Advertisment

ରବୀନା-ସଲମାନଙ୍କ ଝଗଡା ପରେ ୬ ବର୍ଷରେ ଏହି ଫିଲ୍ମରେ ଏକାଠି ହେଲେ

ରବୀନା ଟଣ୍ଡନ୍‌ଙ୍କ ସହ ସଲମାନ ଖାନଙ୍କ ଝଗଡା ହେବାରୁ ସଲମାନ୍ ତାଙ୍କ ସହ ଆଉ କାମ ନ କରିବାକୁ ଜିଦି ଧରିଥିଲେ। କିନ୍ତୁ ଦୀର୍ଘ ୬ ବର୍ଷ ପରେ ସେମାନେ ‘କହୀଁ ପ୍ୟାର୍ ନା ହୋ ଯାଏ’ରେ ପୁଣି କାମ କରିଥିଲେ।

ଅଦ୍ୟତନ ହୋଇଛି
rabina and salman

rabina and salman

Advertisment

ସଲମାନ ଖାନ, ରାନୀ ମୁଖାର୍ଜୀ ଓ ରବୀନା ଟଣ୍ଡନ ଅଭିନୀତ ଫିଲ୍ମ ‘କହୀଁ ପ୍ୟାର୍ ନା ହୋ ଯାଏ’କୁ ୨୧ ବର୍ଷ ପୂରିଛି। ଏହି ଫିଲ୍ମ ନଭେମ୍ବର ୧୭, ୨୦୦୦ରେ ପରଦାକୁ ଆସିଥିଲା। ମୁରଲୀମୋହନ ରାଓଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଥିବା ଏହି ଫିଲ୍ମରେ ପୂଜା ବତ୍ରା, କଶ୍ମୀରା ଶାହ, ଜୈକୀ ଶ୍ରଫ୍, ମୋହନୀଶ ବହଲ୍, ରୀମା ଲାଗୁ ଓ ଶକ୍ତି କପୁର ଭଳି ଦିଗ୍ଗଜ୍‌ କଳାକାରମାନେ ମଧ୍ୟ ଥିଲେ।

Advertisment
Salman Khan-Rani Mukerji and Raveena Tondon starrer film Kahin Pyaar Na Ho Jaaye turns 21'କହୀଁ ପ୍ୟାର ନା ହୋ ଯାଏ'ରେ ପୂଜା ବତ୍ରା, ରବୀନା ଟଣ୍ଡନ୍ ଓ ରାନୀ ମୁଖାର୍ଜୀ

ରୋମାନ୍ସରେ ଭରପୂର ଏହି ଫିଲ୍ମ ହଲିଉଡ୍ ଫିଲ୍ମ ‘ଦ ୱେଡିଙ୍ଗ୍‌ ସିଙ୍ଗରର’ ନନ୍‌ଅଫିସିଆଲ୍ ରିମେକ୍ ଥିଲା। ୨୧ ବର୍ଷ ପୂର୍ବେ ଆସିଥିବା ଏହି ଫିଲ୍ମ ବକ୍ସ ଅଫିସ୍‌ରେ କମାଲ କରିଥିଲା। ଏହି ଫିଲ୍ମ ପାଇଁ ସଲମାନ ଖାନ୍, ରାନୀ ମୁଖାର୍ଜୀ ଓ ରବୀନା ଟଣ୍ଡନ ହିଁ ପ୍ରଥମ ଚୟନ ଥିଲେ ଅନ୍ୟ କଳାକାରମାନେ ଦ୍ୱିତୀୟ ବା ତୃତୀୟ ପସନ୍ଦ ଥିଲେ। ତେବେ ଆସନ୍ତୁ ଏହି ଫିଲ୍ମ ସହିତ ଜଡିତ କିଛି ଅଜଣା କଥା ଜାଣିନେବା।

‘କହୀଁ ପ୍ୟାର୍ ନା ହୋ ଯାଏ’ ଫିଲ୍ମରେ ପ୍ରତ୍ୟେକ କଳାକାରଙ୍କ ସହିତ କିଛି ନା କିଛି କାହାଣୀ ଜଡିତ ରହିଛି। ଜୈକୀ ଶ୍ରଫ୍‌ ସହ-କଳାକାରର ଭୂମିକାରେ ଥିଲେ ବି ଫିଲ୍ମ ସହିତ ତାଙ୍କର ସଂପର୍କ ବହୁତ ଗଭୀର। ଏହି ଫିଲ୍ମରେ ଜୈକୀଙ୍କ ନାମ ଟାଇଗର୍ ଥିଲା, କିନ୍ତୁ ବାସ୍ତବ ଜୀବନରେ ତାଙ୍କ ପୁଅର ନାମ ଟାଇଗର ହେଇଗଲା।

Advertisment

ସବୁଠାରୁ ବଡ କଥା ହେଉଛି ଦୀର୍ଘ ୬ ବର୍ଷ ପରେ ‘ମସ୍ତ ମସ୍ତ ଗାର୍ଲ’ ଭାବେ ପରିଚିତ ବଲିଉଡ୍‌ ଅଭିନେତା ରବୀନା ଟଣ୍ଡନ୍ ଏହି ଫିଲ୍ମ ମାଧ୍ୟମରେ ସଲମାନଙ୍କ ସହିତ ଏକାଠି କାମ କରିଥିଲେ। ଏହା ପୂର୍ବରୁ ଏହି ଦୁଇ କଳାକାର ‘ପଥର କେ ଫୁଲ୍’ ଓ ‘ଅନ୍ଦାଜ୍ ଅପ୍‌ନା ଅପ୍‌ନା’ରେ ଏକାଠି ନଜର ଆସିଥିଲେ। ‘ପଥର କେ ଫୁଲ୍’ ରବୀନାଙ୍କ ଡେବ୍ୟୁ ଫିଲ୍ମ ଥିଲା ବେଳେ ଏହି ଫିଲ୍ମ ସୁଟିଂ ବେଳେ ତାଙ୍କର ସଲମାନଙ୍କ ସହ ଝଗଡା ହୋଇଯାଇଥିଲା।

ସେତେବେଳେ ରବୀନା ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେବା ଅବସରରେ ଏହି ଝଗଡାର କାରଣ ମଧ୍ୟ କହିଥିଲେ। ରବୀନା କହିଥିଲେ ଯେ ୧୯୯୧ ମସିହାରେ ତାଙ୍କର ଏହି ଡେବ୍ୟୁ ଫିଲ୍ମ ସମୟରେ ସେ ୧୬ ବର୍ଷର ଥିବାବେଳେ ସଲମାନ ୨୩ ବର୍ଷର ହୋଇଥିଲେ। ରବୀନାଙ୍କ କହିବା କଥା ସ୍ୱଭାବ ଦୃଷ୍ଟିରୁ ସେ ଓ ସଲମାନ ସମାନ ଥିଲେ। ପିଲାଟି ଦିନରୁ ସେମାନେ ପରସ୍ପରଙ୍କୁ ଜାଣନ୍ତି ମଧ୍ୟ।

Advertisment

ରବୀନା କୁହନ୍ତି, “ମୋ ବାପା ଓ ସଲୀମ୍ ଅଙ୍କଲ ଏକାଠି କାମ କରୁଥିଲେ। ଆମ ଝଗଡା ତ ଘରୁ ହିଁ ଆରମ୍ଭ ହୋଇଥିଲା। ଆମେ ପୂରା ଫିଲ୍ମ ସାରା ହିଁ ଝଗଡା କରିଥିଲୁ। କିନ୍ତୁ ସଲମାନ ମୋ ସହ ଆଉ ଫିଲ୍ମ କରିବେ ନାହିଁ ବୋଲି ସିଧା କହିଦେଇଥିଲେ। କିନ୍ତୁ ଆମେ ପୁନର୍ବାର ‘କହୀଁ ପ୍ୟାର୍ ନା ହୋ ଯାଏ’ରେ ଏକାଠି କାମ କରିଲୁ।”

Salaman and Raveena in Kahin Pyaar Na Ho Jaaye ‘କହୀଁ ପ୍ୟାର୍ ନା ହୋ ଯାଏ’ ରେ ସଲମାନ୍-ରବିନା

ଖାଲି ଏତିକି ନୁହେଁ ଫିଲ୍ମରେ ମୋହନୀଶ ବହଲ କରୁଥିବା ଭୂମିକା ପାଇଁ ନିର୍ମାତା ପ୍ରଥମେ ଅନିଲ୍ କପୁରଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ସମୟ ଅଭାବରୁ ସେ ଏହି ଫିଲ୍ମ କରିପାରି ନ ଥିଲେ। ସେହିପରି ପୂଜା ବତ୍ରାଙ୍କୁ ଏହି ଫିଲ୍ମ ପାଇଁ ବେଶ ପ୍ରଶଂସା କରାଯାଇଥିଲେ ମଧ୍ୟ ସେ ନିର୍ମାତାଙ୍କ ପ୍ରଥମ ପସନ୍ଦ ନ ଥିଲେ। ଏହି ଭୂମିକା ପାଇଁ ପ୍ରଥମେ ସୁସ୍ମିତା ସେନ୍‌ଙ୍କୁ ନିଆଯାଇଥିଲା। କିନ୍ତୁ କୌଣସି କାରଣରୁ ସେ ମନା କରିଦେଇଥିଲେ। ଏହାପରେ ବଲିଉଡ୍ ଚୁଲ୍‌ବୁଲି ନାୟିକା ଶିଳ୍ପା ସେଟ୍ଟୀଙ୍କୁ ଅଫର୍ ଦିଆଯାଇଥିଲା। ସେ ରାଜି ନ ହେବାକୁ ପୂଜା ବତ୍ରାଙ୍କ ପାଖକୁ ଆସିଥିଲା ସୁଯୋଗ।

ସେହିପରି ଇନ୍ଦ୍ର କୁମାର କରୁଥିବା ଅଭିନୟ ପାଇଁ ପ୍ରଥମ ଅଫର୍ ଅକ୍ଷୟ କୁମାରଙ୍କୁ ଦିଆଯାଇଥିଲା। ସେ ଏଥିରେ ରାଜି ନ ହେବାରୁ ନିର୍ମାତା ଏହି ଅଫରକୁ ଅରବାଜ ଖାନଙ୍କୁ ଦେଇଥିଲେ। ଏଠିବି କଥା ଫାଇନାଲ ହେଲା ନାହିଁ। ତେଣୁ ଶେଷରେ ଏହି ଭୂମିକା ଇନ୍ଦ୍ର କୁମାରଙ୍କୁ ମିଳିଲା।

ତେବେ ଏହି ଫିଲ୍ମ ପାଇଁ ତାରକା ଚୟନ ଏଇଠି ଅଟକି ଯାଇ ନ ଥିଲା। କଶ୍ମୀରା ଶାହ ଏହି ଫିଲ୍ମରେ ସଲମାନ ଖାନଙ୍କ ଭଉଣୀ ଭୂମିକାରେ ଥିଲେ। କିନ୍ତୁ ଏହି ଭୂମିକା ପାଇଁ ନିର୍ମାତା ପ୍ରଥମେ ନୀଲମ କୋଠାରୀଙ୍କୁ ନେବାକୁ ଚାହୁଁଥିଲେ। ନୀଲମ ରାଜି ନ ହେବାରୁ କଶ୍ମୀରାଙ୍କୁ ନିଆଯାଇଥିଲା। ନିକଟରେ ଏହାର ଖୁଲାସା ‘ଦ କପିଲ୍ ଶର୍ମା ଶୋ’ରେ ହୋଇଥିଲା।

ରାନୀ ମୁଖାର୍ଜୀ ନିଜ ଫିଲ୍ମ ‘ବଣ୍ଟୀ ଔର୍ ବବ୍‌ଲୀ ୨’ର ପ୍ରମୋଶନ ପାଇଁ କପିଲ ଶର୍ମା କମେଡୀ ଶୋ’କୁ ଆସିଥିଲେ। ଏହି ଅବସରରେ କୃଷ୍ଣା ଅଭିଶେକ ତାଙ୍କ ପତ୍ନୀ କଶ୍ମୀରା ଶାହଙ୍କୁ ନେଇ ମଜ୍ଜା କରିଥିଲେ। ସେ ରାନୀଙ୍କ ସହ କଥାହେବା ବେଳେ ‘କହୀଁ ପ୍ୟାର୍ ନା ହୋ ଯାଏ’ ବିଷୟରେ କଥା ଉଠେଇ କହିଥିଲେ ଯେ ଏହି ଫିଲ୍ମରେ ତାଙ୍କୁ ଗୋଟିଏ କଥା ଭଲ ଲାଗି ନ ଥିଲା, ତାହା ହେଉଛି କଶ୍ମୀରା ଶାହ।

Salman Khan Raveena Tandon Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ