Advertisment

ଗର୍ଭବତୀ ହେଲେ କି ରିତେଶ ଦେଶମୁଖ ; ଜାଣନ୍ତୁ ସତ କ’ଣ

ଅଭିନେତ୍ରୀ ଜେନେଲିଆ ତାଙ୍କର ଏକ ନୂଆ ଫିଲ୍ମକୁ ନେଇ ପୋଷ୍ଟର ଜାରି କରିଛନ୍ତି। ଏଥିରେ ସେ ଓ ତାଙ୍କ ସ୍ୱାମୀ ରିତେଶ ଗର୍ଭବତୀ ଥିବା ଦେଖାଯାଉଛନ୍ତି। କାରଣ କ’ଣ ଜାଣିବା ପାଇଁ ଦେଖନ୍ତୁ ଏହି ରିପୋର୍ଟ।

ଅଦ୍ୟତନ ହୋଇଛି
Riteish Deshmukh and Genelia with their pregnant

Riteish Deshmukh and Genelia with their pregnant

Advertisment

ମୁମ୍ବାଇ: ଅଭିନେତ୍ରୀ ଜେନେଲିଆ ଦେଶମୁଖ ତାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ରର ପୋଷ୍ଟର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ପୋଷ୍ଟର୍‌ରେ ତାଙ୍କ ସ୍ୱାମୀ ରିତେଶ ଦେଶମୁଖ ମଧ୍ୟ ନଜର ଆସିଛନ୍ତି। ପୋଷ୍ଟର୍‌ରେ ଉଭୟ ରିତେଶ ଓ ଜେନେଲିଆ ଗର୍ଭବତୀ ଥିବା ଦେଖାଯାଉଛନ୍ତି। ଏହି ପୋଷ୍ଟର୍‌ ସେୟାର କରି ଜେନେଲିଆ ଲେଖିଛନ୍ତି ଯେ ଟ୍ୱିଷ୍ଟେଡ୍, ହସର ସବାରୀ ଆଉ କାହାଣୀ ଏମିତି ଯେ ଯାହା ପୂର୍ବରୁ କେବେ ଦେଖାଯାଇ ନାହିଁ।

Advertisment

ସେ ଆହୁରି ଲେଖିଛତନ୍ତି ଯେ ମନ ଖୋଲି ହସିବା ନେଇ ପ୍ରସ୍ତୁତ ହୋଇଯାଆନ୍ତୁ, ଯେପର୍ଯ୍ୟନ୍ତ ତୁମର ପେଟ ଦରଜ ନ ହୋଇଛି। ଏହି ପୋଷ୍ଟର୍‌କୁ ଅନେକ ପସନ୍ଦ କରୁଥିବା ମଧ୍ୟ ଦେଖାଯାଏ। ଅନେକ ମଧ୍ୟ ପ୍ରତିକ୍ରିୟା ଦେଉଛନ୍ତି। କେତେକ ମଧ୍ୟ ରିତେଶଙ୍କ ଫଟୋରେ ମଜାଳିଆ ଢଙ୍ଗରେ ‘ହେଲୋ, ମିଷ୍ଟର ମମି’ ବୋଲି ଲେଖିଛନ୍ତି। ତେବେ ଅନେକ ପ୍ରଶଂସକ ମଧ୍ୟ ଏହି ଚଳଚ୍ଚିତ୍ରର ରିଲିଜ୍‌କୁ ଅପେକ୍ଷା କରିଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଜାଣୁ ଯେ ନାରୀ ହିଁ କେବଳ ସନ୍ତାନ ଜନ୍ମ କରିପାରନ୍ତି। କିନ୍ତୁ ବର୍ତ୍ତମାନ ସମୟ ବଦଳୁଛି। ଫିଲ୍ମ ମଧ୍ୟ ସମୟକୁ ନେଇ ତିଆରି ହେଉଛି। ଏହି ଫିଲ୍ମରେ ରିତେଶ ଓ ଜେନେଲିଆ ଗର୍ଭବତୀ ଥିବା ନଜର ଆସିଛନ୍ତି। ଏହି କମେଡି ଡ୍ରାମାର ପଞ୍ଚ୍ ଲାଇନ୍‌ ନିଶ୍ଚିତ ଭାବରେ ଲୋକଙ୍କୁ ହସେଇବ ଏବଂ ଏହାର ହାସ୍ୟାତ୍ମକ ସମୟ ନିଶ୍ଚିତ ଦେଖିବା ଭଳି। ଏହି ଫିଲ୍ମର କାହାଣୀ ଏକ ଦମ୍ପତିକୁ ନେଇ ହୋଇଥିବା ବେଳେ ସେମାନଙ୍କର ଚିନ୍ତାଧାରା ପରସ୍ପରଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏହି ଫିଲ୍ମରେ ଦର୍ଶକମାନେ କମେଡି, ଡ୍ରାମା, ଖୁଲାସା ଓ ଇମୋସନକୁ ଦେଖିବାକୁ ପାଇବେ।

Advertisment

ପ୍ରଥମ ଥର ପାଇଁ ଫିଲ୍ମର ଏଭଳି ମଜାଳିଆ ପୋଷ୍ଟର ଦେଖି ପ୍ରଶଂସକମାନେ ଘାବରେଇ ଯାଇଥିବା ବେଳେ ପ୍ରତିକ୍ରିୟା ଦେଇ ଚାଲିଛନ୍ତି। ଜଣେ ଲେଖିଛନ୍ତି ଯେ 'OMG ଏ କ’ଣ ଆସୁଛି'। କେହି କେହି ଏହି ପୋଷ୍ଟର୍‌କୁ ହଜମ କରି ପାରୁ ନଥିବା ବେଳେ ଆଉ କେତେକ ହସୁଛନ୍ତି ଏବଂ ଏହାକୁ ଏକ ମଜାଦାର ଫିଲ୍ମ ବୋଲି କହୁଛନ୍ତି।

Advertisment

କୁହାଯାଏ ଯେ ଏହି ଫିଲ୍ମ ମାଧ୍ୟମରେ ମହିଳାମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାକୁ ପୁରୁଷମାନଙ୍କୁ ଜଣେଇବା ନେଇ ଚଳଚ୍ଚିତ୍ର ନିର୍ମାତାଙ୍କର ପ୍ରୟାସ । ଥଟ୍ଟା-ମଜା-ହସର ସହିତ ସମାଜର ଏକ ଗମ୍ଭୀର କଥାକୁ ଏହି ଫିଲ୍ମରେ ଦେଖେଇଦେବାର ଚେଷ୍ଟା କରାଯାଇଛି। ଫିଲ୍ମର ପଞ୍ଚ୍‌ ଲାଇନ୍ ଆପଣଙ୍କୁ ହସେଇବା ସହ ମହିଳାଙ୍କ ସମସ୍ୟାକୁ ନେଇ ଚିନ୍ତା କରିବାକୁ ବାଧ୍ୟ କରିବ।

Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ