Advertisment

ମୁକେଶ ଅମ୍ବାନୀଙ୍କ ମହାନତା; ପୁଅ ବାହାଘର ପୂର୍ବରୁ କରିବେ ଗରିବଙ୍କ ପାଇଁ ସାମୂହିକ ବିବାହ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଏବଂ ତାଙ୍କ ପତ୍ନୀ ନୀତା ଅମ୍ବାନୀ ତାଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ରାଧିକା ମର୍ଚାଣ୍ଟଙ୍କ ସହ ବିବାହ ପୂର୍ବରୁ ଗରିବ ଲୋକମାନଙ୍କ ପାଇଁ ଏକ ସାମୂହିକ ବିବାହର ଆୟୋଜନ କରିବେ।

ଅଦ୍ୟତନ ହୋଇଛି
Nita mukesh ambani to hold mass wedding before anant-radhika marriage

Nita mukesh ambani to hold mass wedding before anant-radhika marriage

Advertisment

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଏବଂ ତାଙ୍କ ପତ୍ନୀ ନୀତା ଅମ୍ବାନୀ ତାଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ସହ ରାଧିକା ମର୍ଚାଣ୍ଟଙ୍କ ବିବାହ ପୂର୍ବରୁ ଗରିବ ଲୋକମାନଙ୍କ ପାଇଁ ଏକ ସାମୂହିକ ବିବାହର ଆୟୋଜନ କରିବେ।

Advertisment

ନ୍ୟୁଜ୍ ଏଜେନ୍ସି ANI ଏକ ଟୁଇଟ୍ ମାଧ୍ୟମରେ ଏହି ସାମୂହିକ ବିବାହ ସମାରୋହ ବିଷୟରେ ସୂଚନା ଦେଇ କହିଛି ଯେ ଏହା ଦୁଇ ଦିନ ପରେ ଅର୍ଥାତ୍ ଜୁଲାଇ ୨ ରେ ପାଲଘରର ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିରରେ ଆୟୋଜିତ ହେବ।

ANI ର ଟୁଇଟ୍ ଅନୁଯାୟୀ, “ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ପ୍ରି-ୱେଡିଙ୍ଗ୍ ଉତ୍ସବର ଏକ ଅଂଶ ଭାବରେ ଜୁଲାଇ ୨ ତାରିଖ ଅପହାହ୍ଣ ୪ଟା ୩୦ ସମୟରେ ପାଲଘରର ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିରରେ ଅଭାବୀ ଲୋକଙ୍କର ଏକ ସାମୂହିକ ବିବାହ ଆୟୋଜନ କରାଯିବ।”

Advertisment

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଚେୟାରମ୍ୟାନ୍ ତଥା ଏମ୍‌ଡି ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଏବଂ ବ୍ୟବସାୟୀ ବିରେନ୍ ମର୍ଚାଣ୍ଟଙ୍କ ଝିଅ ରାଧିକା ମର୍ଚାଣ୍ଟ ଜୁଲାଇ ୧୨ରେ ମୁମ୍ବାଇର ଜିଓ ୱାର୍ଲ୍ଡ କନ୍‌ଭେନ୍‌ସନ୍ ସେଣ୍ଟରରେ ବିବାହ କରିବେ। ଏନେଇ ଅତିଥିମାନଙ୍କୁ ନିମନ୍ତ୍ରଣ କାର୍ଡ ବଣ୍ଟା ଆରମ୍ଭ ହୋଇଯାଉଛି। ବିବାହ କାର୍ଡଟି ଲାଲ ରଙ୍ଗର ଅତି ଆକର୍ଷଣୀୟ ଓ ଅତି ରମଣୀୟ ଭାବେ ତିଆରି ହୋଇଛି। ଏହା ଖୁବ୍ ମହଙ୍ଗା ମଧ୍ୟ। ଏଥିରେ ଅସଲି ରୂପାରେ ଏକ ମନ୍ଦିର ନିର୍ମିତ ହୋଇଛି ଏବଂ ଏହା ଉପରେ ସୁନ୍ଦର ଖୋଦିତ କାର୍ଯ୍ୟ ମଧ୍ୟ କରାଯାଇଛି।

Advertisment

ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚଣ୍ଟଙ୍କ ବିବାହ ଉତ୍ସବ ଜୁଲାଇ ୧୨ରୁ ଆରମ୍ଭ ହେବ। ପ୍ରଥମ ସମାରୋହ ଶୁଭ ବିବାହ କିମ୍ବା ବିବାହ ସମାରୋହ ହେବ। ବିବାହ ଡ୍ରେସ୍‌ କୋଡ୍ ଭାରତୀୟ ପରମ୍ପରାରେ ହେବ। ୧୩ ଜୁଲାଇ ଶୁଭ ଆଶୀର୍ବାଦର ଦିନ ହେବ। ୧୪ ଜୁଲାଇରେ ମଙ୍ଗଳ ଉତ୍ସବ ବା ବିବାହ ରିସେପ୍ସନ୍ ହେବ। ଏହି ସମସ୍ତ ସମାରୋହ BKCରେ ଥିବା ଜିଓ ୱାର୍ଲ୍ଡ ସେଣ୍ଟରରେ ଆୟୋଜିତ ହେବ।

ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ପାଇଁ କାର୍ଡ ବଣ୍ଟନ ଚଳିତ ମାସ ଆରମ୍ଭରୁ ହୋଇଛି ଯେତେବେଳେ ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ନୀତା ଅମ୍ବାନୀ ନିମନ୍ତ୍ରଣ ପତ୍ର ଦେବା ଏବଂ ଭଗବାନଙ୍କ ଆଶୀର୍ବାଦ ପାଇବା ପାଇଁ କାଶୀ ବିଶ୍ୱନାଥ ମନ୍ଦିର ପରିଦର୍ଶନ କରିଥିଲେ।

ଏଠାରେ ଦର୍ଶନ କରିବା ପରେ ସେ କହିଥିଲେ, “ମୋର ବାବା ଭୋଲେନାଥଙ୍କ ଦର୍ଶନ କରିବାର ଅଛି। ମୁଁ ନିଜକୁ ବହୁତ ଧନ୍ୟ ମନେକରୁଛି… ହିନ୍ଦୁ ପରମ୍ପରା ଅନୁଯାୟୀ, ଆମେ ପ୍ରଥମେ ଈଶ୍ୱର ଆଶୀର୍ବାଦ ନେଉ। ମୁଁ ବାବାଙ୍କୁ ବିବାହ ପାଇଁ ନିମନ୍ତ୍ରଣ କରିଛି… ମୁଁ ବହୁତ ଖୁସି ଅଛି। ମୁଁ ଏଠାକୁ ୧୦ ବର୍ଷ ପରେ ଆସିଛି।  ଏଠାକାର ବିକାଶ ଏବଂ କାଶୀ ବିଶ୍ୱନାଥ କରିଡର, ନମୋ ଘାଟ, ସୌର ବିଦ୍ୟୁତ୍ କେନ୍ଦ୍ର ଏବଂ ପରିଷ୍କାର ପରିଚ୍ଛନ୍ନତା ଦେଖି ମୁଁ ବହୁତ ଖୁସି ହେଲି।”

Mukesh Ambani Nita Ambani Anant Ambani
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ