Advertisment

ପ୍ରଯୋଜକଙ୍କ ବିରୋଧରେ ଆଗଧାଡ଼ିର ନାୟିକାଙ୍କ ଏତଲା, ଅନ୍ତରଙ୍ଗ ମୁହୁର୍ତ୍ତକୁ ଭାଇରାଲ୍ ସହ ବ୍ଲାକମେଲିଂ ଅଭିଯୋଗ

ପୁଣି ହଲଚଲ୍ ଓଲିଉଡ, ପୁଣି ଓଲିଉଡରେ ଚାଞ୍ଚଲ୍ୟ। ଏଥର ନା କାଷ୍ଟିଂ କାଉଚ୍ ନା ପ୍ରେମକୁ ନେଇ କୌଣସି ବିବାଦ, ବରଂ ସିଧାସଳଖ ଅଭିନେତ୍ରୀଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଦୃଶ୍ୟକୁ ଭାଇରାଲ୍ କରି ବ୍ଲାକମେଲ୍ ଭଳି ସଂଗୀନ ଅଭିଯୋଗ ଆସିଛି। ଅଭିଯୋଗ ପୁଣି କୌଣସି ଅର୍ଡ଼ିନାରୀ ଅଭିନେତ୍ରୀ ନୁହଁନ୍ତି, ରୂପେଲି ପରଦାର ଆଗଧାଡ଼ିର ଜଣେ ନାୟିକା ଆଣିଛନ୍ତି ସଂଗୀନ ଅଭିଯୋଗ।

ଅଦ୍ୟତନ ହୋଇଛି
Ollywood actress accuses

Ollywood actress accuses producer of making private pictures & videos viral

Advertisment

ଅନ୍ତରଙ୍ଗ ମୁହୁର୍ତ୍ତର ଭିଡ଼ିଓ ଭାଇରାଲ୍ ସହ ବ୍ଲାକମେଲ୍ ଭଳି ସଂଗୀନ ଅଭିଯୋଗକୁ ନେଇ ପୁଣି ହଲଚଲ୍ ଓଲିଉଡ୍। ରୂପେଲି ପରଦାର ଜଣେ ଆଗଧାଡ଼ିର ଅଭିନେତ୍ରୀ ସଂଗୀନ ଅଭିଯୋଗ ଆଣିଛନ୍ତି ଜଣେ ପ୍ରଯୋଜକଙ୍କ ବିରୋଧରେ। ଯିଏ ଅନ୍ୟ କୌଣସି ପ୍ରଯୋଜନା ସଂସ୍ଥାରେ କାମ କରିବାରୁ ତାଙ୍କୁ ତାଗିଦ କରିବା ସହ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡ଼ିଓ ଏବଂ ଫଟୋକୁ ଭାଇରାଲ କରିଥିବା ସେ ଅଭିଯୋଗ କରିଛନ୍ତି। ଅଭିଯୋଗକାରିଣୀ ଅଭିନେତ୍ରୀଙ୍କ ପକ୍ଷରୁ ମାମଲା ଥାନାରେ 
ପହଞ୍ଚିଥିବାବେଳେ ବିବାଦର କାଠଗଡ଼ାକୁ ପୁଣି ଟାଣି ହୋଇଯାଇଛି ଓଲିଉଡ।

Advertisment

ପୁଣି ହଲଚଲ୍ ଓଲିଉଡ, ପୁଣି ଓଲିଉଡରେ ଚାଞ୍ଚଲ୍ୟ। ଏଥର ନା କାଷ୍ଟିଂ କାଉଚ୍ ନା ପ୍ରେମକୁ ନେଇ କୌଣସି ବିବାଦ, ବରଂ ସିଧାସଳଖ ଅଭିନେତ୍ରୀଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଦୃଶ୍ୟକୁ ଭାଇରାଲ୍ କରି ବ୍ଲାକମେଲ୍ ଭଳି ସଂଗୀନ ଅଭିଯୋଗ ଆସିଛି। ଅଭିଯୋଗ ପୁଣି କୌଣସି ଅର୍ଡ଼ିନାରୀ ଅଭିନେତ୍ରୀ ନୁହଁନ୍ତି, ରୂପେଲି ପରଦାର ଆଗଧାଡ଼ିର ଜଣେ ନାୟିକା ଆଣିଛନ୍ତି ସଂଗୀନ ଅଭିଯୋଗ। ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନାରେ ଏତଲା ଦାୟର କରିଛନ୍ତି। ସଂପୃକ୍ତ ଅଭିନେତ୍ରୀଙ୍କ ଅଭିଯୋଗ, ଯୁବ ପ୍ରଯୋଜକ ତଥା ତାଙ୍କ ପୁରୁଷ ବନ୍ଧୁ ବଡ଼ ବଡ଼ ପ୍ରଡ଼କ୍ସନ ହାଉସରେ କାମ ଦେବାର ପ୍ରଲୋଭନ ଦେଖାଇ ଶାରିରୀକ ସଂପର୍କ ରଖିଥିଲେ। ଆଉ ତା’ପରେ 
ବିଭିନ୍ନ ସମୟରେ ବ୍ଲାକମେଲ୍ ଉଦ୍ଦେଶ୍ୟରେ ଭିଡ଼ିଓ ଓ ଫଟୋ ଉତ୍ତୋଳନ କରି ରଖିଥିଲେ। 

ପରବର୍ତ୍ତି ସମୟରେ ନିଜର ପ୍ରଡ଼କ୍ସନ ହାଉସ ବ୍ୟତୀତ ଅନ୍ୟ ସଂସ୍ଥାରେ କାମ ନକରିବା ପାଇଁ କହିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଢ଼ିଥିଲା ତିକ୍ତତା। ଆଉ ସେହି ତିକ୍ତତାରୁ ପ୍ରତିଶୋଧ ନେବାକୁ ଯାଇ ପ୍ରଯୋଜକ ଜଣକ ସଂପୃକ୍ତ ଅଭିନେତ୍ରୀଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋ ଏବଂ ଭିଡ଼ିଓକୁ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ କରିଥିବା ଅଭିଯୋଗ ହୋଇଛି। 

Advertisment

ମିଳିଥିବା ସୂଚନା ଅନୁଯାୟୀ, ୨୦୧୯ରୁ ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିଲା ବନ୍ଧୁତା। ତାହାରି ଭିତରେ ଅନ୍ୟ ପ୍ରଯୋଜନା ସଂସ୍ଥାରେ କାମ ନକରିବା ପାଇଁ ତାଗିଦ୍ କରିବା ସତ୍ତ୍ବେ ନମାନିବାରୁ ୨୦୨୨ରୁ ଆରମ୍ଭ ହୋଇଥିଲା ସଂପର୍କରେ ଫାଟ। ଏଥିପାଇଁ ବ୍ୟକ୍ତିଗତ ରାଗ ରଖି ଏବଂ ପ୍ରତିଶୋଧ ନେବାକୁ ଯାଇ ଫେକ୍ ଆକାଉଣ୍ଟ ତିଆରି କରିବା ସହ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡ଼ିଓ ଏବଂ ଫଟୋକୁ ଅପଲୋଡ୍ କରିଥିଲେ ପ୍ରଯୋଜକ ଜଣକ। ଏନେଇ ଅଭିନେତ୍ରୀ ଜଣକ ଲକ୍ଷ୍ମୀସାଗର ଥାନାରେ ଏତଲା ଦେଇଥିବାବେଳେ ସଂପୃକ୍ତ ପ୍ରଯୋଜକ ନିଜ ଭୁଲକୁ ସ୍ୱୀକାର କରିବାରୁ ଗତ ମାର୍ଚ୍ଚ ୨୭ରେ ଥାନାରେ ଆପୋଷ ବୁଝାମଣା ହୋଇଥିଲା।

ଏବେ ପୁଣି ଥରେ ସୋସିଆଲ୍ ମିଡ଼ିଆରେ ଏହି ଅଭିନେତ୍ରୀଙ୍କ ବିରୋଧରେ ଆପତ୍ତିଜନକ ତଥ୍ୟ ପୋଷ୍ଟ କରିବାରୁ ଲକ୍ଷ୍ମୀସାଗର ଥାନାରେ ଆଉ ଏକ ଏତଲା ଦାୟର କରିଛନ୍ତି ଅଭିନେତ୍ରୀ ଜଣକ। କେବେ କାଷ୍ଟିଂ କାଉଚ୍ ତ ଆଉ କେବେ ବିବାଦୀୟ ପ୍ରେମ ସମ୍ପର୍କ ଅଭିଯୋଗକୁ ନେଇ ଓଲିଉଡରେ ଲାଗିରହିଛି ଚର୍ଚ୍ଚା, ଦେଖାଦେଇଛି ଝଡ଼। ଆଉ ଏବେ ଅନ୍ତରଙ୍ଗ ମୁହୁର୍ତ୍ତର ଦୃଶ୍ୟକୁ ଭାଇରାଲ ସହ ଜଣେ ଯୁବ ଅଭିନେତ୍ରୀଙ୍କୁ ବ୍ଲାକମେଲ୍ ଅଭିଯୋଗ ମାମଲା, ବିବାଦର କାଠଗଡ଼ାକୁ ପୁଣି ଟାଣି ହୋଇଯାଇଛି ଓଲିଉଡ୍।

Advertisment

ଏଠାରେ କହିରଖୁଛୁ, ୨୦୧୫ରୁ ଓଲିଉଡରେ ଅଭିନୟର ଯାତ୍ରା ଆରମ୍ଭ କରିଥିବା ଏହି ଯୁବ ଅଭିନେତ୍ରୀଙ୍କ କାଳେ କ୍ୟାରିୟର ପ୍ରଭାବିତ ହେବ, ସେହି ଆଶଙ୍କାରେ ସର୍ବସାଧାରଣରେ ତାଙ୍କ ଫଟୋ କିମ୍ବା ନାଁ ପ୍ରସାରଣ କରୁନାହୁଁ। ତା’ସହ ଅପେକ୍ଷା ରଖୁଛୁ, ସଂପୃକ୍ତ ଅଭିନେତ୍ରୀଙ୍କ ଏହି ଅଭିଯୋଗ ଉପରେ ଅଭିଯୁକ୍ତ ପ୍ରଯୋଜକଙ୍କ ପ୍ରତିକ୍ରିୟାକୁ।

Ollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ