ଓଲିଉଡ୍ ପ୍ରଯୋଜକ ଅଜିତାଭ ମଲିକ ଗିରଫ

ଓଲିଉଡରେ ପୁଣି ଥରେ ବିବାଦ ଦେଖାଦେଇଛି । ଘର ବିକ୍ରି କରିବା ନାଁରେ ଜଣେ ଫିଲ୍ମ ପ୍ରଡ୍ୟୁସର ଗିରଫ ହୋଇଛନ୍ତି । ୭୫ ଲକ୍ଷ୍ୟ ଟଙ୍କା ଠକେଇ ମାମଲାରେ ଫିଲ୍ମ ପ୍ରଡ୍ୟୁସର ଅଜିତାଭ୍ ମଲ୍ଲିକଙ୍କୁ ଗିରଫ କରିଛି ଖଣ୍ଡଗିରି ପୋଲିସ ।

ଫିଲ୍ମ ପ୍ରଡ୍ୟୁସର ଗିରଫ

ଓଲିଉଡ୍‌ ପିଛା ଛାଡ଼ୁନି ବିବାଦ । ଗୋଟିଏ ବିବାଦ ନସରୁଣୁ ପୁଣି ଗୋଟିଏ ବିବାଦ ଓଲିଉଡ୍‌ରେ ଦେଖାଦେଉଛି । ପୂର୍ବରୁ କାଷ୍ଟିଂ କାଉଚ ପରି ସଙ୍ଗୀନ ଅଭିଯୋଗ ଆସିଥିବା ବେଳେ ପରବର୍ତ୍ତୀ ସମୟ ଅନେକ ପ୍ରସଙ୍ଗକୁ ନେଇ ଅଭିନେତା ଓ ପ୍ରଯୋଜକ ବିବାଦରେ ଛନ୍ଦି ହୋଇଛନ୍ତି ।

ଆଉ ବର୍ତ୍ତମାନ ଓଲିଉଡରେ ପୁଣି ଥରେ ବିବାଦ ଦେଖାଦେଇଛି । ଘର ବିକ୍ରି କରିବା ନାଁରେ ଜଣେ ଫିଲ୍ମ ପ୍ରଡ୍ୟୁସର ଗିରଫ ହୋଇଛନ୍ତି । ୭୫ ଲକ୍ଷ୍ୟ ଟଙ୍କା ଠକେଇ ମାମଲାରେ ଫିଲ୍ମ ପ୍ରଡ୍ୟୁସର ଅଜିତାଭ୍ ମଲ୍ଲିକଙ୍କୁ ଗିରଫ କରିଛି ଖଣ୍ଡଗିରି ପୋଲିସ ।

୪ ବର୍ଷ ହେବ ଜଣେ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଘର ଦେବେ କହି ଫିଲ୍ମ ପ୍ରଡ୍ୟୁସର ଜଣଙ୍କ ଭୂଆଁ ବୁଲାଇ ଆସୁଥିଲେ ବୋଲି ଅଭିଯୋଗ କରିଛନ୍ତି । ଶେଷରେ ଏ ନେଇ ସେ ଖଣ୍ଡଗିରି ଥାନାରେ ଏତଲା ଦେବା ପରେ ପୋଲିସ ଫିଲ୍ମ ପ୍ରଡ୍ୟୁସର ଜଣଙ୍କୁ ଗିରଫ କରିଛି।