Advertisment

ଓଲିଉଡ କଳିରେ ପଶିଲା ରାଜନୀତି, ମନୋଜ ମିଶ୍ରଙ୍କ ଦୃଢ଼ ସମର୍ଥନରେ ବିଧାୟକ ନରସିଂହ ମିଶ୍ର

ବିବାଦର ଶୀଘ୍ର ସମାଧାନ ନହେଲେ ଓଡ଼ିଶା ଦୁଇ ଭାଗ ହୋଇଯିବ- ନରସିଂହ

ଅଦ୍ୟତନ ହୋଇଛି
 Narasingha Mishra

Narasingha Mishra

Advertisment

ଓଲିଉଡ କଳିରେ ପଶିଲା ରାଜନୀତି । ଅଭିନେତା ମନୋଜ ମିଶ୍ରଙ୍କୁ ଓଡ଼ିଆ ଫିଲ୍ମ ପ୍ରଯୋଜକ ସଂଘ ବାସନ୍ଦ ବିବାଦର ଶୀଘ୍ର ସମାଧାନ ନହେଲେ ଓଡ଼ିଶା ଦୁଇ ଭାଗ ହୋଇଯିବ ବୋଲି ଚେତାବନୀ ଦେଲେ ବଲାଙ୍ଗିର ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ଗତକାଲି ବଲାଙ୍ଗିର ଭରସୁଜାରେ ହେଉଥିବା ଛେଲିଆପାଟ୍ ଉତ୍ସବ ଅବସରରେ ନରସିଂହ ଖୋଲାଖୋଲି ଭାବେ ଏଭଳି ଚେତବାନୀ ଦେବା ପରେ ବିବାଦ ଅଧିକ ତୀବ୍ର ହେବା ମନେ ହେଉଛି।

Advertisment

ଯଦିଓ ଏନେଇ ବାସନ୍ଦ ଧମକ ଦେଇଥିବା ପ୍ରଯୋଜକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ତେବେ ନରସିଂହ ମିଶ୍ରଙ୍କ ବିଛିନ୍ନାତବାଦୀ ମନ୍ତବ୍ୟକୁ ନେଇ ଚାରିଆଡ଼େ ପ୍ରଶ୍ନ ଉଠିଛି। ନରସିଂହ କେଉଁ ଉଦ୍ଦେଶ୍ୟ ନେଇ ଏଭଳି କହିଛନ୍ତି ତାକୁ ଉଠିଛି ପ୍ରଶ୍ନ। ତେଣେ ଓଲିଉଡରେ ସୃଷ୍ଟି ହୋଇଥିବା ବିବାଦ ଓ ଓଲିଉଡକୁ ଦୁଇ ଭାଗ ପାଇଁ ଚାଲିଥିବା ଉଦ୍ୟମର ଶୀଘ୍ର ସମାଧାନ ଲାଗି ବହୁ କଳାକାର ମାନଙ୍କ ପକ୍ଷରୁ ନିବେଦନ ଜାରି ରହିଛି । ଏମିତିକି ଦୁଇଦିନ ତଳେ ଓଲିଉଡ୍ ଅଭିନେତା ବାବୁସାନ ମଧ୍ୟ ହାତଯୋଡ଼ି ସମସ୍ତଙ୍କୁ ଏ ବିବାଦର ଶୀଘ୍ର ସମାଧାନ ଲାଗି ଅପିଲ୍ କରିଥିଲେ।

Advertisment

ସମ୍ବଲପୁରରେ ରାମ ଫିଲ୍ମକୁ ରିଲିଜ କରାଇ ଦେଉନଥିବା ଅଭିଯୋଗ କରି ୟୁସିସିସର ଦ୍ୱାରସ୍ଥ ହୋଇଥିଲେ ଅଭିନେତା ଅରିନ୍ଦମ । କୁହାଯାଉଛି ଅଭିନେତା ଜିତୁ ମଙ୍ଗରାଜଙ୍କ ସହିତ ଶତ୍ରୁତା କାରଣରୁ ମନୋଜ ମିଶ୍ରଙ୍କ ସମର୍ଥକମାନେ ସମ୍ବଲପୁରରେ ଏହି ଫିଲ୍ମକୁ ହଲରେ ରିଲିଜ କରାଇ ଦେଇନାହାନ୍ତି । ଯାହାକୁ ନେଇ ତେଜିଛି ବିବାଦ ଓ ବୟାନବାଜି।...

ସେପଟେ ନରସିଂହ ମିଶ୍ରଙ୍କ ଓଡ଼ିଶା ଦି ଫାଳ ବୟାନକୁ ନେଇ ଅଭିନେତା ମନୋଜ ମିଶ୍ର କହିଛନ୍ତି ସମସ୍ତଙ୍କ ସମର୍ଥନ କରିବା ଶୈଳୀ ଭିନ୍ନ ରହିଥାଏ । ନରସିଂହ ମିଶ୍ର ତାଙ୍କ ଶୈଳୀରେ ସମର୍ଥନ କଲେ । ମୁଁ ଖୁସି, ସାରା ଓଡ଼ିଶା ମୋତେ ସପୋର୍ଟ କରୁଛି । ବିବାଦ ହେଲେ ଓଡ଼ିଆ ସିନେମା ଆଗକୁ ଯାଇ ପାରିବନି । ସମସ୍ତ ଡିଷ୍ଟ୍ରିବ୍ୟୁଟରଙ୍କ ସହ ସରକାର ଆଲୋଚନା କରନ୍ତୁ । ମାସେ ପାଇଁ ଯେଭଳି ଓଡ଼ିଆ ଫିଲ୍ମ ହଲରୁ ହଟିବନି ବ୍ୟବସ୍ଥା କରନ୍ତୁ । ଗତକାଲି ମନୋଜଙ୍କ ବାସନ୍ଦକୁ ବିରୋଧ କରିଥିଲେ ନରସିଂହ ମିଶ୍ର । ଦରକାର ପଡ଼ିଲେ ଓଡ଼ିଶା ଦୁଇ ଭାଗ ହୋଇଯିବ କହିଥିଲେ ।

Advertisment

ଅନ୍ୟପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହଙ୍କ ବୟାନକୁ ସିନେ ପ୍ରଯୋଜକ ସଞ୍ଜୟ ନାୟକଙ୍କ କଡ଼ା ବିରୋଧ । ଓଡ଼ିଶାକୁ କେହି ଦି ଭାଗ କରିପାରିବେନି କହିଲେ ସଞ୍ଜୟ ନାୟକ । ନରସିଂହ ଜଣେ ଭଲ ରାଜନେତା । ସେ ରାଜନେତା ହୋଇ ରୁହନ୍ତୁ । ଫିଲ୍ମ 
ଭିତରେ ନ ପଶି ରାଜନୀତି କରନ୍ତୁ ବୋଲି କହିଛନ୍ତି ସଞ୍ଜୟ । କେହି ଚାହିଁଲେ ବି ଓଡ଼ିଶାକୁ ଦୁଇ ଭାଗ କରିପାରିବେନି ବୋଲି ସେ କହିଛନ୍ତି । ସଂଜୟ ନାୟକଙ୍କ ମନ୍ତବ୍ୟ ଉପରେ ନରସିଂହଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ...  

Congress Narasingha Mishra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ