Advertisment

TarangPlus: ରିଲିଜ୍ ହେଲା ଟିଜର୍: ବିବାହ-ବିଚ୍ଛେଦର କାହାଣୀ କହିବ ‘ଛାଡ଼ପତ୍ର’

ବିବାହ ଓ ବିଚ୍ଛେଦର କାହାଣୀକୁ ନେଇ ପ୍ରସ୍ତୁତ ହେଉଛି ‘ତରଙ୍ଗ ପ୍ଲସ୍‌’ର ନୂଆ ସିରିଜ୍ ‘ଛାଡ଼ପତ୍ର’। ଏହାର ଟିଜର୍ ୟୁଟ୍ୟୁବ୍‌ରେ ରିଲିଜ୍ ହୋଇଛି। ଲୋକେ ଏହାକୁ ଖୁବ ପ୍ରଶଂସା କରୁଛନ୍ତି।

ଅଦ୍ୟତନ ହୋଇଛି
Odia Web Series Chhadapatra Teaser Released

Odia Web Series Chhadapatra Teaser released

Advertisment

ବିବାହ ଏକ ପବିତ୍ର ବନ୍ଧନ, ଯାହାକୁ ସାତ ଜନ୍ମର ସାଥୀ ବୋଲି କୁହାଯାଇଥାଏ। ହିନ୍ଦୁ ରୀତିନୀତି ଅନୁସାରେ ଏହି ବନ୍ଧନକୁ ଅତି ପବିତ୍ରତାର ସହିତ ଗ୍ରହଣ କରାଯାଇଥାଏ। ବୈଦିକ ମନ୍ତ୍ରର ଧ୍ୱନୀରେ ଅଗ୍ନିକୁ ସାକ୍ଷୀ ରଖି ବୈବାହିକ ଜୀବନରେ ପ୍ରତ୍ୟେକ ଝଡ ଝଞ୍ଜାକୁ ସାମ୍ନାକରି ପରସ୍ପରର ସହଯୋଗୀ ହେବେ ବୋଲି ବିବାହ ବେଦୀରେ ଶପଥ ନେଇଥାନ୍ତି ନବ ଦମ୍ପତ୍ତି।

Advertisment

ବେଳେ ବେଳେ ପରିସ୍ଥିତି ଏମିତି ହୁଏ ଯେ ଏହି ପବିତ୍ର ସମ୍ପର୍କରେ ଦେଖାଯାଏ ଫାଟ। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହୋଇଥାଏ ଛାଡପତ୍ର। ଏହାକୁ ନେଇ ‘ତରଙ୍ଗ ପ୍ଲସ୍‌’ ନିର୍ମାଣ କରୁଛି ଏକ ଭିନ୍ନ ଧରଣର ୱେବ୍ ସିରିଜ୍। ଏହି ୱେବ୍ ସିରିଜ୍‌ର ଟା‍ଇଟଲ୍ ରହିଛି ‘ଛାଡପତ୍ର’। ପ୍ରଡକ୍ସନ ହାଉସ୍ ତରଙ୍ଗ ପ୍ଲସ୍‌ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ ରେ ବୁଧବାର ଏହାର ଟିଜର୍ ରିଲିଜ୍ କରିଛି।

ଟିଜର୍‌ରେ ହିରୋଙ୍କ ଜବରଦସ୍ତ ଏଣ୍ଟ୍ରୀ ସାଙ୍ଗକୁ ଲୁକ୍ସ ଆଉ ଷ୍ଟାଇଲ୍‌ ସମସ୍ତଙ୍କ ମନ କିଣୁଛି। ଏଥିରେ ଭିନ୍ନ ଏକ ପ୍ରେମ କାହାଣୀକୁ ଚିତ୍ରଣ କରାଯାଇଛି। ଯେତେବେଳେ ଉଭୟ ଯୋଡି ପ୍ରେମରେ ପଢୁଛନ୍ତି ସେମାନେ ଏ ଦୁନିଆଁକୁ ଭୁଲିଯାଉଛନ୍ତି। ଆଉ ଯେତେବେଳେ ସେମାନେ ପ୍ରେମରୁ ବିଚ୍ଛେଦ ହେଉଛନ୍ତି ଏ ଦୁନିଆ ସେମାନଙ୍କ ପଛରେ ପଡୁଛି।

Advertisment

ଟିଜର୍ ରିଲିଜ୍ ହେବାର ଖୁବ୍ କମ୍ ସମୟ ମଧ୍ୟରେ ଏହାକୁ ଅନେକ ଲୋକ ଦେଖିସାରିଛନ୍ତି। ଅନେକ ଏହାକୁ ଖୁବ ପସନ୍ଦ ମଧ୍ୟ କରିଛନ୍ତି। ଜଣେ ପ୍ରତିକ୍ରିୟା ଦେଇ ମୁଖ୍ୟ ଭୂମିକାକୁ ଖୁବ ପ୍ରଶଂସା କରିଛନ୍ତି। ସେ ଲେଖିଛନ୍ତି “ୱା… ଉଭୟ ମୋର ପ୍ରିୟ କଳାକାର। ଟିଜର ଖୁବ ଭଲ ହେଇଛି। ମୁଁ ନିଶ୍ଚିତ ଦେଖିବି।” ସେହିପରି ଆଉଜଣେ ନବାଗତ ହୀରୋର ଜବରଦସ୍ତ ଏଣ୍ଟ୍ରୀଙ୍କୁ ଖୁବ ପସନ୍ଦ କରିଛନ୍ତି।

ଏହି ୱେବ୍ ସିରିଜ୍‌ର କାହାଣୀକୁ କ୍ରିଏଟିଭ୍ ହେଡ୍ ରଞ୍ଜନ ଶତପଥୀ ଲେଖିଥିବା ବେଳେ ଏହାକୁ ସଂଳାପ ସଜେଇଛନ୍ତି ପ୍ରିୟବ୍ରତ ପଣ୍ଡା। ସିରିଜ୍‌କୁ ରାଜେନ୍ଦ୍ର ମହାନ୍ତ ନିର୍ଦ୍ଦେଶନା ଦେଉଥିବା ବେଳେ ଦେବୀଦତ୍ତ ମହାନ୍ତି ଏହାର ମୁଖ୍ୟ କାର୍ଯ୍ୟକାରୀ ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି। ମୁଖ୍ୟ ଭୂମିକାରେ ଜଗଜିତ ପାଲ୍ ଓ ଶ୍ରଦ୍ଧା ପାଣିଗ୍ରାହୀଙ୍କ ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ବିଏମ୍ ବୈଶାଳୀ, ମନସ୍ୱନୀ ପତି, ଶକ୍ତି ବରାଳ, ମିହିର ସ୍ୱାଇଁ ପ୍ରମୁଖ ଅଭିନୟ କରିଛନ୍ତି। ଖୁବ୍ ଶୀଘ୍ର ଏହାର ଷ୍ଟ୍ରିମିଙ୍ଗ୍ ହେବ।

Advertisment
Tarang TV Taranga Plus Taranga Cine Productions
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ