Advertisment

ଶୀତବସ୍ତ୍ର ପିନ୍ଧି ପରିବେଶକୁ ଉଷ୍ମକଲେ ଡ୍ୟାନ୍ସ ଗାର୍ଲ ନୋରା ଫତେହୀ

ନୋରା ଫତେହୀଙ୍କ ଫ୍ୟାନ୍ ଫଲୋର୍ସଙ୍କ ସଂଖ୍ୟା କମ ନାହିଁ। ତାଙ୍କୁ ତାଙ୍କ ଆକର୍ଷଣୀୟ ଚେହେରାର ଝଲକରେ ସମସ୍ତଙ୍କୁ ବାନ୍ଧି ରଖିବାର କଳା ବେଶ ଜଣା। ନିକଟରେ ଏକ ଶୀତକାଳୀନ ପୋଷାକରେ ପ୍ରଶଂସକଙ୍କୁ ପାଗଳ କରିବାରେ ଲାଗିଛନ୍ତି ଏହି ସୁନ୍ଦରୀ।

Nora Fatehi looked glamorous in her winter look

Nora Fatehi looked glamorous in her winter look

Advertisment

ନୂଆଦିଲ୍ଲୀ: ନୋରା ଫତେହୀ ଜଣେ ସୁପର ଗ୍ଲାମରସ୍ ଓ ସୁନ୍ଦରୀ ଅଭିନେତ୍ରୀ। ନୋରାଙ୍କ ଇନ୍‌ଷ୍ଟାଗ୍ରାମ୍‌ ହ୍ୟାଣ୍ଡେଲ ଦେଖିବା ପରେ ଏହାକୁ କେହି ଅସ୍ୱୀକାର କରିବେ ନାହିଁ। ନୋରା ଫତେହୀ ବଲିଉଡ୍‌ର ଜଣେ ଷ୍ଟାଇଲ୍ ଆଇକନ୍, ସୋସିଆଲ୍ ମିଡିଆରେ ଥିବା ତାଙ୍କର ଆକର୍ଷଣୀୟ ଫଟୋ ସବୁ ଏହାର ସାକ୍ଷୀ।

Advertisment

ଏହି ଦିଲବର ଗାର୍ଲଙ୍କ ଗୋଟିଏ ଝଲକ ପାଇବା ପାଇଁ ପ୍ରଶଂସକମାନେ ଅପେକ୍ଷା କରିଥାନ୍ତି। ନୋରା ମଧ୍ୟ ତାଙ୍କ ପ୍ରଶଂସକଙ୍କୁ କେବେ ନିରାଶ କରନ୍ତି ନାହିଁ। ସେ କେତେବେଳେ ତାଙ୍କର ଗ୍ଲାମରସ୍ ତ ଆଉ କେତେବେଳେ ମନୋହର ଫଟୋ ଅପଲୋଡ୍ କରନ୍ତି। ନୋରା ଏବେ ଯେଉଁ ଫଟୋ ଶେୟାର କରିଛନ୍ତି ସେଥିରେ ସେ ବହୁତ ସୁନ୍ଦର ଲାଗୁଥିବା ବେଳେ ତାଙ୍କ ପ୍ରଶଂସକଙ୍କ ହୋସ୍ ଉଡେଇ ନେଇଛନ୍ତି।

ନୋରା ଫତେହୀ ବଲିଉଡ୍‌ର ସବୁଠାରୁ ଷ୍ଟାଇଲିସ୍ ଏବଂ ଫ୍ୟାଶନେବଲ୍ ଅଭିନେତ୍ରୀ। ତାଙ୍କର ବର୍ତ୍ତମାନର ଫଟୋ ଦେଖିଲେ ଯେ କେହିବି ଏମିତି କହିବେ। ନୋରା ତାଙ୍କ ଅଫିସିଆଲ୍ ଇନ୍‌ଷ୍ଟା ହ୍ୟାଣ୍ଡେଲ୍‌ରେ ତାଙ୍କର ଏହି ୱିଣ୍ଟର୍ ଲୁକ୍‌କୁ ଶେୟାର କରିଛନ୍ତି। ଏହି ଫଟୋରେ, ଦିଲବର୍ ଗାର୍ଲ ବ୍ଲୁ ରଙ୍ଗର ଡେନିମ୍ ଜୀନ୍ସ, ବ୍ରାଉନ୍ ରଙ୍ଗର ବଡି ହଙ୍ଗିଗ୍ ଟପ୍‌ ଓ ଏହା ଉପରେ ଧଳା ରଙ୍ଗର ଷ୍ଟାଇଲିସ୍ ଲମ୍ବା ଓଭରକୋଟ୍ ପିନ୍ଧିଥିବାର ନଜର ଆସନ୍ତି।

Advertisment

ଏହି ସୁନ୍ଦରୀ ନିଜର ତିନୋଟି ଫଟୋ ଶେୟାର କରିଛନ୍ତି। ପ୍ରଥମ ଫଟୋରେ ଖୋଲା କେଶ ଏବଂ ଏକ ଷ୍ଟାଇଲିସ୍ ହ୍ୟାଣ୍ଡବ୍ୟାଗ୍ ଧରି ନୋରା କିଲିଂ ପୋଜ୍ ଦେଇଥିବା ବେଳେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି। ସେହିପରି ଦ୍ୱିତୀୟ ଫଟୋରେ ସୁନ୍ଦରୀଙ୍କ ମନୋହର ୱିଣ୍ଟର୍ ଲୁକ୍ କାହାକୁ ବି ପାଗଳ କରିପାରେ। ଏହା ସହ ତୃତୀୟ ଫଟୋରେ ଅଭିନେତ୍ରୀଙ୍କ ତେରଛା ନଜର ତାଙ୍କ ସୌନ୍ଦର୍ଯ୍ୟକୁ ଆହୁରି ଦ୍ୱିଗୁଣିତ କରୁଥିବା ଦେଖାଯାଏ।

ଇନ୍‌ଷ୍ଟାଗ୍ରାମ୍‌ରେ ନୋରାଙ୍କର ଏହିସବୁ ଫଟୋକୁ ମଧ୍ୟ ଖୁବ୍ ପସନ୍ଦ କରାଯାଉଛି। ସୋସିଆଲ ମିଡିଆରେ ତାଙ୍କର ଏକ ବଡ଼ ପ୍ରଶଂସକ ରହିବା ପଛରେ ଏହା ହିଁ ହେଉଛି ମୁଖ୍ୟ କାରଣ। ନୋରାଙ୍କ ଏହି ଫଟୋଗୁଡିକ ଏପର୍ଯ୍ୟନ୍ତ ୧୨ ଲକ୍ଷରୁ ଅଧିକ ଲାଇକ୍ ମିଳିସାରିଛି। ପ୍ରଶଂସକମାନେ ନୋରାଙ୍କ ଜବରଦସ୍ତ ନାଚକୁ ଭଲ ପାଉଥିବାବେଳେ ତାଙ୍କ ଚେହେରାକୁ ନେଇ ଅନେକ ପ୍ରେମଭରା ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।

Advertisment

ଜଣେ ପ୍ରଶଂସକ କମେଣ୍ଟ ବକ୍ସରେ 'ସବୁଠାରୁ ସୁନ୍ଦରୀ ଝିଅ' ବୋଲି ଲେଖିଥିବା ବେଳେ ଅନ୍ୟ ଜଣେ 'ସୁପର ଗର୍ଜିଅସ୍' ବୋଲି ଲେଖିଛନ୍ତି। ତାଙ୍କ ସୌନ୍ଦର୍ଯ୍ୟକୁ ପ୍ରଶଂସା କରିବାକୁ ଯାଇ ଅନ୍ୟ ଜଣେ ପ୍ରଶଂସକ ‘ତୁମ ସୌନ୍ଦର୍ଯ୍ୟର କୌଣସି ସୀମା ନାହିଁ’ ବୋଲି ଲେଖିଛନ୍ତି।

Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ