Advertisment

ପୁଣି ଫ୍ୟାନ୍ସଙ୍କ ହୃଦୟ ଜିତିଲେ ରାମଚରଣ, RRR ଫିଲ୍ମରେ କାମ କରିଥିବା ବ୍ୟକ୍ତିଙ୍କୁ ବାଣ୍ଟିଲେ ଗୋଲ୍ଡ କଏନ୍‌

RRR ଫିଲ୍ମରେ କାମ କରିଥିବା ବ୍ୟକ୍ତିଙ୍କୁ ଗୋଲ୍ଡ କଏନ୍‌ ବାଣ୍ଟିଲେ ରାମଚରଣ ।

ଅଦ୍ୟତନ ହୋଇଛି
_Ram Charan gifts gold coins to everyone who worked on the film

_Ram Charan gifts gold coins to everyone who worked on the film

Advertisment

ସୁପହିଟ୍ ତେଲଗୁ ଫିଲ୍ମ RRRକୁ ନେଇ ଏବା ସାରା ଦେଶରେ ଚର୍ଚ୍ଚା । ଏହି ସୁପର ହିଟ୍‌ ଆକ୍ସନ ଫିଲ୍ମ ପଛରେ ଅନେକ ଲୋକଙ୍କ ପରିଶ୍ରମ ରହିଛି । ଫିଲ୍ମର ଡାଇରେକ୍ଟର,ପ୍ରଡ୍ୟୁସର, ଆକ୍ଟରଙ୍କଠାରୁ ଆରମ୍ଭ କରି ପ୍ରଡୋକସନ୍ ହାଉସ ପର୍ଯ୍ୟନ୍ତ ସମସ୍ତେ ଏହି ଫିଲ୍ମ ନିର୍ମାଣରେ ଜି-ଜାନ୍‌ ଲଗାଇଦେଇଥିଲେ ।

Advertisment

ଏହାରି ମଧ୍ୟରେ ଫିଲ୍ମର ସୁପରଷ୍ଟାର ରାମ ଚରଣକୁ ନେଇ ଏକ ଖବର ସାମ୍ନାକୁ ଆସିଛି । ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟ ଜିତିଥିବା ରାମଚରଣ ଏବେ କିଛି ଏମିତି କରିଛନ୍ତି ଯାହା ହୁଏତ ଆପଣଙ୍କ ହୃଦୟକୁ ବି ଛୁଇଁପାରେ ।

RRRର ଫିଲ୍ମ ଏତେ ମାତ୍ରାର ସଫଳତା ପାଇଥିବାରୁ ଏହି ଖୁସିରେ ଫିଲ୍ମର ମୁଖ୍ୟ ଅଭିନେତା ରାମଚରଣ ଚଳଚିତ୍ରରେ କାମ କରିଥିବା ପ୍ରତ୍ୟେକଟି ବ୍ୟକ୍ତିଙ୍କୁ ୧୦ ଗ୍ରାମ ଓଜନର ସୁନା ଗୋଲ୍ଡ କଏନ୍‌ ଉପହାର ସାଦୃଶ୍ୟ ଦେଇଛନ୍ତି । ଫିଲ୍ମ ପ୍ରତି ସମସ୍ତଙ୍କ କଠିନ ପରିଶ୍ରମ ଓ ମନୋବଳ ପାଇଁ ଆଜି RRR ଏତେ ମାତ୍ରାରେ ସଫଳତା ପାଇପାରିଛି ବୋଲି କହିଛନ୍ତି ରାମଚରଣ ।

Advertisment
Ram Charan gifts gold coins to everyone who worked on the film(ଗୋଲ୍ଡ କେନ୍‌ର ପଛ ପାର୍ଶ୍ୱ)

ଏହି ଗୋଲ୍ଡ କଏନ୍‌‌ର ଗୋଟିଏ ପାର୍ଶ୍ୱରେ ରାମଚରଣ ଓ ଅନ୍ୟ ଏକ ପାର୍ଶ୍ୱରେ RRR ଲେଖାହୋଇଛି ।

Ram Charan gifts gold coins to everyone who worked on the film(ଗୋଲ୍ଡ କେନ୍‌ର ଆଗ ପାର୍ଶ୍ୱ)

ସୂଚନା ଅନୁସାରେ, ସୁପରଷ୍ଟାର ରାମଚରଣ ନିଜ ଘରକୁ ଯିବା ପୂର୍ବରୁ ଚଳଚିତ୍ରରେ କାମ କରିଥିବା ୩୫ ଜଣ ଟେକକ୍ନିସିଆନ୍‌‌ଙ୍କୁ ଗୋଲ୍ଡ କଏନ୍‌ ବାଣ୍ଟିଛନ୍ତି । ସମସ୍ତଙ୍କୁ ହଠାତ୍‌ ଗୋଲ୍ଡ କଏନ୍‌ ଦେଇ ସେ ଆଶ୍ଚର୍ଯ୍ୟ କରିଦେଇଛନ୍ତି । କେବଳ ଏତିକି ନୁହେଁ ସେ ଏହି ଗୋଲ୍ଡ କଏନ୍‌ ବାଣ୍ଟି ପୁଣି ଥରେ ଅନେକ ଲୋକଙ୍କ ମନ କିଣିପାରିଛନ୍ତି ।

Advertisment

ଚଳଚିତ୍ରରେ ମୁଖ୍ୟ ଭୂମିକା ନିଭାଇଥିବା ରାମଚରଣ ଓ ଜୁନିୟର ଏନ୍‌ଟିଆର୍‌‌ଙ୍କ ଦମ୍‌‌ଦାର୍ ଆକ୍ଟିଂ ପାଇଁ ଗ୍ଲୋବାଲ ବକ୍ସ ଅଫିସରେ ଏହି ଫିଲ୍ମଟି ସୁପରହିଟ୍ ହେଇପାରିଛି । କେବଳ ଏତିକି ନୁହେଁ ଫିଲ୍ମଟି କେବଳ ଭାରତରେ ନୁହେଁ ବରଂ ବିଶ୍ୱବ୍ୟାପୀ ସଫଳତା ପାଇପାରିଛି ।

ଏନେଇ ଗତକାଲି ଫିଲ୍ମ ଟ୍ରେଡ୍‌ ଆନାଲିଷ୍ଟ ମନୋବାଲା ବିଜୟ ଫିଲ୍ମର ବକ୍ସ ଅଫିସ କଲେକକ୍ସନ ବିଷୟରେ ଟୁଇଟ୍ କରି ଜଣାଇଛନ୍ତି । ଟୁଇଟ୍‌ରେ ସେ ଲେଖିଛନ୍ତି ଯେ,ଫିଲ୍ମ ରିଲିଜ୍ ହେବାଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ବକ୍ସ ଅଫିସରେ ୯୩୯.୪୧ କୋଟି ଟଙ୍କା ସଂଗ୍ରହ କରିସାରିଛି ।

RRR Movie Gold Coin
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ