Advertisment

ବଦଳିବ 'ମଧୁବନ'ର ଲିରିକ୍ସ; ୩ ଦିନରେ ଆସିବ ନୂଆ ଗୀତ

ବିବାଦରେ 'ମଧୁବନ'ର ଲିରିକ୍ସ। ବିବାଦ ପରେ କମ୍ପାନୀ ଏହାର ଲିରିକ୍ସ ଓ ଗୀତକୁ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। ତିନି ଦିନ ଭିତରେ ନୂଆ ରୂପରେ ଦର୍ଶକଙ୍କ ସାମ୍ନାକୁ ଆସିବ ଗୀତ।

ଅଦ୍ୟତନ ହୋଇଛି
Saregama to replace Madhuban song

Saregama to replace Madhuban song

Advertisment

ମୁମ୍ବାଇ: ମ୍ୟୁଜିକ୍ କମ୍ପାନୀ 'ସାରେଗାମା' ରବିବାର ନିଶ୍ଚିତ କରିଛି ଯେ କମ୍ପାନୀ ଦ୍ୱାରା ରିଲିଜ୍ ହୋଇଥିବା ଏହାର ନୂଆ ଗୀତ 'ମଧୁବନ'ର ଲିରିକ୍ସ ଏବଂ ଗୀତକୁ ବଦଳାଇବ। ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରଙ୍କ ବିବୃତି ପରେ କମ୍ପାନୀ ଏହି ନିଷ୍ପତ୍ତି ନେଇଛି। ସେ କହିଥିଲେ ଯେ, ଏହି ଗୀତ ହିନ୍ଦୁମାନଙ୍କ ଭାବନାକୁ ଆଘାତ ଦେଇଛି। ରବିବାର ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ଏହି ଗୀତର ଅଭିନେତ୍ରୀ ସନୀ ଲିୟୋନ, ଗାୟକ ଶରିବ ଏବଂ ତୋଷୀଙ୍କୁ ଚେତାବନୀ ଦେଇଥିଲେ ଏବଂ ସେମାନଙ୍କୁ କ୍ଷମା ମାଗିବାକୁ ମଧ୍ୟ କହିଥିଲେ।

Advertisment

କ’ଣ କହିଲା ମ୍ୟୁଜିକ୍ କମ୍ପାନୀ:

ଏକ ବିବୃତିରେ 'ସାରେଗାମା' କହିଛି ଯେ “ଦେଶବାସୀଙ୍କ ମତାମତ ଏବଂ ଭାବନାକୁ ସମ୍ମାନ ଜଣାଇ ଆମେ ସ୍ଥିର କରିଛୁ ଯେ ‘ମଧୁବନ୍' ଗୀତର ଲିରିକ୍ସ ଏବଂ ନାମକୁ ତିନି ଦିନ ମଧ୍ୟରେ ପରିବର୍ତ୍ତନ ହେବ। ଆସନ୍ତା ୩ ଦିନ ମଧ୍ୟରେ ଏହି ଗୀତ ଏକ ନୂଆ ରୂପରେ ସାମ୍ନାକୁ ଆସିବ। ସାରେଗାମା ଏହି ଗୀତକୁ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ୨୨ ଡିସେମ୍ବରରେ ମୁକ୍ତିଲାଭ କରିଥିଲା। ନରୋତ୍ତମ ମିଶ୍ର ଏହା ମଧ୍ୟ କହିଥିଲେ ଯେ ହିନ୍ଦୁମାନେ ମାତା ରାଧାଙ୍କୁ ପୂଜା କରନ୍ତି, ତେଣୁ ଏହି ଗୀତଟି ଲୋକଙ୍କ ଭାବନାକୁ ଆଘାତ ଦେଇଛି।

କ’ଣ କହିଥିଲେ ନରୋତ୍ତମ ମିଶ୍ର:

ଏହି ଗୀତକୁ ନେଇ ନରୋତ୍ତମ ମିଶ୍ର ସାମ୍ବାଦିକଙ୍କୁ କହିଥିଲେ ଯେ “କେତେକ ବିଧର୍ମୀ ହିନ୍ଦୁଙ୍କ ଭାବନାକୁ କ୍ରମାଗତ ଭାବରେ ଆଘାତ ଦେଇ ଚାଲିଛନ୍ତି। ନୂଆ ଗୀତ 'ମଧୁବନ୍ ମେ ରାଧିକା ନାଚେ' ମାଧ୍ୟମରେ ମଧ୍ୟ ଏଭଳି ଏକ ପଦକ୍ଷେପ ମଧ୍ୟ ନିଆଯାଇଛି। ମୁଁ ସନୀ ଲିୟୋନ ଜୀ, ଶରିବ ଏବଂ ତୋଷୀ ଜୀ ଙ୍କୁ ଚେତାବନୀ ଦେଉଛି ଯେ ସେମାନେ ଏହାକୁ ବୁଝନ୍ତୁ। ଯଦି ସେମାନେ ଗୀତକୁ ହଟାଇ ତିନି ଦିନ ମଧ୍ୟରେ କ୍ଷମା ନ ମାଗନ୍ତି ତେବେ ଆମେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ପ୍ରକାଶଥାଉ ଯେ ଏହି ଗୀତ ଗତ ସପ୍ତାହରେ ମୁକ୍ତିଲାଭ କରିଥିଲା।

Advertisment

ସନୀ ଲିୟୋନଙ୍କ ମତ:

ସେହିପରି ଡିସେମ୍ବର ୨୨ରେ ସନି ଲିଓନ୍ ଟ୍ୱିଟ୍ କରି ଏହି ଗୀତର ଘୋଷଣା କରିଥିଲେ। ସେ ଟ୍ୱିଟ୍ ମାଧ୍ୟମରେ କହିଥିଲେ ଯେ 'ନୂଆ ଗୀତ ଆଲର୍ଟ! # ମଧୁବନ୍ ସହିତ ପାର୍ଟି ଭାଇଭ୍। ଏହା ସହିତ ସେ 'ମଧୁବନ୍ ମେଁ ରାଧିକା ଜୈସେ ଜଙ୍ଗଲ ମେଁ ନାଚେ ମୋର୍’ ରେ ଅଭିନୟ କରିଥିଲେ। ଏହି ଗୀତର ଆରମ୍ଭର କେତେକ ଶବ୍ଦ ୧୯୬୦ ମସିହାର ଫିଲ୍ମ ‘କୋହିନୂର୍’ର ଗୀତ ‘ମଧୁବନ ମେଁ ରାଧିକା ନାଚେ ରେ’ ସହିତ ମିଶି ଯାଉଛି। ଏହି ଗୀତରେ ଦିଲୀପ କୁମାର ଅଭିନୟ କରିଥିବା ବେଳେ ଏହାକୁ ମହମ୍ମଦ ରଫି ଗାଇଥିଲେ।

ପ୍ରକାଶଥାଉ ଯେ, ଚଳିତ ବର୍ଷ ଅକ୍ଟୋବରରେ, ନରୋତ୍ତମ ମିଶ୍ର ଫ୍ୟାଶନ୍ ଏବଂ ଜୁଏଲାରୀ ଡିଜାଇନର୍ ସବ୍ୟସାଚୀଙ୍କୁ ମଙ୍ଗଲସୂତ୍ରର ଏକ ବିଜ୍ଞାପନରେ ମହିଳାମାନଙ୍କୁ ଯେଉଁଭଳି ଭାବେ ଚିତ୍ରଣ କରାଯାଇଥିଲା ତା’ ଉପରେ ଆପତ୍ତି କରିଥିଲେ। ଏହାର ଠିକ୍ କିଛିଦିନ ପୂର୍ବରୁ, ସେ ଏକ ବ୍ଲିଚ୍ କମ୍ପାନୀକୁ ମଧ୍ୟ ଏକ ବିଜ୍ଞାପନ ପ୍ରତ୍ୟାହାର କରିବାକୁ କହିଥିଲେ ଯେଉଁଥିଲେ ସମଲିଙ୍ଗୀ ଦମ୍ପତିଙ୍କୁ ଦେଖାଯାଇଥିଲା। ସେ କମ୍ପାନୀକୁ ଚେତାବନୀ ଦେଇଥିଲେ ଯାହା ପରେ ଏହା ପ୍ରତ୍ୟାହୃତ ହୋଇଥିଲା।

Advertisment
Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ