Advertisment

ଭାରତରେ 'ଦି ଲିଜେଣ୍ଡ୍ ଅଫ୍ ମୌଲା ଜଟ୍ଟ୍‌' ରିଲିଜ୍ ପରେ ସମ୍ପର୍କ ସୁଦୃଢ ହେବ; ଫୱାଦ ଖାନ

ପାକିସ୍ତାନ ଫିଲ୍ମ 'ଦି ଲିଜେଣ୍ଡ୍ ଅଫ୍ ମୌଲା ଜଟ୍ଟ୍‌' ରିଲିଜ୍‌କୁ ନେଇ ଭାରତରେ ବିରୋଧ ଦେଖାଦେଇଛି। ଫିଲ୍ମକୁ ରିଲିଜ୍ ନ କରିବାକୁ ଧମକ ମଧ୍ୟ ଦିଆଯାଉଛି। ଏହାକୁ ନେଇ ଫୱାଦ ଖାନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ରିଲିଜ୍ ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁସୃଢ ହେବ ବୋଲି ସେ କହିଛନ୍ତି।

Pakistani actor fawad khan reacts on the legend of maula jatt release in india

Pakistani actor fawad khan reacts on the legend of maula jatt release in india

Advertisment

ପାକିସ୍ତାନୀ ତାରକା ଫୱାଦ ଖାନ ଏବଂ ମାହିରା ଖାନ ଆଜିକାଲି ସେମାନଙ୍କ ଫିଲ୍ମ 'ଦି ଲିଜେଣ୍ଡ୍ ଅଫ୍ ମୌଲା ଜଟ୍ଟ୍' ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମ ଏପର୍ଯ୍ୟନ୍ତ ପାକିସ୍ତାନର ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର, ଯାହାକୁ ବିଦେଶରେ ମଧ୍ୟ ବହୁତ ପସନ୍ଦ କରାଯାଉଛି। ରିଲିଜ୍‌ ହେବା ପରଠାରୁ ଫିଲ୍ମର ବକ୍ସ ଅଫିସ୍ ରୋଜଗାର ଖୁବ ଜବରଦସ୍ତ ହୋଇଛି। ଭାରତରେ 'ଦି ଲିଜେଣ୍ଡ୍ ଅଫ୍ ମୌଲା ଜଟ୍ଟ୍‌' ରିଲିଜ୍ ବିରୋଧକୁ ନେଇ ଫୱାଦ ଖାନଙ୍କ ପ୍ରତିକ୍ରିୟା ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛି।

Advertisment

ଭାରତରେ ଫୱାଦ ଖାନଙ୍କ ଫିଲ୍ମ ରିଲିଜ୍‌କୁ ନେଇ ଦୀର୍ଘ ଦିନ ଧରି ଆଲୋଚନା ଚାଲିଛି। ଏହି ଫିଲ୍ମ ପୂର୍ବରୁ ୩୦ ସେପ୍ଟେମ୍ବରରେ ଭାରତରେ ମୁକ୍ତିଲାଭ କରିବାର ଥିଲା, କିନ୍ତୁ ଏହାକୁ ସ୍ଥଗିତ ରଖାଯାଇଥିଲା। ରିପୋର୍ଟ ଅନୁଯାୟୀ, ‘ମୌଲା ଜଟ୍ଟ'ର ଅଧିକାର ଜି ଷ୍ଟୁଡିଓ ସହିତ ଥିଲା ଏବଂ ଏହି ଚଳଚ୍ଚିତ୍ର ଭାରତରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଥିଲା। ତେବେ ବିରୋଧ ପରେ ବର୍ତ୍ତମାନ ରିଲିଜ୍ ତାରିଖ ଘୁଞ୍ଚାଇ ଦିଆଯାଇଛି।

ଏହାରି ଭିତରେ ଫୱାଦ ଖାନ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ସାକ୍ଷାତକାରର ଭିଡିଓ ଶେୟାର କରିଛନ୍ତି। ସାକ୍ଷାତକାରରେ ସେ ହଂକଂର ଏକ ଚ୍ୟାନେଲ ସହ କଥା ହେଉଛନ୍ତି। ଏହି ସମୟରେ ତାଙ୍କୁ ଭାରତରେ ଫିଲ୍ମ ରିଲିଜ୍‌ ବିଷୟରେ ଏକ ପ୍ରଶ୍ନ ପଚରାଯାଇଥିଲା, ଯେଉଁଥିରେ ସେ କହିଛନ୍ତି ଯେ ବେଳେବେଳେ ଶୁଣାଯାଉଛି ଯେ ଫିଲ୍ମ ରିଲିଜ୍‌ ହେଉଛି, ଆଉ କେତେବେଳେ ଶୁଣିବାକୁ ମିଳୁଛି ଯେ ରିଲିଜ୍‌କୁ ସ୍ଥଗିତ ରଖାଯାଇଛି। ଏଥିସହ ଅଭିନେତା କହିଛନ୍ତି ଯେ ଯଦି ଏହି ଫିଲ୍ମ ଭାରତରେ ମୁକ୍ତିଲାଭ କରେ ତେବେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଦୃଢ ହେବ ବୋଲି ଆଶା କରାଯାଉଛି।

Advertisment

'ଦି ଲିଜେଣ୍ଡ୍ ଅଫ ମୌଲା ଜଟ୍ଟ୍' ବିଷୟରେ କହିବାକୁ ଗଲେ ଫୱାଦ ଖାନ ଏବଂ ମାହିରା ଖାନଙ୍କ ଅଭିନୟକୁ ସମସ୍ତେ ପସନ୍ଦ କରୁଛନ୍ତି। ଏହି ଚଳଚ୍ଚିତ୍ରର କାହାଣୀ ହେଉଛି ୧୯୭୯ କଲ୍ଟ କ୍ଲାସିକ୍ ଟାଇଟଲ୍ ‘ମୌଲା ଜଟ୍ଟ୍’ ର ଏକ ଆଧୁନିକ ଆଡପ୍ଟେସନ୍। ଅକ୍ଟୋବର ୧୩ରେ ପାକିସ୍ତାନରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ଏପର୍ଯ୍ୟନ୍ତ ୨୦୦ କୋଟି ରୋଜଗାର କରିସାରିଛି।

Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ