Advertisment

ସଂଜୟଙ୍କୁ ଚୁମ୍ୱନ ଦେବାକୁ ଡରୁଥିଲେ ପୂଜା; ବାପା ବୁଝେଇଲେ

ଫିଲ୍ମ ଥିଲା ‘ସଡକ୍’। ଦୃଶ୍ୟ ଥିଲା ଚୁମ୍ବନ। ପୂଜା ଭଟ୍ଟ ଡରୁଥିଲେ ସଂଜୟ ଦତ୍ତଙ୍କୁ ଚୁମ୍ବନ ଦେବାକୁ। ବାପା ମହେଶ ଭଟ୍ଟ ଦେଲେ ଏମିତି ଉପଦେଶ ବଦଳିଗଲା ପୂଜାଙ୍କ ମନ। ତେବେ ସେ ଉପଦେଶ କ’ଣ ଥିଲା ଜାଣିବାକୁ ପଢନ୍ତୁ…

ଅଦ୍ୟତନ ହୋଇଛି
Pooja Bhatt was nervous to kiss Sanjay Dutta

Pooja Bhatt was nervous to kiss Sanjay Dutta

Advertisment

ମୁମ୍ବାଇ: ମହେଶ ଭଟ୍ଟଙ୍କ ସୁପରହିଟ୍ ଫିଲ୍ମ 'ସଡକ୍' ୧୯୯୧ ମସିହା ଡିସେମ୍ବର ୨୦ରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମରେ ମହେଶ ସୁପରଷ୍ଟାର ସଞ୍ଜୟ ଦତ୍ତଙ୍କ ସହ ତାଙ୍କ ଝିଅ ପୂଜା ଭଟ୍ଟଙ୍କୁ କାଷ୍ଟ କରିଥିଲେ। ଏହି ରୋମାଣ୍ଟିକ ଥ୍ରୀଲର ଚଳଚ୍ଚିତ୍ରରେ ଦୀପକ ତିଜୋରୀ, ସଦାଶିବ ଅମରାପୁରକର, ନୀଲିମା ଅଜୀମଙ୍କ ଭଳି ବରିଷ୍ଠ ଅଭିନେତାମାନେ ମଧ୍ୟ ଥିଲେ।

Advertisment

ଷ୍ଟାର୍‌କାଷ୍ଟ୍‌ ଚୟନ ସହିତ ଦମଦାର ଅଭିନୟ ଓ ଫିଲ୍ମର ଗୀତଗୁଡ଼ିକ ଏହି ଫିଲ୍ମକୁ ସୁପରହିଟ୍ କରିବାରେ ମୁଖ୍ୟ ଭୂମିକା ନେଇଥିଲେ। ନଦିମ-ଶ୍ରବଣଙ୍କ ପ୍ରସିଦ୍ଧ ଯୋଡି ଏହି ଚଳଚ୍ଚିତ୍ରରେ ସଙ୍ଗୀତ ପ୍ରଦାନ କରିଥିଲେ। 'ହମ୍ ତେରେ ବିନ୍ କହିଁ ରହ ନହିଁ ପାତି', 'ତୁମ୍‌ହେ ଆପ୍‌ନା ବନାନେ କି', 'ଜବ୍ ଜବ୍ ପ୍ୟାର୍ ପେ' ଭଳି ସୁପରହୀଟ୍ ଗୀତରେ ଭରପୂର ଏହି ଫିଲ୍ମଟି ୩୦ ବର୍ଷ ପୂରଣ କରିଥିଲେ ବି ଏହାର ଲୋକପ୍ରିୟତା ଏବେ ବି କମିନି।

୧୯୯୧ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'ସଡକ୍' ବକ୍ସ ଅଫିସରେ ସଫଳତାର ଏକ ନିଆରା ଇତିହାସ ସୃଷ୍ଟି କରିଥିଲା।​ ଏମିତିରେ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ମହେଶ ଭଟ୍ଟ ଓ ବଲିଉଡ ଅଭିନେତ୍ରୀ ପୂଜା ଭଟ୍ଟଙ୍କୁ ନେଇ ଅନେକ କିଛି ଶୁଣାଯାଏ। ଖୋଲା ମନର ବାପ-ଝିଅ ସମସ୍ତ ପ୍ରକାରର ପ୍ରସଙ୍ଗରେ ପରସ୍ପର ସହିତ ଖୋଲାଖୋଲି ଭାବରେ କଥା ହୁଅନ୍ତି। ଏପରି ଏକ ପ୍ରସଙ୍ଗକୁ ବିଷୟରେ ପୂଜା ନିଜେ ତାଙ୍କ ଫିଲ୍ମ 'ସଡକ୍'କୁ ନେଇ କହିଥିଲେ। ସାଧାରଣରେ ଦେଖିବାକୁ ଗଲେ ଜଣେ ବାପ-ଝିଅ ଏମିତି ପ୍ରସଙ୍ଗକୁ ନେଇ କଥାବାର୍ତ୍ତା ହୁଅନ୍ତି ନାହିଁ। କିନ୍ତୁ ଫିଲ୍ମରେ କାମ କରିବା ସମୟରେ ଉଭୟଙ୍କୁ କେବଳ କଳାକାର ଓ ନିର୍ଦ୍ଦେଶକ ଭାବରେ ଦେଖାଯାଏ।

Advertisment

ସଂଜୟ ଦତ୍ତଙ୍କୁ ଚୁମ୍ବନ ଦେବାକୁ ଡରୁଥିଲେ ପୂଜା:

ସେ ସମୟରେ ବଲିଉଡ୍‌ରେ ସଂଜୟ ଦତ୍ତଙ୍କର ପ୍ରଭାବ ଖୁବ ଭଲ ଥିଲା। କେବଳ ପ୍ରଶଂସକ ନୁହଁନ୍ତି, ଫିଲ୍ମ ଇଣ୍ଡଷ୍ଟ୍ରିର ସମସ୍ତ ଅଭିନେତ୍ରୀମାନେ ତାଙ୍କୁ ବହୁତ ପସନ୍ଦ କରୁଥିଲେ। ସଞ୍ଜୟ ଦତ୍ତ ତାଙ୍କ ପାଇଁ ଏକ ଆଇକନ୍ ବୋଲି ପୂଜା ଭଟ୍ଟ ମଧ୍ୟ କହିଥିଲେ। ଫିଲ୍ମ 'ସଡକ'ରେ ତାଙ୍କର ହିରୋ ଥିଲେ ସଞ୍ଜୟ ଦତ୍ତ। ଏହି ଫିଲ୍ମରେ ୧୮ ବର୍ଷୀୟା ପୂଜାଙ୍କୁ ଏକ ଦୃଶ୍ୟରେ ଚୁମ୍ବନ ଦେବାର ଥିଲା। ଏହାକୁ ନେଇ ସେ ଚିନ୍ତାରେ ପଡିଯାଇଥିଲେ। ସେ ଅନୁଭବ କରିଥିଲେ ଯେ ସେ ସେହି ବ୍ୟକ୍ତିଙ୍କୁ ଚୁମ୍ବନ ଦେବାକୁ ଯାଉଛନ୍ତି ଯାହାଙ୍କର ପୋଷ୍ଟର ତାଙ୍କ ରୁମ୍‌ରେ ଅଛି। ସେହି ସମୟରେ ତାଙ୍କ ବାପା ମହେଶ ଭଟ୍ଟ ତାଙ୍କୁ ଏପରି ପରାମର୍ଶ ଦେଇଥିଲେ ଯେ ଯାହାକୁ ସେ ସାରା ଜୀବନ ମନେଥିବା କୁହନ୍ତି।

ବାପା କି ଉପଦେଶ ଦେଲେ:

ଗଣମାଧ୍ୟମକୁ ଏକ ସାକ୍ଷାତକାରରେ ପୂଜା କହିଥିଲେ ଯେ ବାପା ମହେଶ ଭଟ୍ଟ କହିଥିଲେ ଯେ ଫିଲ୍ମରେ ଅଭିନୟ କରିବାବେଳେ ସବୁବେଳେ ନିରୀହତା ପ୍ରତି ଧ୍ୟାନ ଦେବା ଜରୁରୀ। ଯଦି ତୁମେ ଅଶ୍ଳୀଳ ଅନୁଭବ କରିବ ତେବେ ତୁମକୁ ଏହା ଅଶ୍ଳୀଳ ଭଳି ଲାଗିବ। ଏନେଇ ଚୁମ୍ବନ, ରୋମାନ୍ସ ଆଦି ଦୃଶ୍ୟକୁ ଏକ ନିରୀହପଣ ଓ ଅନୁଗ୍ରହର ସହ ଦେବାକୁ ହୋଇଥାଏ। କାରଣ ଫିଲ୍ମରେ ଆମେ ଯାହା ଦେଖେଇବା ପାଇଁ ଚାହୁଁଛେ ତାହା ଦର୍ଶକଙ୍କ ପାଖରେ ପହଞ୍ଚିବା ଦରକାର। ବାପାଙ୍କ ଦ୍ୱାରା ପୂଜାଙ୍କୁ ଦିଆଯାଇଥିବା ଏହି ଶିକ୍ଷା ତାଙ୍କର ସାରା ଜୀବନ ମନେରହିଥିବା ସେ କହିଛନ୍ତି।

Advertisment

ଅଭିନୟ ଥିଲା ଜବରଦସ୍ତ:

ସଞ୍ଜୟ ଦତ୍ତ ଓ ପୂଜା ଭଟ୍ଟ 'ସଡକ' ଫିଲ୍ମରେ ଚମତ୍କାର ଅଭିନୟ କରିଥିଲେ। ସେହିପରି ସଦାଶିବ ଅମରାପୁରକର ମଧ୍ୟ ଫିଲ୍ମରେ ଜଣେ ଖଳନାୟକରେ ଭୂମିକାରେ ଏମିତି ଭୟଙ୍କର ଅଭିନୟ କରିଥିଲେ ଯେ ପ୍ରେକ୍ଷାଳୟରେ ବସିଥିବା ସମସ୍ତ ଦର୍ଶକଙ୍କୁ ଉତ୍ତେଜିତ କରିଦେଇଥିଲେ। ଏହି ଫିଲ୍ମର କାହାଣୀ ଆମେରିକୀୟ ଚଳଚ୍ଚିତ୍ର 'ଟ୍ୟାକ୍ସି ଡ୍ରାଇଭର'ରୁ ନିଆଯାଇଥିଲା। 'ସଡକ'ର ବମ୍ପର ସଫଳତା ଦେଖି ଏହାକୁ ତାମିଲ ଭାଷାରେ 'ଅପ୍ପୁ' ନାମରେ ମଧ୍ୟ ତିଆରି କରାଯାଇଥିଲା।

Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ