Advertisment

Omg 2 review: କାହାଣୀ ପୂରା ଫିଟ୍: ଅତି ଚତୁରତା ସହ ଦିଆଯାଇଛି ଯୌନ ଶିକ୍ଷା

ପରିସ୍ଥିତି ବଦଳିଛି ଆଉ ଭାବନା ମଧ୍ୟ। ବର୍ତ୍ତମାନ OMG 2 ଆସିଛି। ନିର୍ଦ୍ଦେଶକ ଫିଲ୍ମର କାହାଣୀକୁ ସମ୍ପୂର୍ଣ୍ଣ ନୂଆ ଢଙ୍ଗରେ ତିଆରି କରିଛନ୍ତି ଏବଂ ଆଜିର ପରିବେଶକୁ ନେଇ ଏହାକୁ ସମ୍ପୂର୍ଣ୍ଣ ଭାବେ ପ୍ରାସଙ୍ଗିକ କରିବାକୁ ଚେଷ୍ଟା କରିଛନ୍ତି। ସେ ଖୁବ ଚତୁରତାର ସହିତ ସେହି ବିଷୟରେ ହାତ ମାରିଛନ୍ତି, ଯାହା କରିବାକୁ ଅନ୍ୟମାନେ ଶହେ ଥର ଚିନ୍ତା କରିବେ।

ଅଦ୍ୟତନ ହୋଇଛି
Omg 2  review movie on sex education must watch

Omg 2 review movie on sex education must watch

Advertisment

କୌଣସି ସୁପରହିଟ୍ ଫିଲ୍ମର ରିମେକ୍ କରିବା ସହଜ କାମ ନୁହେଁ। ୨୦୧୨ରେ ଅକ୍ଷୟ କୁମାର ଏବଂ ପରେଶ ରାୱଲଙ୍କ ଅଭିନୀତ ଫିଲ୍ମ OMG ମୁକ୍ତିଲାଭ କରିଥିଲା ​। ସେତେବେଳେ​ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ଉମେଶ ଶୁକ୍ଲା। ଏହି ଚଳଚ୍ଚିତ୍ରର କାହାଣୀ ଜଣେ ନାସ୍ତିକ ଉପରେ ଆଧାରିତ ଥିଲା। ଧର୍ମ ନାମରେ ଠକିବା କାରଣରୁ ଭଗବାନ କୃଷ୍ଣ ଆସି ପରେଶ ରାୱଲଙ୍କ ସହ ଠିଆ ହୁଅନ୍ତି। କିନ୍ତୁ ଏହି ଚଳଚ୍ଚିତ୍ର ରିଲିଜ ହେବାର ଏକ ଦଶନ୍ଧିରୁ ଅଧିକ ସମୟ ବିତିଗଲାଣି।

Advertisment

ପରିସ୍ଥିତି ମଧ୍ୟ ବଦଳିଛି ଆଉ ଭାବନା ମଧ୍ୟ। ବର୍ତ୍ତମାନ OMG 2 ଆସିଛି। OMG 2 ରେ ଅମିତ ରାୟ ଏବଂ ଅକ୍ଷୟ କୁମାରଙ୍କ ସହିତ ପଙ୍କଜ ତ୍ରିପାଠୀ, ୟାମି ଗୌତମ ଏବଂ ପୱନ ମଲହୋତ୍ରା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ତେବେ ବିଶେଷ କଥା ହେଉଛି ନିର୍ଦ୍ଦେଶକ ଫିଲ୍ମର କାହାଣୀକୁ ସମ୍ପୂର୍ଣ୍ଣ ନୂଆ ଢଙ୍ଗରେ ତିଆରି କରିଛନ୍ତି ଏବଂ ଆଜିର ପରିବେଶକୁ ନେଇ ଏହାକୁ ସମ୍ପୂର୍ଣ୍ଣ ଭାବେ ପ୍ରାସଙ୍ଗିକ କରିବାକୁ ଚେଷ୍ଟା କରିଛନ୍ତି।

କାହାଣୀ:

OMG 2 ର କାହାଣୀ ଜଣେ ଶିବ ଭକ୍ତଙ୍କ ଉପରେ, ଯେଉଁଥିରେ ପଙ୍କଜ ତ୍ରିପାଠୀ ଅଭିନୟ କରିଛନ୍ତି। ସେ ସଂପୂର୍ଣ୍ଣ ଭକ୍ତି ସହିତ ଶିବଙ୍କୁ ପୂଜା କରନ୍ତି। କିନ୍ତୁ ତାଙ୍କ ପୁଅ ସହିତ ଏମିତି କିଛି ହୁଏ ଯେ ତାଙ୍କୁ ସ୍କୁଲରୁ ବହିଷ୍କାର କରିଦିଆଯାଏ। ତାଙ୍କୁ ଖରାପ କଥା କୁହାଯିବା ଅଭିଯୋଗ ହୁଏ। ପରିସ୍ଥିତି ଏପରି ହୋଇଯାଏ ଯେ ପଙ୍କଜ ତ୍ରିପାଠୀ ଏବଂ ତାଙ୍କ ପରିବାରରକୁ ସହର ଛାଡିବା ପର୍ଯ୍ୟନ୍ତ କଥା ଯାଏ। ଠିକ ଏହି ସମୟରେ ଶିବ ଦୂତ ଅକ୍ଷୟ କୁମାରଙ୍କ ଏଣ୍ଟ୍ରୀ ହୁଏ। ଏହା ପରେ ପଙ୍କଜ ତ୍ରିପାଠୀଙ୍କ ସାହସ ବଢେ ଏବଂ ସେ କୋର୍ଟର ସାହାରା ନିଅନ୍ତି।

Advertisment

ସେହିପରି ଚଳଚ୍ଚିତ୍ରଟି ମଧ୍ୟ ପରିପକ୍ୱତା ସହିତ ଯୌନ ଶିକ୍ଷା ପରି ସମ୍ବେଦନଶୀଳ ଏବଂ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ସାମ୍ନାକୁ ଆଣିଛି। ଏଥିରେ ଦର୍ଶକଙ୍କ ନିକଟରେ ଏକ କୋର୍ଟ ସିନ୍, ଶୁଦ୍ଧ ହିନ୍ଦୀ ଶବ୍ଦ, କାହାଣୀରେ ପରିପକ୍ୱତା ଏବଂ ଅତି ସମ୍ବେଦନଶୀଳ ବିଷୟକୁ ପହଞ୍ଚାଇବା ପାଇଁ ଏକ ଅର୍ଥପୂର୍ଣ୍ଣ ପ୍ରୟାସ କରାଯାଇଛି। ଖାଲି ଏତିକି ନୁହେଁ, ଫିଲ୍ମଟି ହସେଇବା ସହିତ ଏକ ଗଭୀର ବାର୍ତ୍ତା ମଧ୍ୟ ଦେଉଛି।

ନିର୍ଦ୍ଦେଶନା:

କାହାଣୀ ଦୃଷ୍ଟିରୁ 'OMG 2' ଫିଟ୍ ଏବଂ ନିର୍ଦ୍ଦେଶକଙ୍କ ଦୃଷ୍ଟିରୁ ମଧ୍ୟ ଠିକ ଅଛି। ଅମିତ ରାୟ ବହୁତ ସମ୍ବେଦନଶୀଳତା ସହିତ ଫିଲ୍ମକୁ ଆଗକୁ ନେଇଛନ୍ତି। ସେ ଖୁବ ଚତୁରତାର ସହିତ ସେହି ବିଷୟରେ ହାତ ମାରିଛନ୍ତି, ଯାହାକୁ ପ୍ରାୟତଃ କରାପ କଥା କୁହାଯାଇ ଅଣଦେଖା କରାଯାଏ। ଆଜିର ସମୟରେ, ଏହିପରି ଏକ ଚଳଚ୍ଚିତ୍ରର ଆବଶ୍ୟକତା ଥିଲା, ଯାହା OMG 2 ପୂରଣ କରିଛି। ଏଥିପାଇଁ ଶ୍ରେୟ କେବଳ ଅମିତ ରାୟଙ୍କୁ ଯାଏ।

Advertisment

ଅଭିନୟ:

ପଙ୍କଜ ତ୍ରିପାଠୀଙ୍କ ଠାରୁ ଏହିପରି କିଛି ଚରିତ୍ର ଦୀର୍ଘ ସମୟ ଧରି ଆଶା କରାଯାଉଥିଲା, ଯାହା ତାଙ୍କ ରୁଟିନ୍ ଠାରୁ କିଛି ଅଲଗା। ଏଥର ପଙ୍କଜ ତ୍ରିପାଠୀଙ୍କ ତୀର ଟାର୍ଗେଟକୁ ଛୁଇଁଛି। ସେ ଚରିତ୍ରକୁ ଗଭୀର ଭାବରେ ପ୍ରବେଶ କରିଛନ୍ତି ଏବଂ ତାଙ୍କର ସଂଳାପ ଖୁବ୍ ପ୍ରଭାବଶାଳୀ ହୋଇଛି।

ଅବଶ୍ୟ ପଙ୍କଜ ତ୍ରିପାଠୀ ଫିଲ୍ମର ମୁଖ୍ୟ ଭୂମିକାରେ ଅଛନ୍ତି, କିନ୍ତୁ ଅକ୍ଷୟ କୁମାର ହିଁ ଫିଲ୍ମର ଜୀବନ। ସେ ଶିବ ଦୂତ ଚରିତ୍ରକୁ ଏତେ ଭଲଭାବେ ଦେଖେଇଛନ୍ତି ଯେ, ଯାହା ଅତ୍ୟନ୍ତ ପ୍ରଶଂସନୀୟ। ଦୀର୍ଘ ଦିନ ପରେ ଅକ୍ଷୟ କୁମାର ଅଭିନୟରେ କିଛି କରି ଦେଖେଇଛନ୍ତି। ୟାମି ଗୌତମ, ଅରୁଣ ଗୋଭିଲ ଏବଂ ପୱନ ମାଲହୋତ୍ରାଙ୍କ କାମ ମଧ୍ୟ ଖୁବ୍ ଚମତ୍କାର।

ମତାମତ:

OMGର ପାର୍ଟ ୨ ଦୀର୍ଗ ୧୧ ବର୍ଷ ପରେ ଆସିଛି। କାହାଣୀ ପୂରା ନୂଆ ଏବଂ ସମୟକ୍ଷାପେକ୍ଷ। ଏଥିରେ ଯୌନ ଶିକ୍ଷା ପରି ଏକ ବିଷୟ ଅଛି ଯାହା ବଲିଉଡର ଅନେକ ଭେଟେରାନ୍ ନିର୍ଦ୍ଦେଶକ ଏହାକୁ ଛୁଇଁବା ସମୟରେ ଶହେ ଥର ଭାବନ୍ତି। କିନ୍ତୁ ଅମିତ ରାୟ ପରିପକ୍ୱତା ସହିତ ଏହି କାହାଣୀକୁ ସହଜରେ ଉପସ୍ଥାପନ କରିଦେଇଛନ୍ତି। ପଙ୍କଜ ତ୍ରିପାଠୀ ଏବଂ ଅକ୍ଷୟ କୁମାରଙ୍କ ଅଭିନୟ ମଧ୍ୟ ଉତ୍କୃଷ୍ଟ।

Bollywood Akshay Kumar OMG
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ