Babuhan
ନିଜ ପରିବାର ସହ ଜନ୍ମ ଦିନ ପାଳିବେ ବାବୁସାନ୍ । ବାପା - ମାଆଙ୍କ ସହ ଜନ୍ମ ଦିନ ପାଳିବା ନେଇ ବାବୁସାନ୍ ସୂଚନା ଦେଇଥିବା ବେଳେ ନିଜ ସ୍ତ୍ରୀ ଓ ପୁଅ ସହ ମଧ୍ୟ ଜନ୍ମ ଦିନ ପାଳିବେ ବୋଲି କହିଛନ୍ତି ଓଲିଉଡ ସୁପର ଷ୍ଟାର ବାବୁସାନ୍ । ଏହା ସହ ଯଦି ସ୍ତ୍ରୀ ଓ ପୁଅ ତାଙ୍କ ପାଖକୁ ନଆସନ୍ତି ତେବେ ବାବୁ ନିଜେ ତାଙ୍କ ପାଖକୁ ଯିବେ ବୋଲି କହିଛନ୍ତି ।
ଆସନ୍ତାକାଲି ବାବୁସାନ୍ଙ୍କ ଜନ୍ମ ଦିନ ଥିବା ବେଳେ ସେ କେମିତି ଓ କେଉଁଠି ତାକୁ ସେଲିବ୍ରେସନ୍ କରିବେ ସେନେଇ ଫ୍ୟାନ୍ ମାନଙ୍କ ମନରେ ଢ଼େର୍ ଉତ୍ସୁକତା ରହିଥିଲା । ଏହାସହ ସ୍ତ୍ରୀ ଓ ପୁଅ ସହ ଭେଟିବେ କି ନାହିଁ ସେନେଇ ମଧ୍ୟ ଲୋକଙ୍କ ମନରେ ନାନା ପ୍ରଶ୍ନ ରହିଥିଲା । ତେବେ ଏହି ସବୁ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବାବୁସାନ୍ ଏଭଳି କହିଛନ୍ତି । ଏହାସହ ଠିକ୍ ସମୟ ଆସିଲେ ଗଣମାଧ୍ୟମ ଆଗରେ ସେ ସବୁ କିଛି କହିବେ ବୋଲି ପୁଣି ଦୋହରାଇଛନ୍ତି । ପୋଲିସ୍ ପଚରାଉଚରାର ସମ୍ମୁଖୀନ ପରେ ସବୁ ପ୍ରଶ୍ନର ଉତ୍ତର ଦେବେ କହିଛନ୍ତି ବାବୁସାନ୍ ।
ଅନ୍ୟପଟେ ଦୀର୍ଘ ସମୟ ଧରି ସାମ୍ବାଦିକ ମାନେ ତାଙ୍କ ଘର ସାମ୍ନରେ ରହିଥିବାରୁ, ଅଯଥା କଷ୍ଟ ନକରି ଘରକୁ ଫେରିଯିବାକୁ ସେ ଅନୁରୋଧ କରିଥିଲେ । ନିଜ ନିଜ ଘରକୁ ଫେରିଯାଇ ବିଶ୍ରାମ ନେବାକୁ ସାମ୍ବାଦିକଙ୍କୁ ଅନୁରୋଧ କଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Babuhan_1659113401.jpg)