Ollywood actor Raimohan Parida no more
ରାଇମୋହନଙ୍କ ବିୟୋଗରେ ହାସ୍ୟ ଅଭିନେତାଙ୍କ ଆଖିରେ ଲୁହ । ସେ କହିଛନ୍ତି, ରାଇ ବିଷୟରେ କହିବା ପାଇଁ ମୋ ପାଖରେ କୌଣସି ଶବ୍ଦ ନାହିଁ । ବଡ଼ ଦୁଃଖର ବିଷୟ ଆଜି ସେ ସମସ୍ତଙ୍କୁ ଧୋକ୍କା ଦେଇ ଚାଲିଗଲେ, କାହାର ବିଶ୍ୱାସ ହେଉନି । ରାଇ ଆତ୍ମହତ୍ୟା କରିବ ଚିନ୍ତା କରିବା ବେଳେ ଆଖିରେ ଲୁହ ଆସିଯାଉଛି । ତା’ ସହିତ ଯେଉଁ ଅଭିନୟ କରିଛି, ତାହା ମାଇଲଖୁଣ୍ଟ ହୋଇରହିଛି । କାହିକିଁ ନା ଜୟୀ-ରାଇ କହିଲେ ସେତେବେଳେ ସମସ୍ତେ କହୁଥିଲେ ଏହି ସିନେମା ନିଶ୍ଚୟ ହିଟ୍ ହେବ ।
ସେ ହସେଇପାରେ, କନ୍ଦେଇପାରେ, ରଗେଇପାରେ । ସମସ୍ତ ପ୍ରକାର କଳା ତା’ପାଖରେ ଥିଲା । କେହି ତାକୁ ଭୁଲି ପାରିବେ ନାହିଁ । କଳାକାର ମହଲରେ ମଧ୍ୟ ସମସ୍ତେ ତାକୁ ଅତି ଭଲପାଉଥିଲେ । ମୁଁ ତାକୁ ସାନ ଭାଇ ପରି ଆଉ ସେ ମୋତେ ବଡ଼ ଭାଇ ପରି ଦେଖେ । ଯେଉଁଠି ଦେଖିଲେ ଜୟୀ ଭାଇ କହି ପାଖକୁ ଦଉଡ଼ି ଆସେ , ପାଦଧୂଳି ନିଏ । ଆଜି ସେ ନାହିଁ, ହେଲେ କାହିଁକି ଯେ ଏପରି ଚରମ ନିଷ୍ପତ୍ତି ନେଲା ବୁଝି ହେଉନି । ରାଇର ମୃତ୍ୟୁ ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି । ଏ କ୍ଷତି କେବେ ପୂରଣ ହେବନାହିଁ ।
ଜଣଙ୍କ ପରେ ଜଣେ ଚାଲିଯାଉଛନ୍ତି । ଆଜି ରାଇ ଚାଲିଗଲା, ଯିଏ ନଯିବା କଥା ସିଏ ଚାଲିଯାଉଛନ୍ତି । ଭାବିବା ବେଳକୁ କହିବାକୁ ଭାଷା ନାହିଁ । ଆଜି ତା’ ବିୟୋଗରେ ସମସ୍ତେ ମର୍ମାହତ । ତେବେ ତଦନ୍ତ କଲେ ଜଣାପଡ଼ିବ ସେ କାହିଁକି ଏମିତି କଲା ।
ସେ ସବୁବେଳେ କହେ ମୋର ଆହୁରି କିଛି କରିବାର ଅଛି, ଆହୁରି କିଛି ଶିଖିବାର ଅଛି । ଅଭିନୟ ଦିଗରେ ଆଶା ବହୁତ ଥିଲା । ହେଲେ ଏ ଦୁର୍ଯୋଗ କାହିଁକି ହେଲା ଜାଣିପାରୁନି । ସେ ଛାଡ଼ି ଦେଇ ଚାଲିଗଲା, କଳାକାରଙ୍କୁ ଆଉ ଦର୍ଶକଙ୍କୁ ଧୋକା ଦେଇ ଚାଲିଗଲା ।
ଯେଉଁ ନୂଆ ପିଢ଼ି ଆସିଛନ୍ତି, ଜଣେ ଦୁଇ ଜଣ ପୁରୁଣା କଳାକାର ଥିଲେ, ଲୋକଙ୍କ ମନରେ ସିନେମା ପ୍ରତି ଆଗ୍ରହ ଆସିଥାଆନ୍ତା । ହେଲେ କରୋନା ସମୟରେ ଅନେକ ଲୋକପ୍ରିୟ ତାରକା ଚାଲିଯାଇଥିବା ବେଳେ ଏବେ ରାଇମୋହନଙ୍କ ମୃତ୍ୟୁ ସତରେ ଅପୂରଣୀୟ କ୍ଷତି ଆଣିଦେଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656065084.jpg)