Advertisment

ଆସିଲା ସଲମାନ ଗାଇଥିବା 'ଡ୍ୟାନ୍ସ ୱିଥ୍‌ ମି'

ବାହାରିଲା ଭାଇଜାନ ତଥା ସଲମାନ ଖାନ୍‌ଙ୍କ ନୂଆ ଗୀତ 'ଡ୍ୟାନ୍ସ ୱିଥ୍‌ ମି'। ଏହି ଗୀତକୁ ସଲମାନ ନିଜେ ଲେଖିଥିବା ବେଳେ ନିଜେ ଗାଇଛନ୍ତି। ତାଙ୍କର ଏହି ମ୍ୟୁଜିକ୍ ଭିଡିଓରେ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ସହିତ ଅନେକ ସେଲିବ୍ରିଟିଙ୍କୁ ଦେଖିବାକୁ ମିଳେ।

ଅଦ୍ୟତନ ହୋଇଛି
Salman Khan’s new song ‘dance with me’ out

Salman Khan’s new song ‘dance with me’ out

Advertisment

ମୁମ୍ବାଇ: ସଲମାନ ଖାନ ସବୁବେଳେ ସୋସିଆଲ ମିଡିଆରେ ବେଶ ସକ୍ରିୟ ଥାଆନ୍ତି ଓ ନିଜ ସହ ଜଡିତ ତାଜା ଖବରକୁ ତାଙ୍କ ପ୍ରଶଂସକଙ୍କ ସହ ସେୟାର କରନ୍ତି। ନିଜ ବିଷୟରେ ଏମିତି ଏକ ନୂଆ ସୂଚନା ଦେଇ ଅଭିନେତା କହିଛନ୍ତି ଯେ ତାଙ୍କର ନୂଆ ଗୀତ 'ଡ୍ୟାନ୍ସ ୱିଥ୍‌ ମି' ରିଲିଜ୍ ହୋଇଯାଇଛି।

Advertisment

ଅଭିନେତା ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏହି ସୂଚନା ଦେଇଛନ୍ତି। ସଲମାନ ତାଙ୍କ ଟ୍ୱିଟର ପୋଷ୍ଟରେ ଲେଖିଛନ୍ତି, 'ଡ୍ୟାନ୍ସ ୱିଥ୍‌ ମି' ବାହାରି ଯାଇଛି। ତୁମେମାନେ ଶୁଣ, ଦେଖ ଆଉ କେମିତି ଲାଗିଲା କୁହ। ଏହା ସହିତ ସଲମାନ ଖାନ ମଧ୍ୟ ତାଙ୍କ ପୋଷ୍ଟରେ ଗୀତର ଲିଙ୍କ୍‌ ସେୟାର କରିଛନ୍ତି।

ତେବେ ଜାଣି ରଖନ୍ତୁ ଯେ ଏହି ଗୀତଟି ନିଜେ ଭାଇଜାନ ତଥା ସଲମାନ ଖାନଙ୍କ ଦ୍ୱାରା ଲେଖା ଯାଇଛି ଏବଂ ବୋଲା ଯାଇଛି ମଧ୍ୟ। ଗୀତଟି “ମମି, ତୁମ୍ ଡ୍ୟାନ୍ସ ୱିଥ୍ ମି, ଡାଡି ତୁମ୍ ଡ୍ୟାନ୍ସ ୱିଥ୍ ମି”ରୁ ଆରମ୍ଭ ହୋଇଛି। ଖୁବ କମ ସମୟ ମଧ୍ୟରେ ଏହି ଗୀତଟିକୁ ଲକ୍ଷ ଲକ୍ଷ ଭ୍ୟୁ ମିଳିସାରିଛି।

Advertisment

ଭିଡିଓରେ ସଲମାନ ଖାନଙ୍କ ପରିବାର ସଦସ୍ୟ ଏବଂ ଇଣ୍ଡଷ୍ଟ୍ରିର ଅନେକ ତାରକା ମଧ୍ୟ ନଜର ଆସିଛନ୍ତି। ଏଥିରେ ସଲମାନ ଖାନଙ୍କ ନାଚ ଓ ତାଙ୍କର ଷ୍ଟାଇଲ୍ ସମସ୍ତଙ୍କୁ ପସନ୍ଦ ଆସୁଥିବା ଦେଖାଯାଏ। ଏଥିରେ ତାଙ୍କ ଭାଇ, ବାପା, ମା, ଭିଣୋଇ ସମସ୍ତେ ନାଚୁଥିବା ଦେଖାଯାଏ। ସଲମାନ ଖାନଙ୍କ ଏହି ମ୍ୟୁଜିକ୍ ଭିଡିଓ ରିଲିଜ୍ ହେବା ମାତ୍ରେ ଲୋକମାନେ ଏହା ଉପରେ ନିଜର ପ୍ରତିକ୍ରିୟା ଦେବା ଆରମ୍ଭ କରିଛନ୍ତି। ଲୋକମାନେ ଏହି ଗୀତକୁ ଅଧିକରୁ ଅଧିକ ରିଟ୍ୱିଟ ମଧ୍ୟ କରୁଛନ୍ତି।

Advertisment

ଭିଡିଓ ଉପରେ ମନ୍ତବ୍ୟ ଦେଇ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି ଯେ “ଲଭ୍ ୟୁ ଭାଇ। ଗୀତ ପାଇଁ ଧନ୍ୟବାଦ।" ସେହିପରି ଅନ୍ୟ ଜଣେ ବ୍ୟକ୍ତି ଲେଖିଛନ୍ତି, “ଆପଣଙ୍କ ଗୀତ ଖୁବ୍ ବଢିଆ ହେବ। ଆଉ ଜଣେ ବ୍ୟକ୍ତି ମଧ୍ୟ ଭାଇଜାନଙ୍କୁ ପ୍ରଶଂସା କରି ‘ଆପଣଙ୍କ ଉତ୍ତର ନାହିଁ, ଆପଣ କିଛି ବି କରିଦେଉଛନ୍ତି’ ବୋଲି କହିଛନ୍ତି।

ସଲମାନ ଖାନଙ୍କ ପ୍ରଶଂସକମାନେ ଏହି ଗୀତକୁ ବହୁତ ପସନ୍ଦ କରୁଥିବା ବେଳେ କିଛି ଲୋକ ମଧ୍ୟ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି। ଜଣେ କହିଛନ୍ତି ଯେ “ପୂରା ଫାଲ୍‌ତୁ ଓ ଖରାପ ହେଇଛି, ମଜା ଆସିଲା ନାହିଁ। ଦୟାକରି ଅବସର ନେଇଯାଆନ୍ତୁ।”

Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ