Advertisment

ଓମ୍‌ ପୁରୀ ଜାଣି ନଥିଲେ ଇଂରାଜୀ, ୨୦ ହଲିଉଡ୍ ଫିଲ୍ମରେ କାମ କରି ରେକର୍ଡ କଲେ

ଓମ୍ ପୁରୀଙ୍କ ପରିବାର ଖୁବ ଗରିବ ଥିଲା। ଏହି କାରଣରୁ ପିଲାବେଳେ ସେ କେବେ ଚା’ ଦୋକାନରେ ରହି ଅଇଁଠା ଗ୍ଲାସ୍ ଧୋଇଛନ୍ତି ତ ପୁଣି ବେକେ ଢାବାରେ ରହି ପ୍ଲେଟ୍ ମାଜିଛନ୍ତି। ପିଲାଦିନେ ଜାଣି ନଥିଲେ ଇଂରାଜୀ, ହେଲେ ଅନେକ ହଲିଉଡ୍‌ ଚଳଚ୍ଚିତ୍ରରେ କାମ କରି ଏକ ରେକର୍ଡ ସୃଷ୍ଟି କରିଦେଲେ।

ଅଦ୍ୟତନ ହୋଇଛି
Om puri used to wash glasses in a tea shop at the age of 6

Om puri used to wash glasses in a tea shop at the age of 6

Advertisment

ବଲିଉଡ୍‌ର ଭେଟେରାନ ଅଭିନେତା ଓମ୍‌ ପୁରୀ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ତାଙ୍କ ପ୍ରତିଭା ଦେଖେଇଥିଲେ। ସେ ତାଙ୍କର ପ୍ରତ୍ୟେକ ଚରିତ୍ରକୁ ଜୀବନ୍ତ କରିବାର କଳା ଜାଣିଥିଲେ। ତାଙ୍କ ପିଲାଦିନ କଥା ଜାଣିଲେ ଆପଣଙ୍କ ଆଖି ଛଳ ଛଳ ହୋଇଯିବ।

Advertisment

ଦାରିଦ୍ର୍ୟର କଷାଘାତରେ ପିଲାଦିନ କଟିଥିଲେ ମଧ୍ୟ ଓମ ପୁରୀ କେବେ ପରିସ୍ଥିତିକୁ ଦାୟୀ ନ କରି ସର୍ବଦା କଠିନ ପରିଶ୍ରମ କରିବାକୁ ଏବଂ ଆଗକୁ ଯିବାକୁ ଚେଷ୍ଟା କରିଥିଲେ। ଏହି କାରଣରୁ ସେ ଯେତେବେଳେ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ପ୍ରବେଶ କଲେ ହଇଚଇ ସୃଷ୍ଟି ହୋଇଯାଇଥିଲା। ଏହା ବ୍ୟତୀତ ସେ ଅନେକ ହଲିଉଡ୍‌ ଫିଲ୍ମରେ ମଧ୍ୟ କାମ କରିଥିଲେ।

ଏକ ସାକ୍ଷାତକାରରେ ଓମ୍ ପୁରୀ ପ୍ରକାଶ କରିଥିଲେ, “ମୁଁ ଏକ ଚା’ ଦୋକାନରେ ଗ୍ଲାସ୍ ଧୋଉଥିଲି। ସେତେବେଳେ ମୋତେ ୬ ବର୍ଷ ହୋଇଥିଲା। ମୋର ଆଜି ବି ମନେ ଅଛି ସେହି ପାଣି ଡ୍ରମ୍ ଆଉ ମଗ କଥା। ଏହା ପରେ ମୁଁ ଏକ ଢାବାରେ ମଧ୍ୟ କାମ କରିଥିଲି, ଯେଉଁଠାରୁ ଦିନେ ମୋତେ ବାହାର କରିଦିଆଯାଇଥିଲା।

Advertisment

ଏହି ସାକ୍ଷାତକାରରେ ଅଭିନେତା ଆହୁରି ମଧ୍ୟ କହିଥିଲେ ଯେ, ସେ ପଞ୍ଜାବୀ ମାଧ୍ୟମରେ ପାଠ ପଢିଥିଲେ। ସେ ଅଭିନୟ ଶିଖିବା ପାଇଁ ନ୍ୟାସ୍‌ନାଲ୍ ସ୍କୁଲ୍ ଅଫ୍ ଡ୍ରାମା(NSD)ରେ ନାମ ଲେଖାଇଥିଲେ। ସେଠାରେ କିନ୍ତୁ ଇଂରାଜୀରେ ପାଠ ପଢାଯାଉଥିଲା। ସେ ଆଦୌ ଇଂରାଜୀ ଜାଣି ନଥିଲେ। କିଛି ବୁଝିପାରୁ ନଥିଲେ। ଫଳରେ ସେ ପଞ୍ଜାବ ଫେରିବାକୁ ଚିନ୍ତା କଲେ।

NSD ରେ, ଓମ୍ ପୁରୀକୁ ବୁଝାଯାଇଥିଲା ଯେ ଇଂରାଜୀ ତ ଏକ ଭାଷା। ତୁମେ ଯେମିତି ପଞ୍ଜାବୀ ଏବଂ ହିନ୍ଦୀ କୁହ ସେମିତି ଇଂରାଜୀ ମଧ୍ୟ କୁହାଯାଏ। ଏହା ପରେ ତାଙ୍କୁ ଦୁଇ-ତିନିଟି ଟିପ୍ସ ଦିଆଗଲା। ଯେପରି ଇଂରାଜୀ ଖବରକାଗଜ ନେବା। ବଡ ପାଟିରେ ପଢିବା। ରେଡିଓରେ ଇଂରାଜୀ ଖବର ଶୁଣିବା। ଯେଉଁମାନେ ଇଂରାଜୀରେ ପରସ୍ପର ସହ କଥା ହେଉଥିବେ ସେମାନଙ୍କୁ ଶୁଣିବା ହେବା ଏବଂ କଥା ହେବାକୁ ଚେଷ୍ଟା କରିବା।

Advertisment

ଓମ୍ ପୁରୀ ଆହୁରି କହିଥିଲେ ଯେ “ମୋତେ କୁହାଯାଇଥିଲା ଯେ ଯଦି ଇଂରାଜୀ କହିବାରେ ଭୁଲ୍ ହୁଏ ତେବେ ଲାଜ କର ନାହିଁ, ଲଜ୍ଜାହୀନ ହୋଇ କୁହ। ଏହା ପରେ ମୁଁ ଲଜ୍ଜାହୀନ ହୋଇଗଲି ଏବଂ ତା’ପରେ ମୁଁ ଇଂରାଜୀ ଶିଖିଲି। ଏହା ପରେ ମୁଁ ୨୦ଟି ଇଂରାଜୀ ଚଳଚ୍ଚିତ୍ରରେ କାମ କଲି।”

ଓମ୍‌ ପୁରୀ ତାଙ୍କ କ୍ୟାରିୟରରେ 'ସିଟି ଅଫ୍ ଜୟ', ଓଲ୍‌ଫ, 'ବ୍ରଦର୍ସ ଇନ୍ ଟ୍ରବୁଲ୍', 'ଦ ଘୋଷ୍ଟ ଆଣ୍ଡ୍ ଡାର୍କନେସ୍', 'ସଚ୍ ଏ ଲଙ୍ଗ୍ ଜର୍ଣ୍ଣି', 'ଦ ପେରୋଲ ଅଫିସର୍‌', 'ହାପି ନାଓ' ଭଳି ୨୦ଟି ଇଂରାଜୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ପ୍ରକାଶଥାଉ ଯେ ହୃଦଘାତ କାରଣରୁ ୦୬ ଜାନୁଆରୀ ୨୦୧୭ରେ ତାଙ୍କର ମୃତ୍ୟୁ ହୋଇଥିଲା।

Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ