Advertisment

ମାଲକାନଗିରିରେ ଖୁବଶୀଘ୍ର ପୁଷ୍ପା-ଟୁର ସୁଟିଂ : ସ୍ପଟ୍ ଭେରିଫିକେସନ୍ କଲେ ଟିମ୍ ମେମ୍ବର

ଜିଲ୍ଲାପାଳଙ୍କ ଅନୁମତି ପରେ ଆରମ୍ଭ ହେବ ସୁଟିଂ

ଅଦ୍ୟତନ ହୋଇଛି
undefined

Pushpa-2 team

Advertisment

ଜଙ୍ଗଲ ଭିତରେ ଲୋକ ମେଳି... ଆଦିବାସୀ ଅଧ୍ୟୁସିତ ବଣପାହାଡ ଘେରା ଜଙ୍ଗଲ ଭିତରେ ଏକାଠି ହୋଇଛନ୍ତି ଆଦିବାସୀ ଯୁବକ.... କିଏ କିଏ ଠେଙ୍ଗାବାଡ଼ି ଧରିଛନ୍ତି ତ ଆଉ କାହା ହାତରେ କୁରାଢି ବି ଅଛି... ବହୁ ଚର୍ଚ୍ଚିତ ପୁଷ୍ପା ସିନେମାର କ୍ରେଜ୍ ପାଇଁ ସମସ୍ତେ ଏକାଠି ହୋଇଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆନ୍ଧ୍ର-ମାଲକାନାଗିରି ସୀମାନ୍ତପୋଲୁର ଅଞ୍ଚଳରେ...

Advertisment

ଏଠି ପାହାଡ ଅଛି, ନଦୀ ଅଛି, ଝାଟିମାଟି ଚାଳି କୁଡିଆ ବି ଅଛି। ଓଡିଶା ସୀମାର ଏହି ପ୍ରାକୃତି ପରିବେଶ ପୁଷ୍ପା ସିନେମା ନିର୍ମାତାଙ୍କୁ ପସନ୍ଦ ଆସିଛି... ଏଇଠି ପୁଷ୍ପା-୨ ସିନେମା ସୁଟିଂ ପାଇଁ ଯୋଜନା ଚାଲିଛି। ସେଇଥି ପାଇଁ ସିନେମାର ନିର୍ଦ୍ଦେଶକ ସୁକୁମାରଙ୍କ ସହିତ ଅନ୍ୟ ସାଥି ସହଯୋଗୀ ଏଠାରେ ଡେରା ପକାଇଛନ୍ତି। ରକ୍ତଚନ୍ଦନ ଦସ୍ୟୁଙ୍କୁ ନେଇ ତିଆରି ହୋଇଥିବା ପୁଷ୍ପା ସିନେମାର ନେକ୍ସଟ୍ ଏଡିସନ ପାଇଁ ସ୍ପଟ୍ ଭିଜିଟ୍ କରିଛନ୍ତି ଟିମ୍। ଖାଲି ସେତିକି ନୁହେଁ, ସ୍ଥାନୀୟ ଯୁବକଙ୍କୁ ଏଥିପାଇଁ ଉତ୍ସାହିତ କରିବା ସହିତ ତାଙ୍କଠାରୁ ପଚାରି ବୁଝୁଛନ୍ତି ଏ ସ୍ଥାନ ସମ୍ପର୍କରେ... ଭୋଜିଭାତ ଖାଇବା ପିଇବା ସାଙ୍ଗକୁ ସ୍ଥାନୀୟ ଯୁବକଙ୍କୁ ଉତ୍ସାହିତ ମଧ୍ୟ କରିଛନ୍ତି ଟିମ୍ ମେମ୍ବର।

ଅଧିକ ପଢ଼ନ୍ତୁ: ‘ପୁଷ୍ପା-୨’ ପାଇଁ ଏତେ କୋଟି ନେଲେ ଅଲୁ ଅର୍ଜୁନ

ଏହା ପୂର୍ବରୁ ମଧ୍ୟ ପୁଷ୍ପା-୨ ସୁଟିଂ ପାଇଁ ଟିମ୍ ମେମ୍ବର ମାଲକାନାଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ ବୁଲି ଦେଖିଥିଲେ। ଜିଲ୍ଲା ପ୍ରଶାସନଠାରୁ ଅନୁମତି ମାଗିଥିଲେ। ଏଠାର ପ୍ରାକୃତିକ ପରିବେଶକୁ କ୍ଷତି ନପହଞ୍ଚାଇ ସୁଟିଂ କରିବାକୁ ଅନୁମତି ଦିଆଯାଉ ବୋଲି ସଂସ୍ଥା ଚିଠି ଲେଖିଥିଲା। ଆଉ ଏବେ ପୁଣି ଥରେ ପୁଷ୍ପା ଟିମ୍ ଏଠାରେ ଅନୁଧ୍ୟାନ କରୁଥିବା ବେଳେ ପୋଲୁର ଏବଂ ମାନ୍ୟମକୋଣ୍ଡାର ଆଖାପାଖ ଗାଁରେ ସିନେମା ସୁଟିଂ ହେବ ବୋଲି କୁହାଯାଉଛି।

Advertisment

୨୦୨୧ ମସିହାରେ ରିଲିଜ୍ ହୋଇଥିବା ପୁଷ୍ପା ସିନେମା ଲୋକଙ୍କୁ ଏତେ ପସନ୍ଦ ଆସିଥିଲେ ଯେ ବକ୍ସ ଅଫିସରେ ଏକାଧିକ ରେକର୍ଡ ବ୍ରେକ୍ କରିଥିଲା। ଆଉ ଏବେ ନିକଟରେ ପୁଷ୍ପା-୨ର ଟ୍ରେଲର ରିଲିଜ୍ ହୋଇଥିବା ବେଳେ ଓଡ଼ିଶାରେ ସୁଟିଂକୁ ନେଇ ସିନେ ପ୍ରେମୀଙ୍କ ମଧ୍ୟରେ ବଢ଼ିଛି ଉତ୍ସାହ।...

Advertisment
Allu Arjun Pushpa
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ