Advertisment

ବସ୍ କଣ୍ଡକ୍ଟରରୁ ଦାଦା ସାହେବ ଫାଲ୍‌କେ ପୁରସ୍କାର ପର୍ଯ୍ୟନ୍ତ ରଜନୀକାନ୍ତଙ୍କ ଲମ୍ବା ଯାତ୍ରା

ସୁପରଷ୍ଟାର ରଜନୀକାନ୍ତଙ୍କୁ ଭାରତୀୟ ସିନେମାର ସବୁଠାରୁ ବଡ ସମ୍ମାନ ‘ଦାଦା ସାହେବ ଫାଲ୍‌କେ ଆୱାର୍ଡ’ ମିଳିଛି। ୬୭ତମ ଜାତୀୟ ଫିଲ୍ମ ପୁରସ୍କାର ସମାରୋହରେ ସାମିଲ ହୋଇ ରଜନୀକାନ୍ତ ଏହି ସମ୍ମାନ ଗ୍ରହଣ କରିଛନ୍ତି। ଏହି ପୁରସ୍କାରକୁ ସେ ଦେଶର ଉପରାଷ୍ଟ୍ରପତି ଭେଙ୍କୈୟା ନାଇଡୁଙ୍କ ଠାରୁ ଗ୍ରହଣ କରିଛନ୍ତି। ଏହି ପୁରସ୍କାରକୁ ଗ୍ରହଣକରି ରଜନୀକାନ୍ତ ନିଜ ଗୁରୁ ବାଲାଚନ୍ଦର, ଭାଇ ସତ୍ୟନାରାୟଣ ଗାୟକୱାଡ୍ ଓ ତାଙ୍କର ସବୁଠାରୁ ଭଲ ବନ୍ଧୁ ରାଜ ବାହାଦୂରଙ୍କୁ ସମର୍ପଣ କରିଛନ୍ତି।

ଅଦ୍ୟତନ ହୋଇଛି
Rajinikanth received Dada Saheb falke award

Rajinikanth received Dada Saheb falke award

Advertisment

ସୁପରଷ୍ଟାର ରଜନୀକାନ୍ତଙ୍କୁ ଭାରତୀୟ ସିନେମାର ସବୁଠାରୁ ବଡ ସମ୍ମାନ ‘ଦାଦା ସାହେବ ଫାଲ୍‌କେ ଆୱାର୍ଡ’ ମିଳିଛି। ୬୭ତମ ଜାତୀୟ ଫିଲ୍ମ ପୁରସ୍କାର ସମାରୋହରେ ସାମିଲ ହୋଇ ରଜନୀକାନ୍ତ ଏହି ସମ୍ମାନ ଗ୍ରହଣ କରିଛନ୍ତି। ଏହି ପୁରସ୍କାରକୁ ସେ ଦେଶର ଉପରାଷ୍ଟ୍ରପତି ଭେଙ୍କୈୟା ନାଇଡୁଙ୍କ ଠାରୁ ଗ୍ରହଣ କରିଛନ୍ତି। ଏହି ପୁରସ୍କାରକୁ ଗ୍ରହଣକରି ରଜନୀକାନ୍ତ ନିଜ ଗୁରୁ ବାଲାଚନ୍ଦର, ଭାଇ ସତ୍ୟନାରାୟଣ ଗାୟକୱାଡ୍ ଓ ତାଙ୍କର ସବୁଠାରୁ ଭଲ ବନ୍ଧୁ ରାଜ ବାହାଦୂରଙ୍କୁ ସମର୍ପଣ କରିଛନ୍ତି। ଫିଲ୍ମ ଦୁନିଆରେ ପାଦ ଦେବା ପୂର୍ବରୁ ରଜନୀକାନ୍ତ ଜଣେ ବସ୍ କଣ୍ଡକ୍ଟର ଥିଲେ। କର୍ଣ୍ଣାଟକ ବସ୍‌ ପରିବହନ ସେବାରେ ଯେତେବେଳେ ସେ ଜଣେ କଣ୍ଡକ୍ଟର ଭାବେ କାମ କରୁଥିଲେ ରାଜ ବାହାଦୂର ତାଙ୍କର ସବୁଠାରୁ ଭଲ ବନ୍ଧୁ ଥିଲେ। ଆଜି ରଜନୀକାନ୍ତ ସଫଳତାର ଶୀର୍ଷତମ ସ୍ଥାନରେ ପହଞ୍ଚିଛନ୍ତି, କିନ୍ତୁ ଭୁଲିପାରି ନାହାନ୍ତି ତାଙ୍କର ସେଇ ପୁରୁଣା ବନ୍ଧୁଙ୍କୁ।

Advertisment
Rajinikanth received Dada Saheb falke awardବସ୍ କଣ୍ଡକ୍ଟରରୁ ଦାଦା ସାହେବ ଫାଲ୍‌କେ ପୁରସ୍କାର

ପୁରସ୍କାର ଗ୍ରହଣ ସମୟରେ ରଜନୀକାନ୍ତ ଏକ ସାଧାସିଧା ପୋଷାକରେ ଥିଲେ। ସେ ଏକ ଧଳା କୁର୍ତ୍ତା ସହିତ ଏକ ପାୟଜାମା ପିନ୍ଧିଥିଲେ। ଏହି ଅବସରରେ ସେ କହିଥିଲେ ଯେ “ ମୁଁ ଏହି ପୁରସ୍କାରକୁ ମୋ ପଥପଦର୍ଶକ ତଥା ଗୁରୁ କେ. ବାଲାଚନ୍ଦର ସାରଙ୍କୁ ସମର୍ପଣ କରୁଛି। ଏବେ ମୁଁ ତାଙ୍କୁ ମନେ ପକଉଛି। ଏହି ସମ୍ମାନଙ୍କୁ ମୁଁ ମୋ ଭାଇ ସତ୍ୟନାରାୟଣ ଗାୟକୱାଡଙ୍କୁ ମଧ୍ୟ ସମର୍ପଣ କରୁଛି, ଯିଏ ମୋ ପିତାଙ୍କ ଭଳି ମତେ ମୂଲ୍ୟବୋଧର ଶିକ୍ଷା ପ୍ରଦାନ କରିବା ସହିତ ମୋ ଠାରେ ଆଧ୍ୟାତ୍ମିକତାର ଭାବ ସୃଷ୍ଟି କରିଥିଲେ। ଏହା ସହିତ ମୁଁ ମଧ୍ୟ ଧନ୍ୟବାଦ ଜଣାଉଛି ମୋର ବନ୍ଧୁ ତଥା ସହଯୋଗୀ ରାଜ ବାହାଦୂରଙ୍କୁ ଯିଏ ଏକ ବସ୍ ଡ୍ରାଇଭର ଥିଲେ। ସେ ହିଁ ମତେ ଜଣେ ଅଭିନେତା ହେବା ନେଇ ପ୍ରେରଣ ଦେଇଥିଲେ।”

Advertisment

ସେ ମଧ୍ୟ ଫିଲ୍ମ ଦୁନିଆର ନିର୍ଦ୍ଦେଶକ ଓ ନିର୍ମାତାମାନଙ୍କ ପାଖରେ ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି। ସେ କହିଛନ୍ତି ଯେ “ସେହି ସମ୍ମାନିତ ନିର୍ଦ୍ଦେଶକ ଓ ନିର୍ମାତମାଙ୍କୁ ମୋର ଧନ୍ୟବାଦ ଯେଉଁମାନେ ମୋ ଉପରେ ବିଶ୍ୱାସ ରଖି ମୋ ସହିତ ଫିଲ୍ମ କରିଛନ୍ତି।” ଏହା ସହିତ ସେ ସବୁ ଟେକ୍ସିସିଆନ୍, ମିଡିଆ ଓ ଦର୍ଶକମାନଙ୍କ ପାଖରେ ମଧ୍ୟ ନିଜର କୃତଜ୍ଞତା ପ୍ରଦାନ କରିଛନ୍ତି। ଏହି ସମାରୋହରେ ରଜନୀକାନ୍ତଙ୍କ ସହିତ ତାଙ୍କ ପତ୍ନୀ ଲତା, ଝିଅ ସୌନ୍ଦର୍ଯ୍ୟା ଓ ଜୋଇଁ ଧନୁଷ ସମେତ ପରିବାରବର୍ଗ ଉପସ୍ଥିତ ଥିଲେ। ଏହି ଅବସରରେ ଧନୁଷଙ୍କୁ ମଧ୍ୟ ଫିଲ୍ମ ‘ଅସୁରନ୍’ ପାଇଁ ବେଷ୍ଟ ଆକ୍ଟର ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ମିଳିଛି।

Advertisment

ରଜନୀକାନ୍ତ ୧୯୭୫ରେ ଫିଲ୍ମ ଡେବ୍ୟୁ କରିଥିବା ବେଳେ ମନୋରଞ୍ଜନ ଦୁନିଆରେ ସେ ପାଖାପାଖି ୪୬ ବର୍ଷ କାମ କରିଛନ୍ତି। ରଜନୀ କାନ୍ତ ହେଉଛନ୍ତି ୧୨ତମ ଦକ୍ଷିଣ ଭାରତୀୟ ଅଭିନେତା ଯିଏ ଏହି ସମ୍ମାବ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ। ରାଜକୁମାର, ଅକ୍କୀନେନୀ ନାଗେଶ୍ୱର ରାଓ, କେ. ବାଲାଚନ୍ଦର ଭଳି ବ୍ୟକ୍ତିଙ୍କୁ ଏହି ସମ୍ମାନ ଦିଆଯାଇଛି।

ରଜନୀକାନ୍ତ ୧୯୫୦ ଡିସେମ୍ବର ୧୨ରେ ବାଙ୍ଗାଲୋରର ମହୀସୋରରେ ଏକ ମରାଠୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପ୍ରକୃତ ନାମ ଥିଲା ଶିବାଜୀ ରାଓ ଗାୟକୱାଡ୍। ରଜନୀକାନ୍ତଙ୍କ ବାପା ଜଣେ ପୋଲିସ କର୍ମଚାରୀ ଭାବେ କାମ କରୁଥିଲେ। ୧୯୫୬ରେ ତାଙ୍କ ଅବସର ପରେ ସେମାନେ ହନୁମାନ୍‌ଥ ନଗର ଉଠିଆସି ସେଠାରେ ଘର କରି ରହିଥିଲେ। ରଜନୀକାନ୍ତଙ୍କୁ ଯେତେବେଳେ ୯ ବର୍ଷ ହୋଇଥିଲା ସେ ତାଙ୍କ ମା’ଙ୍କୁ ହରେଇଥିଲେ। ପିଲାଟି ଦିନରୁ ତାଙ୍କ କ୍ରିକେଟ୍, ଫୁଟ୍‌ବଲ୍ ଓ ବାସ୍କେଟବଲ୍ ପ୍ରତି ଆଗ୍ରହ ଥିଲା। ପିଲାବେଳେ ତାଙ୍କ ଭାଇ ତାଙ୍କ ନାମକୁ ରାମକୃଷ୍ଣ ମଠରେ ପଞ୍ଜିକରଣ କରିଦେଇଥିଲେ। ସେଠାରେ ସେ ବେଦ ଜ୍ଞାନ ସହିତ ସଂସ୍କୃତି, ଇତିହାସ ସହିତ ଆଧ୍ୟାତ୍ମିକ ଜ୍ଞାନର ଅଧିକାରୀ ହୋଇପାରିଥିଲେ। ସେହି ମଠରେ ହିଁ ସେ ଅଭିନୟର ପ୍ରେରଣା ପାଇଥିଲେ। ମଠରେ ଅନୁଷ୍ଠିତ ଏକ ନାଟକରେ ସେ ଏକ ଛୋଟ ଭୂମିକା ମଧ୍ୟ ନିଭେଇଥିଲେ। ପରେ ଅଭିନୟର ଅନେକ ଜ୍ଞାନ ସେ ଆହରଣ କରିଥିଲେ।

Rajinikanth received Dada Saheb falke awardବସ୍ କଣ୍ଡକ୍ଟରରୁ ଦାଦା ସାହେବ ଫାଲ୍‌କେ ପୁରସ୍କାର ପର୍ଯ୍ୟନ୍ତ ରଜନୀକାନ୍ତଙ୍କ ଲମ୍ବା ଯାତ୍ରା

ଆର୍ଥିକ ପରିସ୍ଥିତି ଦୃଷ୍ଟିରୁ ରଜନୀକାନ୍ତ ସ୍କୁଲ ପଢା ପରେ ଅନେକ କାମ କରିଛନ୍ତି। କୁଲି ଠାରୁ ଆରମ୍ଭ କରି ବସ କଣ୍ଡକ୍ଟର ପର୍ଯ୍ୟନ୍ତ ସେ ସବୁ କାମ କରିଛନ୍ତି। ଏହା ସହିତ ମଧ୍ୟ ସେ ଅଭିନୟ ଛାଡି ନାହାନ୍ତି। ଅଧିକ ଶିଖିବା ନେଇ ରଜନୀକାନ୍ତ ମାଡ୍ରାସ୍ ଫିଲ୍ମ ଇନଷ୍ଟିଟ୍ୟୁଟ୍‌ରେ ଅଭିନୟଙ୍କୁ ବିଷୟବସ୍ତୁ ଭାବେ ନେଇ ମଧ୍ୟ ପାଠ ପଢିଛନ୍ତି। ଏ ଦିଗରେ ତାଙ୍କ ଘର ଲୋକେ ରାଜି ନ ଥିଲେ ମଧ୍ୟ ତାଙ୍କ ସାଙ୍ଗ ହିଁ ପ୍ରେରଣା ଦେଇଥିଲେ। ଏପରି ସେ ତାଙ୍କୁ ଆର୍ଥିକ ସହଯୋଗ ମଧ୍ୟ କରିଥିଲେ। ଏହି ସମୟରେ ସେ ତାମିଲ୍ ଫିଲ୍ମ ନିର୍ଦ୍ଦେଶକ କେ. ବାଲାଚନ୍ଦରଙ୍କ ସଂସ୍ପର୍ଶରେ ଆସିଥିଲେ ଏବଂ ବଡ ପରଦାରେ କାମ କରିବାର ସୁଯୋଗ ପାଇଥିଲେ। ସେବେଠାରୁ ସେ ଆଉ ପଛକୁ ଚାହିଁ ନାହାନ୍ତି। ତାଙ୍କର ନିଷ୍ଠା ଓ କର୍ତ୍ତବ୍ୟ ପରାୟଣ ଭାବ ଆଜି ତାଙ୍କୁ ଜଣେ ବସ୍ କଣ୍ଡକ୍ଟରରୁ ଦାଦା ସାହେବ ଫାଲ୍‌କେ ପୁରସ୍କାର ପର୍ଯ୍ୟନ୍ତ ପହଞ୍ଚେଇ ପାରିଛି।

Bollywood Dadasaheb Phalke Award Rajnikanth
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ