Advertisment

ମୁଁ ହୁଏତ କିଛି ଭୁଲ୍ କରିଛି ଏବଂ ଭୁଲ୍ ବିକଳ୍ପ ବାଛିଛି, କିନ୍ତୁ ବର୍ତ୍ତମାନ ନିଜକୁ ମାର୍ଜିତ କରୁଛି: ପ୍ରିୟା ପ୍ରକାଶ

ପ୍ରିୟା ପ୍ରକାଶଙ୍କ ଷ୍ଟାରଡମ୍ ଦ୍ରୁତ ଗତିରେ ଫିକା ପଡିଯାଉଛି। ଏନେଇ ତାଙ୍କୁ ଇଣ୍ଡଷ୍ଟ୍ରିରେ ବଞ୍ଚିବା ପାଇଁ ଅନେକ ଆହ୍ୱାନର ସମ୍ମୁଖୀନ ହେବାକୁ ପଡୁଛି। ପ୍ରିୟା ବର୍ତ୍ତମାନ ତାଙ୍କ କ୍ୟାରିୟରର ସବୁଠାରୁ ବଡ ଚଳଚ୍ଚିତ୍ର ପୱନ କଲ୍ୟାଣ ଏବଂ ସାଇ ଧର୍ମ ତେଜଙ୍କ ଅଭିନୀତ ତେଲୁଗୁ କମେଡି ଫିଲ୍ମ ‘ବ୍ରୋ’ ପାଇଁ ପ୍ରସ୍ତୁତ ହେଉଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଅଦ୍ୟତନ ହୋଇଛି
Priya Prakash Varrier on her wink girl tag says I have made a few mistakes

Priya Prakash Varrier on her wink girl tag says I have made a few mistakes

Advertisment

'ୱିଙ୍କ୍ ଗର୍ଲ'(ଆଖିମରା ଝିଅ) ଭାବରେ ଜଣାଶୁଣା ପ୍ରିୟା ପ୍ରକାଶ ୱାରିୟରଙ୍କ ଷ୍ଟାରଡମ୍ ଦ୍ରୁତ ଗତିରେ ଫିକା ପଡିଯାଉଛି। ଏନେଇ ତାଙ୍କୁ ଇଣ୍ଡଷ୍ଟ୍ରିରେ ବଞ୍ଚିବା ପାଇଁ ଅନେକ ଆହ୍ୱାନର ସମ୍ମୁଖୀନ ହେବାକୁ ପଡିଛି। ଚଳିତ ବର୍ଷ ମାଲାୟାଲମ୍ ଫିଲ୍ମ୍ ‘ଲାଇଭ୍’ ଏବଂ ‘କୋଲା’ରେ ତାଙ୍କର ଚମତ୍କାର ଅଭିନୟ ପରେ ପ୍ରିୟା ବର୍ତ୍ତମାନ ତାଙ୍କ କ୍ୟାରିୟରର ସବୁଠାରୁ ବଡ ଚଳଚ୍ଚିତ୍ର ପୱନ କଲ୍ୟାଣ ଏବଂ ସାଇ ଧର୍ମ ତେଜଙ୍କ ଅଭିନୀତ ତେଲୁଗୁ କମେଡି ଫିଲ୍ମ ‘ବ୍ରୋ’ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Advertisment

ଏକ ରିପୋର୍ଟ ଅନୁସାରେ ତାମିଲ ମୂଳ ଫିଲ୍ମ ‘ବିନୋଦୟା ସୀଥମ୍’ ପାଇଁ କୃତଜ୍ଞତା ଜଣାଇ ପ୍ରିୟା କହିଛନ୍ତି ଯେ ଏତେ ବଡ ତାରକାଙ୍କ ସହ କାମ କରିବାର ସୁଯୋଗ ତାଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ସାମୁଥିରକାନୀଙ୍କ ନିର୍ଦ୍ଦେଶିତ ‘ବ୍ରୋ’ ଜୁଲାଇ ୨୮ରେ ମୁକ୍ତିଲାଭ କରିବ।

Priya Prakash Varrier on her wink girl tag says I have made a few mistakesବୋଲ୍ଡ୍ ଲୁକ୍‌ରେ ପ୍ରିୟା ପ୍ରକାଶ

'ୱିଙ୍କ୍ ଗାର୍ଲ' ଟ୍ୟାଗ୍ ତାଙ୍କ ଜୀବନ ଏବଂ କ୍ୟାରିୟର୍ ଉପରେ କି ପ୍ରଭାବ ପକାଇଛି ସେ ବିଷୟରେ ମତ ଦେଇ ପ୍ରିୟା କହିଛନ୍ତି, "ମୋ ପାଇଁ ଏହା ଏକ ଆଶୀର୍ବାଦ ଅଟେ। ଏଭଳି ହୋଇଥିବାରୁ ମୁଁ କୃତଜ୍ଞ। ଦୁଇ ବର୍ଷ, କେବଳ ଦୁଇଟି ଫିଲ୍ମ, କିନ୍ତୁ ତେଲୁଗୁ ଲୋକମାନେ ମତେ 'ୱିଙ୍କ୍ ଗାର୍ଲ' ଟ୍ୟାଗ୍ କାରଣରୁ ଜାଣନ୍ତି। ଏଥିରୁ ହିଁ ମତେ ପରିଚୟ ମିଳିଛି।"

Advertisment

ସେ ଆହୁରି ମଧ୍ୟ କହିଛନ୍ତି, “ମୁଁ ଏମିତି ଏକ ପରିବାରରୁ ଆସିଛି ଯାହାର କୌଣସି ଫିଲ୍ମ ବ୍ୟାକ୍‌ଗ୍ରାଉଣ୍ଡ୍ ନାହିଁ। ଆରମ୍ଭରେ, ମୋତେ ମାର୍ଗଦର୍ଶନ କରିବାକୁ କେହି ନଥିଲେ। ମୋର ୱିଙ୍କ୍(ଆଖିମରା) ଭାଇରାଲ୍‌ ହେବା ପରେ ମୋ ଚାରିପାଖରେ ଅନେକ ଲୋକ ଅନେକ କଥା କହିବା ଆରମ୍ଭ କଲେ। ମତେ ଜଣା ନଥିଲା ମୁଁ କ’ଣ କରିବି ବା କାହା କଥା ଶୁଣିବି। ମୋତେ ମାର୍ଗଦର୍ଶନ କରିବାକୁ କେହି ନଥିଲେ। ହଁ, ମୁଁ ହୁଏତ କିଛି ଭୁଲ କରିଛି ଏବଂ ଭୁଲ ପସନ୍ଦ କରିଛି। କିନ୍ତୁ ବର୍ତ୍ତମାନ, ମୁଁ ଠିକ୍ ପସନ୍ଦ କରୁଛି ଏବଂ ନିଜକୁ ଉନ୍ନତ କରୁଛି।”

ପୱନ କଲ୍ୟାଣଙ୍କ ସହ ଅଭିନୟ କରିବାକୁ ଏକ ଆଶୀର୍ବାଦ କହି ପ୍ରିୟା ତେଲୁଗୁ ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ କହିଥିଲେ ଯେ ତାଙ୍କ ଚାରିପାଖରେ ଏମିତି ଏକ ଆଭା ଅଛି ଯାହାକୁ ସେ ଶବ୍ଦରେ ବର୍ଣ୍ଣନା କରିପାରିବେ ନାହିଁ।

Advertisment


 
 
 
 
 
 
 
 
 
 
 
 
 
 

A post shared by Priya Prakash Varrier✨ (@priya.p.varrier)

ସେ କହିଛନ୍ତି, “ଯେତେବେଳେ ସେ ସେଟ୍‌ରେ ଥିଲେ, ତାଙ୍କୁ ଦେଖି ମଜା ଲାଗୁଥିଲା। ଫିଲ୍ମର ଉଭୟ ତାରକା ପୱନ କଲ୍ୟାଣ ଏବଂ ସାଇ ଧର୍ମ ତେଜଙ୍କ ସହ ମୋର ଅନେକ ଦୃଶ୍ୟ ଅଛି। ମୁଁ ଜଣେ ସରଳ, ଘରୋଇ ଝିଅ ବୀଣା ଭୂମିକାରେ ଅଛି ଯାହାର ଚେହେରା ଅନନ୍ୟ ହେବ।”

ନିଜ ପ୍ରାରମ୍ଭିକ ବିଫଳତାକୁ ନେଇ କହିଛନ୍ତି, "ମୁଁ ହୁଏତ ଭୁଲ କରିଥାଇପାରେ ଏବଂ ଭୁଲ ବିକଳ୍ପକୁ ବାଛିଥିଲି କିନ୍ତୁ ମୁଁ ପ୍ରତ୍ୟେକ ସୁଯୋଗର ସଦୁପଯୋଗ କରିବାକୁ ଚେଷ୍ଟା କରୁଛି।"

Bollywood Priya Prakash Varrier Wink Girl Wink Girl Priya Prakash Varrier
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ