Salman khan’s neighbor has made serious allegations against him
ମୁମ୍ବାଇ: ସଲମାନ ଖାନ ଓ ତାଙ୍କ ପଡ଼ୋଶୀ କେତନ କକ୍କଡଙ୍କ ମଧ୍ୟରେ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି। ସଲମାନ କେତନଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ମଧ୍ୟ ଦାଖଲ କରିଛନ୍ତି, ଯାହାର ଶୁଣାଣି କୋର୍ଟରେ ଚାଲିଛି। କେତନ ଜଣେ ଏନଆରଆଇ ଯିଏ ବର୍ତ୍ତମାନ ପାନଭେଲସ୍ଥିତ ସଲମାନଙ୍କ ଫାର୍ମହାଉସ୍ ନିକଟରେ ରୁହନ୍ତି। ସେ ସଲମାନଙ୍କ ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ତେବେ ଆସନ୍ତୁ ଜାଣିନେବା ସଲମାନଙ୍କ ଉପରେ କେତନ କେଉଁସବୁ ଅଭିଯୋଗ କରିଛନ୍ତି।
କେତନ କକ୍କଡ୍ ସଲମାନଙ୍କୁ ଅଭିଯୋଗ କରିଛନ୍ତି ଯେ ସଲମାନଙ୍କ ପାନ୍ଭେଲ୍ ଫାର୍ମହାଉସରେ ଏଲ ପାର୍ଟି ହେଉଥିଲା ଯେଉଁଥିରେ ଅଭିନେତାମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ପରେ ସେହି କଳାକାରମାନଙ୍କୁ ସେଠାରେ ହତ୍ୟା କରାଯାଇଥିଲା ଏବଂ ସେମାନଙ୍କ ଶବକୁ ସେଠାରେ କବର ଦିଆଯାଇଥିଲା। ସେ କହିଛନ୍ତି ଯେ ଆଜି ବି ସେହି କଳାକାରମାନଙ୍କ ମୃତଦେହ ସେଠାରେ ପୋତାହୋଇଛି।
ଖାଲି ଏତିକି ନୁହେଁ ଶିଶୁମାନଙ୍କ ଚାଲାଣର କଥା ଉଠେଇ ସଲମାନଙ୍କ ପଡୋଶୀ ଅଭିନେତାଙ୍କ ବିରୋଧରେ ମଧ୍ୟ ଅଭିନେତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ସଲମାନ ମଧ୍ୟ ତାଙ୍କ ଫାର୍ମହାଉସ୍ରୁ ପିଲାମାନଙ୍କୁ ଚୋରା ଚାଲାଣ କରନ୍ତି। ଏପରି କରି ସେ ଅନେକ ଟଙ୍କା ମଧ୍ୟ ରୋଜଗାର କରନ୍ତି।
ଅଭିନେତା ଡି-ଗ୍ୟାଙ୍ଗ୍ ସହ ଜଡିତ ଥିବା ବିଷୟରେ କେତନ ମଧ୍ୟ କହିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଡି-ଗ୍ୟାଙ୍ଗ୍ ସହ ଜଡିତ ଥିବାରୁ ସଲମାନ ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି। ସେ ଲୋକମାନଙ୍କୁ ଡରାଇ ଧମକାଇ ରଖନ୍ତି। ଯେପରି କେହି ତାଙ୍କ ସାମ୍ନାରେ କିଛି କହିପାରିବେ ନାହିଁ କି ଠିଆ ହୋଇ ପାରିବେ ନାହିଁ।|
ଡି-ଗ୍ୟାଙ୍ଗ୍ ସହିତ ରାଜ୍ୟ ସରକାରଙ୍କ ବଡ ବଡ ନେତାମାନଙ୍କ ସହ ମଧ୍ୟ ସଲମାନ ଖାନଙ୍କର ସମ୍ପର୍କ ରହିଛି ବୋଲି ତାଙ୍କ ପଡ଼ୋଶୀ କହିଛନ୍ତି। କେତନଙ୍କ କହିବାନୁଯାୟୀ ସଲମାନ ମଧ୍ୟ ରାଜ୍ୟ ସରକାରରେ ନିଜର ଶାସନ କରିବାକୁ ଚାହୁଁଛନ୍ତି।
ସଲମାନ ଖାନଙ୍କ ଉପରେ କେତନ ନିଜ ସମ୍ପତ୍ତିକୁ କବ୍ଜା କରିବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି। କେତନଙ୍କ ଫାର୍ମହାଉସ୍ ଅର୍ପିତାଙ୍କ ଫାର୍ମହାଉସ ପାଖରେ ଅଛି। ଏହାର କିଛି ଅଂଶ ସଲମାନ ତାଙ୍କ ସମ୍ପତ୍ତି ସହିର ମିଶେଇ ଦେଇଛନ୍ତି ଓ କେତନଙ୍କୁ ଏଠାରେ କୌଣସି ନିର୍ମାଣ କାର୍ଯ୍ୟ କରିବାକୁ ସୁଯୋଗ ଦେଉ ନାହାଁନ୍ତି ବୋଲି ସେ କହିଛନ୍ତି।
ଯଦି ଫାର୍ମହାଉସ୍ କଥା କୁହାଯାଏ ତେବେ ୧୫୦ ଏକର ଜମିରେ ତିଆରି ହୋଇଛି ସଲମାନଙ୍କ ଫାର୍ମହାଉସ୍। ଏହାର ଭିତରେ ଦେଖିବାକୁ ପୂରା ଲଗ୍ଜରୀ ରିସୋର୍ଟ ପରି। ସଲମାନ ଖାନ ତାଙ୍କର ଅଧିକାଂଶ ଛୁଟି ତାଙ୍କର ଏହି ଫାର୍ମହାଉସ୍ରେ କାଟନ୍ତି ବୋଲି ସେ କହିଛନ୍ତି। ତାଙ୍କ ଫାର୍ମହାଉସ୍ ଆଗରେ ଆଉ ସବୁ ଜାଗା ଫିକା ପଡିଯାଆନ୍ତି।
ନିଜର ବ୍ୟସ୍ତବହୁଳ ଜୀବନରୁ ଟିକିଏ ବି ଫୁର୍ସତ୍ ପାଇଲେ ସଲମାନ ତାଙ୍କର ଏହି ପ୍ରିୟ ଫାର୍ମହାଉସ୍ରେ ହିଁ ପହଞ୍ଚିଯାଆନ୍ତି। ସେ ତାଙ୍କ ଫାର୍ମହାଉସ୍କୁ ଏତେ ଭଲ ପାଆନ୍ତି ଯେ ଏହାକୁ ସେ ନିଜ ହାତରେ ସଫା କରିବା ସହିତ ଏହାର ଯତ୍ନ ନିଅନ୍ତି। ଏଠାରେ ଅନେକ ଫିଲ୍ମ ସୁଟିଂ ହୋଇଥିବା ବେଳେ ‘ବିଗ୍ ବସ୍’ର ସିଜିନ୍ ୧୪ର ପ୍ରୋମୋ ମଧ୍ୟ ଏଠାରେ ସୁଟିଂ ହୋଇଥିଲା। ଏହାଛଡା ଏଠାରେ ସଲମାନ ଖାନ୍ ନିଜର ୩/୪ଟି ଗୀତ ମଧ୍ୟ ରେକର୍ଡ କରି ରିଲିଜ୍ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643015817.jpg)