Advertisment

ଆପଣ ରଶ୍ମିକା ମନ୍ଦାନାଙ୍କ ପରି ଗ୍ଲୋଇଙ୍ଗ୍ ସ୍କିନ୍ ପାଇବାକୁ ଚାହାନ୍ତି କି; ଦେଖନ୍ତୁ…

'ପୁଷ୍ପା' ସୁପର-ଡୁପର ହିଟ୍ ହେବା ପରେ ରଶ୍ମିକା ମନ୍ଦାନାଙ୍କ କ୍ରେଜ୍ ବଢିଯାଇଛି। ତାଙ୍କ ସୌନ୍ଦର୍ଯ୍ୟର ଚର୍ଚ୍ଚା ଏବେ ଚାରିଆଡେ। ସବୁ ଯୁବତୀମାନେ ଏବେ ତାଙ୍କ ପରି ଗ୍ଲୋଇଙ୍ଗ୍ ସ୍କିନ୍ ପାଇବାକୁ ଚାହାନ୍ତି। ସେ ତାଙ୍କ ସୌନ୍ଦର୍ଯ୍ୟର ରାଜ୍ କହିଛନ୍ତି। ଆସନ୍ତୁ ଜାଣିବା…

ଅଦ୍ୟତନ ହୋଇଛି
Rashmika Mandanna Beauty Secrets Skin Care Routine

Rashmika Mandanna beauty secrets skin care routine

Advertisment

ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ 'ପୁଷ୍ପା' ସୁପର-ଡୁପର ହିଟ୍ ହେବା ପରଠାରୁ ଲୋକେ ତାଙ୍କର ଜବରଦସ୍ତ ଫ୍ୟାନ୍ ହୋଇଯାଇଛନ୍ତି। ପ୍ରତିଦିନ ସେ ଚର୍ଚ୍ଚାରେ ରହୁଛନ୍ତି। କେତେବେଳେ ତାଙ୍କ ଡ୍ୟାନ୍ସ୍ ଷ୍ଟାଇଲ୍ ଯୋଗୁଁ ତ ପୁଣି କେତେବେଳେ ଡ୍ରେସ୍ ଷ୍ଟାଇଲ୍ ଆଉ କେତେବେଳେ ସୌନ୍ଦର୍ଯ୍ୟ ପାଇଁ ସେ ଚର୍ଚ୍ଚାରେ ରୁହନ୍ତି। ରଶ୍ମିକା କେବଳ ଜଣେ ଭଲ ଅଭିନେତ୍ରୀ ନୁହଁନ୍ତି, ବରଂ ବହୁତ ସୁନ୍ଦର ଏବଂ କ୍ୟୁଟ୍ ମଧ୍ୟ।

Advertisment

ଯଦି ରଶ୍ମିକାଙ୍କ ଗ୍ଲୋଇଙ୍ଗ୍‌ ସ୍କିନ୍ କଥା ପଡେ ତେବେ ସେ ନିଜ ସ୍କିନ୍‌ର ବହୁତ ଯତ୍ନ ନିଅନ୍ତି। ସେ ତାଙ୍କ ସ୍କିନ୍ ଓ ଚୁଟିର ଯତ୍ନ ପାଇଁ କୌଣସି ବି ମୌକା ଛାଡନ୍ତି ନାହିଁ। ଆଜି ଯୁବତୀମାନେ ମଧ୍ୟ ତାଙ୍କ ଗ୍ଲୋଇଙ୍ଗ୍ ସ୍କିନ୍‌ର ରହସ୍ୟ ଜାଣିବାକୁ ଚାହାଁନ୍ତି।

ତେବେ ଆସନ୍ତୁ ରଶ୍ମିକାଙ୍କ ଏହି ରାଜ୍ ପଛର ରହସ୍ୟ ଜାଣିନେବା...

  • ରଶ୍ମିକା ତାଙ୍କ ଚର୍ମ ଯତ୍ନର ରୁଟିନ୍‌କୁ ଅତି ସରଳ ଭାବେ ପ୍ରସ୍ତୁତ କରିଛନ୍ତି। ସେ ଦିନର ଆରମ୍ଭ ଫେସ୍‌ୱାସ୍‌ରେ ମୁହଁ ଧୋଇ ଆରମ୍ଭ କରନ୍ତି। ଭିଟାମିନ୍ ସି ସୀରମ୍‌ର କିଛି ବୁନ୍ଦା ଲଗାନ୍ତି। ଏହା ପରେ ଅଏଲ୍‌ଫ୍ରି ମଶ୍ଚରାଇଜର ଲଗାନ୍ତି। ଏହା ପରେ ଏକ ଭଲ ମାନର ସନସ୍କ୍ରିନ୍ ଓ ଓଠରେ ଲିପ୍‌ଷ୍ଟ୍ରିପ୍ ଲଗାନ୍ତି।
  • ରଶ୍ମିକା ମଧ୍ୟ ତାଙ୍କ କେଶର ସମ୍ପୂର୍ଣ୍ଣ ଯତ୍ନ ନିଅନ୍ତି। ଏଥିପାଇଁ ସେ ନିୟମିତ ଭାବରେ ନିଜ କେଶରେ ତେଲ ଲଗାନ୍ତି। ପିଲାଦିନରୁ ସପ୍ତାହରେ ଥରେ ସେ ତାଙ୍କ କେଶରେ ତେଲ ଲଗାନ୍ତି। ଆଜି ମଧ୍ୟ ସେ ଏହି ଅଭ୍ୟାସକୁ ବଜାୟ ରଖିଛନ୍ତି।
  • କୌଣସି ବିୟୁଟି ପ୍ରଡକ୍ଟ ବ୍ୟବହାର କରିବା ପୂର୍ବରୁ ସେ ବହୁତ ଯତ୍ନବାନ ହୁଅନ୍ତି। ସନ୍ ପ୍ରୋଟେକ୍‌ସନ୍ ଉପରେ ସେ ଅଧିକ ଧ୍ୟାନ ଦିଅନ୍ତି। ଆହୁରି ମଧ୍ୟ, ସେ ସୁସ୍ଥ ଚର୍ମ ପାଇଁ ସୁସ୍ଥ ଜିନିଷ ଖାଇବାକୁ ପସନ୍ଦ କରନ୍ତି। ବିୟୁଟି ପ୍ରଡକ୍ଟରେ ବ୍ୟବହୃତ ଉପାଦାନ ବିଷୟରେ ଜାଣିବା ପରେ ସେ କିଛି କିଣିବାକୁ ପସନ୍ଦ କରନ୍ତି।
  • ଚର୍ମର ବିଶେଷ ଯତ୍ନ ନେବା ପାଇଁ ସେ ଆଲୋଭେରା ଜେଲ୍ ବ୍ୟବହାର କରନ୍ତି। ଯେତେବେଳେ ବି ସେ ଦିନସାରା ଖରାରେ ସୁଟିଂ କରନ୍ତି, ସେତେବେଳେ ସେ ଆଲୋଭେରା ଜେଲକୁ ସୁଦିଂ ଫେସ୍ ମାସ୍କ ଭାବରେ ବ୍ୟବହାର କରନ୍ତି। ଆଖିର ଥକାପଣ, ଫୁଲା ଦୂର କରିବା ପାଇଁ, ସେ ଆଖି ତଳେ ଆଲୋଭେରା ଜେଲ ପ୍ରୟୋଗ କରନ୍ତି। ସେ ନିଜ କେଶରେ ଆଲୋଭେରା ମଧ୍ୟ ବ୍ୟବହାର କରନ୍ତି। ଏହା କେଶକୁ ସିଲ୍କି, ସାଇନିଂ ଏବଂ ନରମ କରିଥାଏ।
Advertisment

ଅଧିକ ପଢ଼ନ୍ତୁ: ତ୍ୱଚାକୁ ସୁନ୍ଦର କରାଏ ଗୋଲାପ ଜଳ

  • ରଶ୍ମିକା ଚର୍ମକୁ ସୁସ୍ଥ ରଖିବା ପାଇଁ, ବେଳେବେଳେ ସେ ଜେଜେମାଙ୍କ ଦ୍ୱାରା ଦିଆଯାଇଥିବା ଟିପ୍ସ ମଧ୍ୟ ଆପଣାନ୍ତି। ସେ ନିଜ ଚର୍ମରେ ଚାଉଳ ଏବଂ କଦଳୀ ପାଉଡରରେ ପ୍ରସ୍ତୁତ ଏକ ଫେସ୍ ପ୍ୟାକ୍ ମଧ୍ୟ ବ୍ୟବହାର କରନ୍ତି।
  • ଚର୍ମରେ କୌଣସି ପ୍ରକାରର ଉତ୍ପାଦ, ଘରୋଇ ଉପଚାର, ଫେସ୍‌ପ୍ୟାକ୍ ପ୍ରୟୋଗ କରିବା ପୂର୍ବରୁ ସେ ଚର୍ମ ପରୀକ୍ଷା କରିବାକୁ ପରାମର୍ଶ ଦିଅନ୍ତି।
  • ଚର୍ମକୁ ସୁସ୍ଥ ରଖିବା ପାଇଁ ସେ ଘରେ ତିଆରି ହାଇଜେନିକ୍ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି। ଅତ୍ୟଧିକ ଜଙ୍କ୍‌ଫୁଡ୍, ତେଲିଆ ଖାଦ୍ୟ ଖାଇବା ଠାରୁ ଦୂରେଇ ରୁହନ୍ତୁ।
  • ଯେତେବେଳେ ବି ସେ ଘରୁ ବାହାରକୁ ଯାଆନ୍ତି, ସେ ସନ୍‌ସ୍କ୍ରିନ୍ କ୍ରିମ୍ ଲଗାଇବାକୁ ଭୁଲନ୍ତି ନାହିଁ। ଆହୁରି ମଧ୍ୟ, ରାତିରେ ଶୋଇବା ପୂର୍ବରୁ ମେକ୍‌ଅପ୍‌କୁ ଭଲଭାବେ ସଫା କରନ୍ତି।
Rashmika Mandanna Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ