Advertisment

ଭାରତୀୟ ସଂଗୀତଜ୍ଞ ପଣ୍ଡିତ ଶିବ କୁମାର ଶର୍ମାଙ୍କ ଦେହାନ୍ତ

ସନ୍ତୁର ବାଦକ ତଥା ଭାରତୀୟ ସଂଗୀତଜ୍ଞ ପଣ୍ଡିତ ଶିବ କୁମାର ଶର୍ମାଙ୍କର ଆଜି ମୁମ୍ବାଇରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ସେ ଗତ ୬ ମାସ ଧରି କିଡ୍‌ନୀ ସମ୍ବନ୍ଧୀୟ ରୋଗରେ ପୀଡିତ ଥିଲେ ଏବଂ ଡାଏଲିସିସରେ ଚିକିତ୍ସିତ ହେଉଥିଲେ।

ଅଦ୍ୟତନ ହୋଇଛି
Santoor player Pandit Shiv Kumar Sharma death

Santoor player Pandit Shiv Kumar Sharma death

Advertisment

ସନ୍ତୁର ବାଦକ ତଥା ଭାରତୀୟ ସଂଗୀତଜ୍ଞ ପଣ୍ଡିତ ଶିବ କୁମାର ଶର୍ମାଙ୍କର ଆଜି ମୁମ୍ବାଇରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ସେ ଗତ ୬ ମାସ ଧରି କିଡ୍‌ନୀ ସମ୍ବନ୍ଧୀୟ ରୋଗରେ ପୀଡିତ ଥିଲେ ଏବଂ ଡାଏଲିସିସରେ ଚିକିତ୍ସିତ ହେଉଥିଲେ। ତେବେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି। ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ପଣ୍ଡିତ ଶିବ କୁମାର ଶର୍ମା ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛନ୍ତି। ସେ ‘ଚାନ୍ଦନୀ’ ଚଳଚ୍ଚିତ୍ରର ସୁପର୍‌ହିଟ୍ ଗୀତ 'ମେରେ ହାଥୋଁ ମେ ନୌ ନୌ ଚୁଡିୟାଁ'ର ସଙ୍ଗୀତ ଦେଇଥିଲେ। ହରି ପ୍ରସାଦ ଚୌରସିଆଙ୍କ ସହଯୋଗରେ ସେ ଏହି ଗୀତ ରଚନା କରିଥିଲେ।

Advertisment

ଶିବ କୁମାର ଶର୍ମା ସନ୍ତୁରକୁ ଏକ ଶାସ୍ତ୍ରୀୟ ମାନ୍ୟତା ଦେଇଥିଲେ ଏବଂ ସୀତାର ଏବଂ ସରୋଦ ପରି ଅନ୍ୟ ପାରମ୍ପରିକ ତଥା ପ୍ରସିଦ୍ଧ ଯନ୍ତ୍ରଗୁଡ଼ିକ ସହିତ ଏହାକୁ ମଧ୍ୟ ଖ୍ୟାତି ଦେଇଥିଲେ। ସନ୍ତୁର ଏକଦା ଜମ୍ମୁ କଶ୍ମୀରର ଏକ ଅଜ୍ଞାତ ବାଦ୍ୟଯନ୍ତ୍ର ଥିଲା। ଶିବ-ହରି ଯୋଡି ଭାବରେ ସେ ବଂଶୀ କିମ୍ବଦନ୍ତୀ ପଣ୍ଡିତ ହରି ପ୍ରସାଦ ଚୌରାସିଆଙ୍କ ସହ 'ସିଲ୍‌ସିଲା', 'ଲମ୍ହେ' ଓ 'ଚାନ୍ଦନୀ' ଭଳି ଚଳଚ୍ଚିତ୍ର ପାଇଁ ସଂଗୀତ ରଚନା କରିଥିଲେ।

ପଣ୍ଡିତ ଶିବ କୁମାର ଶର୍ମାଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି, “ପଣ୍ଡିତ ଶିବକୁମାର ଶର୍ମାଜୀଙ୍କର ଦେହାନ୍ତ ହେତୁ ଆମର ସାଂସ୍କୃତିକ ଜଗତ କ୍ଷତିଗ୍ରସ୍ତ ହୋଇଛି। ସେ ସନ୍ତୁରକୁ ବିଶ୍ୱ ସ୍ତରରେ ଲୋକପ୍ରିୟ କରାଇଥିଲେ। ତାଙ୍କର ସଂଗୀତ ଆଗାମୀ ପିଢିକୁ ମନ୍ତ୍ରମୁଗ୍ଧ କରିବ। ତାଙ୍କ ସହିତ ମୋର କଥାବାର୍ତ୍ତା ଭଲ ଭାବେ ମନେ ଅଛି। ତାଙ୍କ ପରିବାର ଏବଂ ପ୍ରିୟଜନଙ୍କୁ ସମବେଦନା। ଓମ୍ ଶାନ୍ତି।”

Advertisment

ପଣ୍ଡିତ ଶିବ କୁମାର ଶର୍ମା ୧୯୩୮ ଜାନୁୟାରୀ ୧୩ରେ ଜମ୍ମୁରେ ଜନ୍ମଗ୍ରହଣ କରିଥିଲେ। ସେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତରେ ସନ୍ତୁରକୁ ଏକ ପରିଚୟ ଦେଇଥିବାରୁ ତାଙ୍କୁ ସମ୍ମାନିତ କରାଯାଇଛି। ଏହାକୁ ସେ ଅନେକ ଉଚ୍ଚତାକୁ ନେଇ ବଲିଉଡ୍‌ ପାଇଁ ସଙ୍ଗୀତ ରଚନା ମଧ୍ୟ କରିଥିଲେ। ସେ ଏହାର ଆରମ୍ଭ ଶାନ୍ତାରାମଙ୍କ ‘ଝନକ ଝନକ ବାଜେ ପାୟଲ୍‌’ର ବ୍ୟାକ୍‌ଗ୍ରାଉଣ୍ଡ୍‌ରୁ କରିଥିଲେ।

ପଣ୍ଡିତ ଶିବ କୁମାର ଶର୍ମା ୧୯୬୦ ମସିହାରେ ତାଙ୍କର ପ୍ରଥମ ସୋଲୋ ଗୀତ ରେକର୍ଡ କରିଥିଲେ ଏବଂ ବଂଶୀ ବାଦକ ପଣ୍ଡିତ ହରି ପ୍ରସାଦ ଚୌରାସିଆ ଏବଂ ଗିତାରବାଦକ ବୃଜ ଭୂଷଣ କାବ୍ରାଙ୍କ ସହ ମହାନ ସଂଗୀତ ରଚନା କରିଥିଲେ। ତାଙ୍କୁ ୧୯୮୬ରେ ସମ୍ମାନଜନକ ସଂଗୀତ ନାଟକ ଏକାଡେମୀ ପୁରସ୍କାର ଏବଂ ୧୯୯୧ରେ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା। ୨୦୦୧ମସିହାରେ ତାଙ୍କୁ ପଦ୍ମଭୂଷଣ ସହିତ ସମ୍ମାନିତ କରାଯାଇଥିଲା।

Advertisment
Bollywood Pandit Shiv Kumar Sharma
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ