Advertisment

ଜାଣନ୍ତୁ କିଏ ଥିଲେ ସଲମାନ ଖାନଙ୍କ ପ୍ରଥମ ପ୍ରେମିକା

ଆଜିଯାଏ ବାଡୁଅ ଥିବା ସଲମାନ ଖାନଙ୍କ ପ୍ରେମିକାର ଅଭାବ ନାହିଁ। ୧୯ ବର୍ଷରୁ ହିଁ ଆରମ୍ଭ ହୋଇଥିଲା ତାଙ୍କ ପ୍ରେମ ଅଭିଯାନ। ସଂପର୍କ ବାହାଘର କାର୍ଡ ଛପା ପର୍ଯ୍ୟନ୍ତ ପହଞ୍ଚିଥିଲେ ବି ହୋଇପାରିନି ବାହାଘର।

ଅଦ୍ୟତନ ହୋଇଛି
Salman Khan’s first girlfriend Shaheen Jaffery

Salman Khan’s first girlfriend Shaheen Jaffery

Advertisment

ଆଜି ଭାଇଜାନ ସଲମାନ ଖାନଙ୍କ ଜନ୍ମଦିନ। ୧୯୬୫ ମସିହା ଆଜିର ଦିନରେ ଇନ୍ଦୋରରେ ସଲିମ ଖାନ ଏବଂ ସୁଶୀଲା ଚାରାକଙ୍କ ଘରେ ସଲମାନ ଜନ୍ମ ହୋଇଥିଲେ। ୧୯୮୮ରେ ସଲମାନ 'ବିବି ହୋ ତୋ ଏସୀ' ଚଳଚ୍ଚିତ୍ରରେ ବଲିଉଡ୍ ଡେବ୍ୟୁ କରିଥିଲେ। ଏହା ପରେ ମୁଖ୍ୟ ଅଭିନେତା ଭାବରେ ସଲମାନ ‘ଆଇ ମୈନେ ପ୍ୟାର୍ କିୟା’ରେ ନଜର ଆସିଥିଲେ। ଏହି ଚଳଚ୍ଚିତ୍ର ସଲମାନଙ୍କ ଭାଗ୍ୟ ବଦଳାଇ ଦେଇଥିଲା। ପରଦାରେ ରୋମାଣ୍ଟିକ୍ ହିରୋ ହୋଇଥିବା ସଲମାନ ଦେଖୁ ଦେଖୁ ଭାଇଜାନ ଓ ଟାଇଗର ହୋଇଗଲେ। ଆପଣ ସମସ୍ତେ ନିଶ୍ଚୟ ଜାଣିଥିବେ ଯେ ସଲମାନ ଏପର୍ଯ୍ୟନ୍ତ ବିବାହ କରିନାହାଁନ୍ତି, କିନ୍ତୁ ତାଙ୍କର ଗର୍ଲଫ୍ରେଣ୍ଡଙ୍କ ଅଭାବ ନାହିଁ। ତାଙ୍କ ନାମ ଅନେକ ଅଭିନେତ୍ରୀଙ୍କ ସହିତ ଜଡିତ। ସେ ମଧ୍ୟ ତାଙ୍କ ପ୍ରେମକୁ ନେଇ ଅନେକ ଥର ବିବାଦ ଭିତରକୁ ଆସିଛନ୍ତି।

Advertisment

ସଂଗୀତା ବିଜଲାନି, ସୋମି ଅଲି, ଐଶ୍ୱର୍ଯ୍ୟା ରାୟ, କ୍ୟାଟ୍ରିନା କୈଫ୍‌ ଭଳି ଲଳନାମାନେ ତାଙ୍କ ଜୀବନରେ ଆସିଛନ୍ତି। ତଥାପି ଆଜି ବି ସଲମାନ ବାଡୁଅ। କିନ୍ତୁ ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସଲମାନଙ୍କୁ ଯେତେବେଳେ ୧୯ ବର୍ଷ ହୋଇଥିଲା ସେ ପ୍ରେମିକା ତିଆରି କରିଥିଲେ। ସେ ଝିଅ ହିଁ ପ୍ରଥମ ଥିଲା ଯାହା ପାଇଁ ସଲମାନଙ୍କ ହୃଦୟ ତରଳିଥିଲା। ଏହି ଝିଅ ପାଇଁ ସଲମାନ ସେତେବେଳେ ତାଙ୍କ ନାଲି ରଙ୍ଗର ସ୍ପୋର୍ଟସ୍‌ କାରରେ ଅନେକ ବାର କଲେଜରେ ଚକ୍କର କାଟୁଥିଲେ।

ତେବେ ଏହି ଝିଅ ଜଣଙ୍କ ହେଲେ ଶାହିନ୍ ଜାଫ୍ରୀ। ଶାହିନ୍ ଜଣେ ମଡେଲ୍ ଥିଲେ। ତାଙ୍କର ଏହି ପ୍ରେମ କାହାଣୀ ସେହି ସମୟରୁ ଆରମ୍ଭ ହୋଇଥିଲା ଯେତେବେଳେ ସଲମାନ ଚଳଚ୍ଚିତ୍ର ତାରକା ହୋଇ ନ ଥିଲେ ଏବଂ ମୁମ୍ବାଇର ସେଣ୍ଟ ଜାଭିୟର କଲେଜରେ ଦ୍ୱିତୀୟ ବର୍ଷର ଛାତ୍ର ଥିଲେ। ସେତେବେଳେ ଉଭୟ ପରସ୍ପରକୁ ଡେଟ୍‌ ମଧ୍ୟ କରୁଥିଲେ।

Advertisment

ଉଭୟଙ୍କ ପରିବାର ଏହି ସମ୍ପର୍କକୁ ନେଇ ପ୍ରସ୍ତୁତ ମଧ୍ୟ ଥିଲେ। ସଲମାନ ଖାନଙ୍କ ପରିବାରକୁ ମଧ୍ୟ ଶାହିନ୍ ବହୁତ ପସନ୍ଦ କରୁଥିଲେ। ସଲମାନଙ୍କ ଜୀବନୀ ‘ବିଙ୍ଗ୍ ସଲମାନ୍’ରେ ତାଙ୍କର ପ୍ରଥମ ପ୍ରେମ ବିଷୟରେ ଉଲ୍ଲେଖ ରହିଛି। ସଂଗୀତା ବିଜଲାନିଙ୍କ ପୂର୍ବରୁ ସଲମାନ ଖାନ ଶାହିନ୍‌ଙ୍କୁ ପାଗଳ ଭଳି ଭଲ ପାଉଥିଲେ ଆଉ ତାଙ୍କୁ ପାଇବାକୁ ଚାହୁଁଥିଲେ। ଶାହିନଙ୍କୁ ଭେଟିବା ପାଇଁ ସଲମାନ ତାଙ୍କ ଘରକୁ କ୍ଷୀର ଏବଂ ବ୍ରେଡ୍ ନେଇ ମଧ୍ୟ ଯାଉଥିଲେ।

ଆଶା କରାଯାଉଥିଲା ଖୁବ ଶୀଘ୍ର ଦୁହେଁ ବିବାହ କରିବେ। କିନ୍ତୁ ତାହା ହେଲା ନାହିଁ। ଏହି ସମୟରେ ସଲମାନ ସେହି ସମୟର ପ୍ରସିଦ୍ଧ ମଡେଲ ତଥା ୧୯୮୦ର ମିସ୍ ଇଣ୍ଡିଆ ସଙ୍ଗିତା ବିଜଲାନିଙ୍କୁ ଭେଟିଥିଲେ। ଉଭୟ ପରସ୍ପରଙ୍କ ପ୍ରତି ଆକୃଷ୍ଟ ହୋଇଥିଲେ। ଏହି କାରଣରୁ ସଲମାନ ଓ ଶାହିନ୍‌ଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା ଆଉ ସବୁଦିନ ପାଇଁ ପ୍ରେମରେ ଲଗାମ ଲାଗିଥିଲା।

Advertisment

ସଂଗୀତାଙ୍କ ସହ ତାଙ୍କ ସଂପର୍କ ଏତେ ନିବିଡ ହୋଇଗଲା ଯେ ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଲେ। ଏପରିକି ସଂଗୀତାଙ୍କ ସହ ସଲମାନଙ୍କ ବିବାହ କାର୍ଡ ମଧ୍ୟ ଛପା ଯାଇଥିଲା କିନ୍ତୁ ଦୁର୍ଭାଗ୍ୟବଶତଃ ଶେଷରେ ସଂଗୀତାଙ୍କ ସହିତ ଏହି ବିବାହ ମଧ୍ୟ ହୋଇପାରିଲା ନାହିଁ। ତେବେ ଆଜିଯାଏ ବାଡୁଅ ଥିବା ସଲମାନ କାହାକୁ ବାହାହେବେ ତାକୁ ନେଇ ସମସ୍ତଙ୍କ ମଧ୍ୟରେ କୌତୁହଳ ରହିଛି।

Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ