଥିଲେ ଯେ, ତାଙ୍କ ଘରକୁ ଦାଉଦର ପୁଅ ଅନାସ୍ ଏବଂ ଡାହାଣ ହାତ ମୁସ୍ତାଫା ବାରମ୍ବାର ଆସୁଥିଲେ । ସେମାନଙ୍କର ଫଟୋ ମଧ୍ୟ ତାଙ୍କ ପାଖରେ ଥିବା ଦାବି କରିଛନ୍ତି ବିକାଶ ମାଲୁଙ୍କ ପତ୍ନୀ । ଏପରିକି ବିକାଶଙ୍କ ଦୁବାଇ ପାର୍ଟିକୁ ବି ଦାଉଦର ପୁଅ ଆସିଥିବା ସେ କହିଛନ୍ତି ।...

ଏସବୁର ତନାଘନା ପାଇଁ ବିକାଶଙ୍କ ଦିଲ୍ଲୀ ସ୍ଥିତ ଫାର୍ମହାଉସରେ ପହଞ୍ଚିଥିଲା ଦିଲ୍ଲୀ ପୋଲିସ । ପୋଲିସ ବିକାଶଙ୍କ ଫାର୍ମହାଉସରେ ପହଞ୍ଚି ହୋଲି ପାର୍ଟିରେ ଉପସ୍ଥିତ ଥିବା ଷ୍ଟାଫ୍ ଓ ଗାର୍ଡଙ୍କୁ ପଚରାଉଚରା କରିବା ସହିତ ଏଣ୍ଟ୍ରି ରେଜିଷ୍ଟର୍ ଯାଞ୍ଚ କରିଛି ।

Advertisment

ଦିଲ୍ଲୀ ପୋଲିସର କହିବାନୁଯାୟୀ, ସତୀଶଙ୍କ ଫାର୍ମ ହାଉସର ପ୍ରାୟ ୭ ଘଣ୍ଟାର ସିସିଟିଭି ଫୁଟେଜ ଯାଞ୍ଚ କରାଯାଇଛି । ଏଥିସହ ଫାର୍ମ ହାଉସରୁ ଜବତ ମେଡିସିନକୁ ପରୀକ୍ଷା ପାଇଁ ପଠାଯାଇଛି । ଏହି ମାମଲାରେ ଏବେ ବି ତଦନ୍ତ ଜାରି ରହିଛି ।

ଅଭିଯୋଗକାରିଣୀ ଅର୍ଥାତ ବିକାଶଙ୍କ ପତ୍ନୀଙ୍କ ବୟାନ ରେକର୍ଡ ପାଇଁ ମଧ୍ୟ ପୋଲିସ ପ୍ରସ୍ତୁତ ହେଉଛି । ତାଙ୍କୁ ହାଜର ହେବାକୁ ସମନ ଜାରି ହୋଇଥିବା ବେଳେ, ବିକାଶଙ୍କ ପତ୍ନୀ ତଦନ୍ତକାରୀ ଅଫିସର୍ ବଦଳାଇବାକୁ ଦାବି କରିଛନ୍ତି ।...

ଅନ୍ୟପକ୍ଷରେ ବ୍ୟବସାୟୀ ବିକାଶ ମାଲୁ କହିଛନ୍ତି, ମୋ ନାଁକୁ ଖରାପ ଉଦ୍ଦେଶ୍ୟରେ ନିଆଯାଇଛି । ଯଦି ମୁଁ କିଛି ଭୁଲ କରିଛି, ତେବେ ମୁଁ ସବୁକିଛି ତଦନ୍ତକୁ ସାମ୍ନା କରିବାକୁ ପ୍ରସ୍ତୁତ। ମୋର କେବଳ ସତିଶ କୌଶିକଙ୍କ ସହ ପାରିବାରିକ ସଂପର୍କ ଥିଲା । ତାଙ୍କ ସହ କୌଣସି ବ୍ୟବସାୟିକ ସଂପର୍କ ନଥିଲା । ଯିଏ ଏନେଇ ଅଭିଯୋଗ ଉଠାଉଛନ୍ତି, ସେ ଏହାକୁ ପ୍ରମାଣ କରି ଦେଖାଇବାର ଅଛି । ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହିତ, ତାଙ୍କ ପତ୍ନୀ ମିଡିଆରେ ହାଇଲାଇଟ୍ ହେବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ବିକାଶ।

Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ