Advertisment

Viral Video: ସେଲ୍‌ଫି ନେବାରୁ ପ୍ରଶଂସକଙ୍କୁ ଠେଲିଦେଲେ ସଞ୍ଜୟ ଦତ୍ତ; ଭାଇରାଲ୍ ହେଲା ଭିଡିଓ

ସଞ୍ଜୟ ଦତ୍ତ ଏୟାର୍‌ପୋର୍ଟରେ ଚାଲୁଥିବା ବେଳେ ଜଣେ ବ୍ୟକ୍ତି ତାଙ୍କ ସହିତ ସେଲ୍‌ଫି ନେବାକୁ ଚେଷ୍ଟା କରୁଥିଲେ, କିନ୍ତୁ ସଞ୍ଜୁ ବାବା ବଡ଼ ଷ୍ଟାଇଲ୍‌ରେ ତାଙ୍କ କାନ୍ଧରେ ହାତ ରଖି ତାଙ୍କୁ ସାଇଡ୍‌କୁ ଠେଲିଦେଇଥିଲେ। ସୋସିଆଲ୍ ମିଡିଆରେ ଏବେ ଭାଇରାଲ୍ ହେଉଛି ଏହି ଭିଡିଓ।

ଅଦ୍ୟତନ ହୋଇଛି
Sanjay Dutt Viral Video

sanjay dutt trolled for pushing a fan who was trying to take a selfie

Advertisment

ସଞ୍ଜୟ ଦତ୍ତଙ୍କ ଏହି ଭିଡିଓ ଏବେ ଇଣ୍ଟର୍‌ନେଟ୍‌ରେ ଖୁବ ଭାଇରାଲ ହେବାରେ ଲାଗିଛି। ତାଙ୍କର ସ୍ୱାଗ୍ ଦେଖି ଇନ୍‌ଷ୍ଟାଗ୍ରାମ୍‌ ବ୍ୟବହାରକାରୀମାନେ ପୁଣି ଥରେ ତାଙ୍କ ଉପରେ ଫିଦା ହୋଇଛନ୍ତି। ଲୋକଙ୍କର ପୁଣିଥରେ 'ବାସ୍ତବ' ଫିଲ୍ମ ମନେପଡିଯାଇଛି। ସେହି ଫିଲ୍ମରେ ସଞ୍ଜୁ ବାବାଙ୍କୁ ପଠାନି କୁର୍ତ୍ତାରେ ଦେଖିବାକୁ ମିଳିଥିଲା। ବିମାନବନ୍ଦରରେ ଏବେ ତାଙ୍କୁ ସେହି ଷ୍ଟାଇଲ୍‌ରେ ଦେଖିବାକୁ ମିଳିଛି। ତାଙ୍କ ଚାଲିବା ଠାରୁ ଆରମ୍ଭ କରି ତାଙ୍କ ଠାଣି ପର୍ଯ୍ୟନ୍ତ ପ୍ରତ୍ୟେକ ଷ୍ଟାଇଲ୍ ପ୍ରଶଂସକଙ୍କ ହୃଦୟ ଜିତିଛି।

Advertisment

ଗୋଟିଏ ପଟେ ତାଙ୍କ ଲୁକ୍ ଏବଂ ଷ୍ଟାଇଲ୍‌କୁ ପ୍ରଶଂସା କରାଯାଉଥିବାବେଳେ ଅନ୍ୟ ପଟେ କିଛି ଲୋକ ତାଙ୍କ ଆଚରଣକୁ ନେଇ ପ୍ରଶ୍ନ ଉଠେଇଛନ୍ତି। ଏହି ଭିଡିଓରେ ଦେଖିବାକୁ ମିଳେ ଯେ ବିମାନବନ୍ଦରରେ ଯେତେବେଳେ କିଛି ଲୋକ ସେଲ୍‌ଫି ନେବା ପାଇଁ ତାଙ୍କ ଆଗକୁ ଆସୁଥିଲେ ସଞ୍ଜୁ ବାବା ସେଲ୍‌ଫି ପାଇଁ ମୁଡ୍‌ରେ ନଥିଲେ। ତେଣୁ ସେ ତାଙ୍କୁ ଠେଲି ଦେଇଥିଲେ। ଏହାକୁ ନେଇ ଲୋକେ ତାଙ୍କୁ ଟ୍ରୋଲ୍ କରୁଥିବା ଦେଖାଯାଏ।

ଆପଣ ନିଶ୍ଚୟ ଦେଖିଥିବେ ଯେ ବିମାନବନ୍ଦରର ଭିଡିଓଗୁଡିକରେ, ଲୋକମାନେ ପ୍ରାୟତଃ ଷ୍ଟାର୍‌ମାନଙ୍କ ସହିତ ସେଲ୍‌ଫି ନେବାକୁ ସେମାନଙ୍କ ନିକଟତର ହେବାକୁ ଚେଷ୍ଟା କରନ୍ତି। ଏଠାରେ ମଧ୍ୟ ସମାନ ଘଟଣା ଘଟିଥିଲା। ଜଣେ ବ୍ୟକ୍ତି ସଞ୍ଜୟ ଦତ୍ତ ଚାଲୁଥିବା ସମୟରେ ତାଙ୍କ ସହିତ ସେଲ୍‌ଫି ନେବାକୁ ଚେଷ୍ଟା କରୁଥିଲେ, କିନ୍ତୁ ସଞ୍ଜୁ ବାବା ବଡ ଷ୍ଟାଇଲ୍‌ରେ ତାଙ୍କ କାନ୍ଧରେ ହାତ ରଖି ତାଙ୍କୁ ସାଇଡ୍‌କୁ ଠେଲିଦେଇଥିଲେ।

Advertisment

ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଜଣେ ବ୍ୟକ୍ତି ଏହା ଉପରେ ମନ୍ତବ୍ୟ ଦେଇ କହିଛନ୍ତି, “ଦେଖନ୍ତୁ ସଞ୍ଜୟ ଦତ୍ତ କିପରି ଜଣେ ପ୍ରଶଂସକଙ୍କୁ ସାଇଡ୍ କରିଦେଉଛନ୍ତି। ମୁଁ ବୁଝିପାରୁ ନାହିଁ କାହିଁକି ଲୋକମାନେ ସେଲିବ୍ରେଟିମାନଙ୍କ ସହିତ ଫଟୋ କ୍ଲିକ୍ କରିବାକୁ ଏତେ ବ୍ୟାକୁଳ ହୁଅନ୍ତି। ସାଧାରଣ ଫଟୋ ନେବାରେ କ’ଣ ଅସୁବିଧା ଅଛି? ଦୁଇ ମିନିଟ୍ ପରେ ସେ ତୁମକୁ ମନେ ରଖିବେ ନାହିଁ, ତେବେ ତୁମର ଆତ୍ମ ସମ୍ମାନକୁ ବାଜି ଲଗେଇବା କ’ଣ ଦରକାର?”

Advertisment

ଆଉ ଜଣେ ଲେଖିଛନ୍ତି, “ଲାଗୁଛି ସତେ ଯେପରି ବାବା ସର୍ବଦା ମଦ୍ୟପାନ କରନ୍ତି।” ସେହିପରି ଅନ୍ୟଜଣେ ଲେଖିଛନ୍ତି, “ଶାହାରୁଖ ତ ଧକ୍କା ଦେଇ ନଥିଲେ, ତେଣୁ ହଙ୍ଗାମା ହେଇଗଲା। ଏଠାରେ ସ୍ପଷ୍ଟ ଭାବେ ଦେଖାଯାଉଛି ଯେ ସେ ଠେଲି ଦେଇଛନ୍ତି କିନ୍ତୁ କେହି କିଛି କହୁ ନାହାଁନ୍ତି।”

Sanjay Dutt Bollywood Social Media Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ