Advertisment

ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଗିରଫ ଭୟ ! ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ

ଯୁବତୀଙ୍କ ଅଭିଯୋଗ ଅନୁସାରେ, ଅକ୍ଷୟ ପରିଜା ତାଙ୍କୁ ଅଭିନେତ୍ରୀ କରାଇବା ଆଳ ଦେଖାଇ ବର୍ଷେ ଧରି ଜୋରଜବରଦସ୍ତ ଭାବେ ଶାରୀରିକ ସମ୍ପର୍କ ରଖିଥିଲେ। ତାଙ୍କ ଅଶ୍ଲୀଳ ଫଟୋ ରଖି ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ।

Odia Film Producer Akshay Parija Move To High Court For Anticipatory Bail

Odia Film Producer Akshay Parija Move To High Court For Anticipatory Bail

Advertisment

କାଷ୍ଟିଂ କାଉଚ ମାମଲାରେ ଛନ୍ଦି ହୋଇଥିବା ସିନେ ପ୍ରଯୋଜକ ଅକ୍ଷୟ ପରିଜା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆଗୁଆ ଜାମିନ ପାଇଁ ସେ ହାଇକୋର୍ଟରେ ଆବେଦନ କରିଛନ୍ତି। ନିକଟରେ ଜଣେ ଯୁବତୀ ଅକ୍ଷୟ ପରିଜାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ। ଅଭିନେତ୍ରୀ କରାଇବା ଆଳରେ ଯୌନ ନିର୍ଯାତନା ଦେଉଥିବା ନେଇ ଯୁବତୀ ଜଣକ ଅଭିଯୋଗ କରିଥିଲେ।

Advertisment

ଯୁବତୀଙ୍କ ଅଭିଯୋଗ ଅନୁସାରେ, ଅକ୍ଷୟ ପରିଜା ତାଙ୍କୁ ଅଭିନେତ୍ରୀ କରାଇବା ଆଳ ଦେଖାଇ ବର୍ଷେ ଧରି ଜୋରଜବରଦସ୍ତ ଭାବେ ଶାରୀରିକ ସମ୍ପର୍କ ରଖିଥିଲେ। ତାଙ୍କ ଅଶ୍ଲୀଳ ଫଟୋ ରଖି ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। ଯୁବତୀଙ୍କ ବିବାହ ଠିକ୍ ହେବା ପରେ ଅତ୍ୟାଚାର ବଢ଼ିଥିଲା। ଯଦି, ସେ ଆଉ କାହାକୁ ବାହା ହେବେ ତା’ହେଲେ ତାଙ୍କୁ ଜୀବନରେ ମାରି ଦେବାକୁ ଅକ୍ଷୟ ପରିଜା ଧମକ ଦେଇଥିବା ଯୁବତୀ ଅଭିଯୋଗ କରିଛନ୍ତି।

ଯୁବତୀଙ୍କ ଅଭିଯୋଗ ଅନୁସାରେ, ‘ମୁଁ ହରିଜନ ଜାତିର ଝିଅ। ଦୀର୍ଘ ବର୍ଷ ହେଲା ପ୍ରଯୋଜକ ଅକ୍ଷୟ ପରିଜା ମୋ ସହ ଜବରଦସ୍ତ ଶାରୀରିକ ସମ୍ପର୍କ ରଖୁଛନ୍ତି। ମୋର ନ୍ୟୁଡ୍‌ ଫଟୋ ରଖି ବ୍ଲାକ୍‌ମେଲିଂ କରୁଛନ୍ତି। ମୋ ସହ ଶାରୀରିକ ସମ୍ପର୍କ ରଖୁଛନ୍ତି। ଏହାର ପ୍ରତିବାଦ କରିବାରୁ ଧମକ ଦେଇ ଜୀବନରୁ ମାରି ଦେବାକୁ କହୁଛନ୍ତି। ମୋର ବାହାଘର ଠିକ୍‌ ହୋଇଯାଇଛି। ସେ କହୁଛନ୍ତି, ତୁ ଯଦି ବାହା ହେବୁ ସେ ପୁଅ ସହ ରଖେଇ ଦେବିନି।’

Advertisment

ଅନ୍ୟପକ୍ଷେ, ଏହି ଘଟଣାକୁ ନେଇ ପାଲଟା ନୟାପଲ୍ଲୀ ଥାନାରେ ଏତଲା କରିଛନ୍ତି ଅକ୍ଷୟ ପରିଜା। ତାଙ୍କୁ ଯୁବତୀ ଜଣକ ବ୍ଲାକମେଲିଂ କରିଥିବା ସେ ଅଭିଯୋଗ କରିଛନ୍ତି। 

Sexual Harassment Producer Akshay Parija
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ