Salman khan bought bulletproof car price specifications shocked you
ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନ ଖାନଙ୍କ ସୁରକ୍ଷାକୁ ନେଇ ପୋଲିସ ଓ ପ୍ରଶାସନ ଚିନ୍ତାରେ ପଡିଯାଇଛନ୍ତି। ଗତ ଏକ ବର୍ଷ ଧରି ସଲମାନ ଏବଂ ତାଙ୍କ ପରିବାରକୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଧମକ ମିଳୁଛି। ସଲମାନ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ର ଟାର୍ଗେଟରେ ଅଛନ୍ତି।
କିନ୍ତୁ ଜଣେ ରାଜନେତା ତଥା ସଲମାନ ଖାନଙ୍କ ନିକଟତର ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନଙ୍କୁ ପୁଣିଥରେ ମୃତ୍ୟୁ ଧମକ ମିଳିଛି। ଏହା ପରେ ତାଙ୍କ ସୁରକ୍ଷାକୁ ବୃଦ୍ଧି କରାଯାଇଛି। ଆଉ ଏବେ ଖବର ହେଉଛି ସଲମାନଙ୍କ ସୁରକ୍ଷାକୁ ବୃଦ୍ଧି କରାଯାଇଛି । ଆଉ ସଲମାନ ମଧ୍ୟ ଏନେଇ ସଚେତନ ହୋଇଛନ୍ତି।
ବଲିଉଡ୍ ସୋସାଇଟିର ଏକ ରିପୋର୍ଟ ଅନୁଯାୟୀ ସଲମାନ ଖାନ ବୁଲେଟ୍ପ୍ରୁଫ୍ ନିସାନ ପାଟ୍ରୋଲ ଏସ୍ୟୁଭି କିଣିଛନ୍ତି। ଏହି କାର୍ ଭାରତୀୟ ବଜାରରେ ଉପଲବ୍ଧ ନୁହେଁ, ତେଣୁ ସଲମାନ ଏହାକୁ ଦୁବାଇରୁ କିଣିଥିବା ଜଣାଯାଇଛି।
ଏହି କାର୍ର ମୂଲ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହାର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା। ଏହା ବ୍ୟତୀତ ଭାରତରେ କାର୍ର ଶୀଘ୍ର ଡେଲିଭରୀ କରିବା ପାଇଁ ଅଧିକ ଟଙ୍କା ଖର୍ଚ୍ଚ ହେବ।
ନିସାନ ପେଟ୍ରୋଲ ଏସ୍ୟୁଭିର ସ୍ପେସିଫିକେସନ୍ ବିଷୟରେ କହିବାକୁ ଗଲେ ଏଥିରେ ହାଇ ସିକ୍ୟୁରିଟି ଟୁଲ୍ସ ରହିଛି।
କାରରେ ଏକ ବିସ୍ଫୋରକ ସତର୍କ ସୂଚକ, ପଏଣ୍ଟ-ବ୍ଲାକ୍ ବୁଲେଟ୍ ସଟ୍କୁ ରୋକିବା ପାଇଁ ମୋଟା ଗ୍ଲାସ ଶିଲ୍ଡ ଏବଂ ଡ୍ରାଇଭର କିମ୍ବା ଯାତ୍ରୀଙ୍କୁ ଲୁକ୍କାୟିତ ରଖିବା ପାଇଁ ବ୍ଲାକ୍ ଶେଡ୍ କେମ୍ଫ୍ଲାସ୍ ଅଛି। ଏହା ମାଧ୍ୟମରେ କାର୍ରେ ବସିଥିବା ଡ୍ରାଇଭର କିମ୍ବା ଯାତ୍ରୀଙ୍କୁ ବାହାରୁ କେହି ଚିହ୍ନି ପାରିବେ ନାହିଁ।
ଆପଣଙ୍କୁ କହିରଖୁଛୁ ଯେ ସଲମାନ ଖାନ ଗତ ବର୍ଷ ୟୁଏଇରୁ ବୁଲେଟ୍ପ୍ରୁଫ କାର୍ କିଣିଥିଲେ, ଯେତେବେଳେ ସେ ଏବଂ ତାଙ୍କ ବାପା ସଲିମ ଖାନ ପ୍ରଥମ ଥର ପାଇଁ ବିଷ୍ଣୋଇ ଗ୍ୟାଙ୍ଗ୍ ଠାରୁ ମୃତ୍ୟୁ ଧମକ ପାଇଥିଲେ। ତେବେ ଏହି ଧମକକୁ ସଲମାନ ଭୟ କରି ନାହାନ୍ତି। ପ୍ରବଳ ସୁରକ୍ଷା ମଧ୍ୟରେ ସେ 'ବିଗ୍ ବସ୍ ୧୮' ସୁଟିଂ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1729322594.jpg)