Advertisment

ନିଜର ପ୍ରେମକୁ ପ୍ରକାଶ କଲେ ୱିଙ୍କ୍‌ ଗର୍ଲ ପ୍ରିୟା; ଜାଣନ୍ତୁ କାହା ପାଇଁ ଏତେ ପ୍ରେମ

ଟିକିଏ ଆଖିର ଝଲକରେ ସାରା ଦୁନିଆ ପାଗଳ ହେବା ଏହା ହୁଏତ ଅସମ୍ଭବର କଥା। ଏହାକୁ କିନ୍ତୁ ସମ୍ଭବ କରି ଦେଖେଇଥିବା ସେହି ସୁନ୍ଦରୀ ଯୁବତୀ ହେଉଛନ୍ତି ପ୍ରୀୟା ପ୍ରକାଶ ୱାରିୟର୍। ଏବେ ସୋସିଆଲ୍ ମିଡିଆରେ ନିଜର ପ୍ରେମକୁ ପ୍ରକାଶ କରି ସେ ଚର୍ଚ୍ଚାରେ।

ଅଦ୍ୟତନ ହୋଇଛି
Priya prakash varrier expressed her love

Priya prakash varrier expressed her love

Advertisment

କୌଣସି ଜଣେ ସୁନ୍ଦରୀ ଯୁବତୀ ଆଖିରେ ଇଶାରା ଦେବ ଆଉ କିଛି ଯୁବକ ତା’ର ଦିବାନା ହେଇଯିବେ ଏହାତ ସାଧାରଣ କଥା। କିନ୍ତୁ ଟିକିଏ ଆଖିର ଝଲକରେ ସାରା ଦୁନିଆ ପାଗଳ ହେବା ଏହା ହୁଏତ ଅସମ୍ଭବର କଥା। ଏହାକୁ କିନ୍ତୁ ସମ୍ଭବ କରି ଦେଖେଇଥିବା ସେହି ସୁନ୍ଦରୀ ଯୁବତୀ ହେଉଛନ୍ତି ପ୍ରୀୟା ପ୍ରକାଶ ୱାରିୟର୍।

Advertisment

ତାଙ୍କର ଗୋଟିଏ ଆଖିମରା ସିନ ତାଙ୍କୁ ଆଜି ୱିଙ୍କ୍‌ ଗର୍ଲ ଭାବରେ ପ୍ରସିଦ୍ଧ କରିଦେଇଛି। ଆପଣ ନିଶ୍ଚୟ ମନେପକେଇ ପାରୁଥିବେ, କିଛି ବର୍ଷ ପୂର୍ବେ ତାଙ୍କ ଚଳଚ୍ଚିତ୍ରର ଏକ ଦୃଶ୍ୟ ଭାଇରାଲ ହୋଇଥିଲା ଯେଉଁଥିରେ ସେ ଆଖି ମାରି ବନ୍ଧୁକ ଚାଳନା କରିବାର ଆକ୍ସନ କରୁଥିଲେ।

ସେଠାରୁ ପ୍ରିୟା ପ୍ରକାଶ ୱାରିଅର୍ କେବଳ ଦକ୍ଷିଣ ଭାରତୀୟ ସିନେମା ନୁହେଁ ହିନ୍ଦୀ ଚଳଚ୍ଚିତ୍ର ପ୍ରେମୀଙ୍କ ପ୍ରିୟ ହୋଇଯାଇଥିଲେ। ସେହି ଭିଡିଓ ଭାଇରାଲ ହେବାର କିଛି ବର୍ଷ ବିତିଗଲାଣି। ଏବେ କିନ୍ତୁ ତାଙ୍କର ଆଉ କିଛି ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ନିଜର ପ୍ରେମକୁ ପ୍ରକାଶ କରୁଥିବା ଦେଖାଯାଏ।

Advertisment

ବର୍ତ୍ତମାନ ପ୍ରିୟା ପ୍ରକାଶ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ କିଛି ଫଟୋ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ ସେ ଲଣ୍ଡନର ସୁନ୍ଦର ରାସ୍ତାରେ ବୁଲୁଥିବାର ନଜର ଆସିଛନ୍ତି। ଓଭରକୋଟ୍ ଏବଂ ହାଇ ହିଲ୍ ପିନ୍ଧି ସେ ଚୁଟିକୁ ପଛ ପଟରେ ବାନ୍ଧି ରଖିଛନ୍ତି। ସେ ଏହି ଷ୍ଟାଇଲ୍‌ରେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି। ପ୍ରିୟା ପ୍ରକାଶ ୱାରିଅର୍ ଲଣ୍ଡନ ଯାତ୍ରାର ମୋଟ ପାଞ୍ଚଟି ଫଟୋ ଶେୟାର କରିଛନ୍ତି।

Advertisment

ଏହି ଫଟୋର କ୍ୟାପ୍‌ସନ୍‌ରେ ସେ ନିଜ ପ୍ରେମକୁ ମଧ୍ୟ ପ୍ରକାଶ କରିଛନ୍ତି। ଆପଣ କିନ୍ତୁ ଅଧିକ ଉତ୍ସାହିତ ହୁଅନ୍ତୁ ନାହିଁ। କାରଣ ପ୍ରିୟା ପ୍ରକାଶ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିକୁ ନିଜର ପ୍ରେମ ପ୍ରକାଶ କରିନାହାଁନ୍ତି, ବରଂ ତାଙ୍କର ପ୍ରେମ ହେଉଛି ଲଣ୍ଡନ। ଏନେଇ ସେ ଲଭ ଲଣ୍ଡନ ଲେଖିଛନ୍ତି।

ପ୍ରିୟା ପ୍ରକାଶଙ୍କ ଏହି ପୋଷ୍ଟରେ, ଲୋକେ ତାଙ୍କୁ ଖୁବ୍ ପ୍ରେମ ଦେଉଛନ୍ତି। ଜଣେ ତାଙ୍କ ଆଖିମରା ସିନ୍‌ର ଏକ ଜିଫ୍ କରି ଶେୟାର କରିଛନ୍ତି। ଜଣେ ଲେଖିଛନ୍ତି ଯେ “ଆପଣ ଜାଣନ୍ତୁ ଯେ ମୋ ପାଇଁ ତୁମେ ସବୁଠାରୁ ସୁନ୍ଦର।” ଆଉ କିଛି ହାର୍ଟ ଇମୋଜି ଏବଂ ଫାୟାର୍ ଇମୋଜି ସହିତ ପ୍ରତିକ୍ରିୟା ଦେଇଛନ୍ତି। ଖବର ଲେଖା ହେବା ବେଳକୁ ସହି ଫଟୋଗୁଡିକ ୧ ଲକ୍ଷରୁ ଅଧିକ ଲାଇକ୍ ପାଇସାରିଥିଲା।

Priya Prakash Varrier Priya Prakash Varrier In Bollywood Priya Prakash Varrier In Love Hackers Wink Girl Priya Prakash Varrier
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ