Advertisment

ରାଜେଶ ଖାନ୍ନାଙ୍କ ରୋମାଣ୍ଟିକ୍ ଜୀବନୀକୁ ନେଇ ତିଆରି ହେବ କି ବାୟୋପିକ୍ !

୮୦ ଦଶକରେ ବଲିଉଡ୍‌କୁ ନିଜ ହାତମୁଠାରେ ରଖିଥିଲେ ରାଜେଶ ଖାନ୍ନା। ତାଙ୍କୁ ନେଇ ଦର୍ଶକ ମହଲରେ ଏତେ ପାଗଳପଣ ଖେଳିଯାଇଥିଲା ଯେ ତାଙ୍କ ମହିଳା ପ୍ରଶଂସକମାନେ ତାଙ୍କୁ ରକ୍ତରେ ଚିଠି ଲେଖୁଥିଲେ। ଏହିସବୁ କାହାଣୀକୁ ନେଇ ହେବାକୁ ଯାଉଛି ଏହି ମହାନ କଳାକାରଙ୍କ ବାୟୋପିକ୍।

ଅଦ୍ୟତନ ହୋଇଛି
Rajesh Khanna’s biopic on silver screen

Rajesh Khanna’s biopic on silver screen

Advertisment

ଡିସେମ୍ବର ୨୯ରେ ରାଜେଶ ଖାନ୍ନାଙ୍କ ୭୯ ତମ ଜନ୍ମ ବାର୍ଷିକୀ। ଏହିଦିନ ତାଙ୍କ ଉପରେ ଆଧାରିତ ଏକ ଚଳଚ୍ଚିତ୍ର ଘୋଷଣା କରିବା ଅପେକ୍ଷା ଆଉ ବା କ’ଣ ଭଲ କଥା ହୋଇପାରେ। ଦେଶର ଆଇକନିକ୍ ତାରକା ଭାବରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ରାଜେଶ ଖାନ୍ନା ଓରଫ୍‌ କାକା ପ୍ରଥମ ସୁପର୍‌ଷ୍ଟାର୍ ଭାବରେ ଦୁନିଆକୁ ମନୋରଞ୍ଜନ କରିଥିଲେ। ତେବେ ବର୍ତ୍ତମାନ ଏହି ମହାନ ତାରକାଙ୍କୁ ନେଇ ବଲିଉଡ୍‌ରେ ଏକ ବାୟୋପିକ୍ ହେବାକୁ ଯାଉଛି।

Advertisment

ରାଜେଶ୍‌ ଖାନା ବଲିଉଡ୍‌କୁ ଲଗାତାର ୧୭ଟି ବଡ ବ୍ଲକ୍‌ବଷ୍ଟର ଫିଲ୍ମ ଦେଇଛନ୍ତି। ବିଶେଷ କରି ମହିଳାମାନଙ୍କ ମଧ୍ୟରେ ତାଙ୍କର ବହୁତ ବଡ ପ୍ରଶଂସକ ଥିଲେ। ନିର୍ମାତା ନିଖିଲ ଦ୍ୱିବେଦୀ ରାଜେଶ ଖାନ୍ନାଙ୍କ ଉପରେ ଆଧାରିତ ଗୌତମ ଚିନ୍ତାମଣିଙ୍କ ପୁସ୍ତକ 'ଡାର୍କ ଷ୍ଟାର୍‌: ଦି ଲୋନ୍‌ଲୀନେସ୍ ଅଫ୍ ୱିଇଙ୍ଗ୍'ର ଅଧିକାର ହାସଲ କରିଛନ୍ତି।

ଦର୍ଶକ ଏବଂ ପ୍ରଶଂସକଙ୍କ ଠାରୁ ରାଜେଶ ଖାନ୍ନା ଯେଉଁ ପ୍ରେମ ପାଇଥିଲେ ତାହା ସମ୍ପୂର୍ଣ୍ଣ ଭିନ୍ନ ଥିଲା ଏବଂ ଏହା ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଥିଲା ଯାହା ପୂର୍ବରୁ କେବେ ଦେଖାଯାଇ ନଥିଲା କି ଆଜିଯାଏ ସେମିତି କିଛି ହୋଇନି। ତାଙ୍କୁ ନେଇ ଦର୍ଶଙ୍କ ମହଲରେ ଏମିତି ପାଗଳାମୀ ଥିଲା ଯେ ମହିଳା ପ୍ରଶଂସକମାନେ ତାଙ୍କୁ ରକ୍ତରେ ଚିଠି ଲେଖୁଥିଲେ, ତାଙ୍କର ଫଟୋକୁ ମଧ୍ୟ ବିବାହ କରିନେଉଥିଲେ। ୧୯୭୩ ମାର୍ଚ୍ଚରେ ସେ ଯେତେବେଳେ ଡିମ୍ପଲ୍ କାପାଡିଆଙ୍କୁ ବିବାହ କରିଥିଲେ ଲକ୍ଷ ଲକ୍ଷ ହୃଦୟ ଭାଙ୍ଗିଦେଇଥିଲେ। ଚେତନ ଆନନ୍ଦଙ୍କ 'ଆଖିର ଖତ୍' (୧୯୬୬) ରୁ ଡେବ୍ୟୁ କରିଥିବା ଏହି ଅଭିନେତା ଯେମିତି ସଫଳତାର ପାହାଚ ଚଢିଥିଲେ ସେମିତି ମଧ୍ୟ ତାଙ୍କ ପଛରେ ଲୁଚି ରହିଥିଲା ବିଫଳତା।

Advertisment
Rajesh Khanna’s biopic on silver screenଫିଲ୍ମର ଏକ ଦୃଶ୍ୟରେ ରାଜେଶ ଖାନ୍ନା

ତେବେ ଜଣାଶୁଣା ନିର୍ଦ୍ଦେଶକ ଫରାହ ଖାନ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ବୋଲି କୁହାଯାଉଛି, ଯାହାକୁ ସେ ଗୌତମ ଚିନ୍ତାମଣିଙ୍କ ସହ ସ୍କ୍ରିପ୍ଟ କରିବେ। ତେବେ ରାଜେଶ ଖାନ୍ନାଙ୍କ ଭୂମିକାରେ କିଏ ଅଭିନୟ କରିବେ ତାହା ସନ୍ଦେହ ଘେରରେ ରହିଛି।

ନିଖିଲ ଦ୍ୱିବେଦୀ କୁହନ୍ତି ଯେ “ମତେ ଗୌତମ ଚିନ୍ତାମଣିଙ୍କ ପୁସ୍ତକ ‘ଡାର୍କ ଷ୍ଟାର’ର ଅଧିକାର ମିଳିଛି ଏବଂ ମୁଁ ଏହି ଚଳଚ୍ଚିତ୍ର ନିର୍ମାଣ ପାଇଁ ଫରାହ ଖାନଙ୍କ ସହ ଆଲୋଚନା କରୁଛି। ମୁଁ ବର୍ତ୍ତମାନ କେବଳ ଏତିକି ସୂଚନା ଦେଇପାରିବି। ଚଳଚ୍ଚିତ୍ର ବିଷୟରେ ଏକ ବଡ ଘୋଷଣା ହେବା ମାତ୍ରେ ମୁଁ ନିଶ୍ଚିତ ଭାବରେ ଏହାକୁ ଆପଣଙ୍କ ସହିତ ଅଂଶୀଦାର କରିବି। ବଡ ପରଦାରେ ରାଜେଶ ଖାନ୍ନାଙ୍କ ଜୀବନୀ ଆଣିବାକୁ ମୁଁ ବହୁତ ଉତ୍ସାହିତ।”

Advertisment

ଫରାହ ଖାନ ଏ ବିଷୟରେ କୁହନ୍ତି ଯେ “ମୁଁ ଗୌତମଙ୍କ ପୁସ୍ତକ ପଢିଛି ଏବଂ ଏହା ଖୁବ୍ ଆକର୍ଷଣୀୟ। ଏହା ନିଶ୍ଚିତ ଭାବରେ ଏକ ରୋମାଞ୍ଚକର କାହାଣୀ। ଯଦିଓ ବର୍ତ୍ତମାନ ଆମେ ଏ ବିଷୟରେ ଆଲୋଚନା ଜାରି ରଖିଛୁ, ତେଣୁ ମୁଁ ଏହା ଉପରେ ଅଧିକ କିଛି କହି ପାରିବି ନାହିଁ।”

Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ