Advertisment

Jatra: ଯାତ୍ରାରେ ଅଶ୍ଳୀଳତା ପ୍ରଦର୍ଶନରେ ଲାଗିବ ରୋକ୍; ଆଇନ୍ ଆଣିବେ ସରକାର !

ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ନେଇ ଖୁବଶୀଘ୍ର ଆସିବ ନିର୍ଦ୍ଦେଶାବଳୀ। ଏନେଇ ଖୁବଶୀଘ୍ର ଆଇନ ଆସିବାକୁ ଯାଉଛି। ଏହି ସୂଚନା ଦେଇଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।

New guidelines soon to ban vulgar dance

New guidelines soon to ban vulgar dance

Advertisment

ଦର୍ଶକଙ୍କ ଆଖି ସାମ୍ନାରେ କଳାକାରଙ୍କ ଅଶ୍ଳୀଳତାକୁ ଆଉ ମିଳିବନି ପ୍ରଶ୍ରୟ। ଯାତ୍ରାରେ କଳା ପରିବେଷଣ ନାଁରେ ଖୋଲାଖୋଲି ଅଙ୍ଗ ପ୍ରଦର୍ଶନର ଏକାଧିକ ଘଟଣା ନିକଟ ଅତୀତରେ ସାମ୍ନାକୁ ଆସିବା ପରେ, ଏବେ ବାରରେ ନାଚ ବନ୍ଦ ଭଳି ଯାତ୍ରାରେ ବି ଅଶ୍ଳୀଳତା ବିରୋଧରେ କଡ଼ା ପଦକ୍ଷେପ ନେବେ ରାଜ୍ୟ ସରକାର। ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ନେଇ ଖୁବଶୀଘ୍ର ଆସିବ ନିର୍ଦ୍ଦେଶାବଳୀ। ଏନେଇ ଖୁବଶୀଘ୍ର ଆଇନ ଆସିବାକୁ ଯାଉଛି। ଏହି ସୂଚନା ଦେଇଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।

Advertisment

କିଛି ଦିନ ହେବ ଯାତ୍ରାରେ ଅପସଂସ୍କୃତି ଆରମ୍ଭ ହୋଇଛି। ଓଡ଼ିଆ କଳା ସଂସ୍କୃତିକୁ କଦର୍ଥ କରୁଥିବା ଏବଂ ଅଗଣିତ କଳାପ୍ରିୟ ଦର୍ଶକଙ୍କ ରୁଚିକୁ କୁଠାରଘାତ କରୁଥିବା ଏ ଟ୍ରେଣ୍ଡ ଦିନକୁ ଦିନ ବଢି ଚାଲିଥିବାରୁ ଏ ସମ୍ବେଦନଶୀଳ ପ୍ରସଙ୍ଗ ନେଇ ସଂସ୍କୃତି ମନ୍ତ୍ରୀ କହିଛନ୍ତି, ଏନେଇ ଆଇନ୍ ଆସିବ। ସଂସ୍କୃତି ବିଭାଗ ପକ୍ଷରୁ ଯେଉଁ ସହଯୋଗ ଆବଶ୍ୟକ ପଡିବ ଆଇନ ବିଭାଗକୁ ଆମେ ସହଯୋଗ କରିବୁ। ଅଶ୍ଳୀଳତାକୁ ନେଇ କେବଳ କମିଟିକୁ ଦାୟୀ କଲେ ହେବନି। ଦର୍ଶକମାନେ ବି ଦାୟୀ। ତେଣୁ ଆମ ମାନସିକତାରେ ସ୍ୱଛତା ଆଣିଲେ ଯାତ୍ରାରେ ଅଶ୍ଳୀଳତା କମିବ।

ଆଇନ ମନ୍ତ୍ରୀ ପୂର୍ବରୁ ଦେଇଥିବା ମତକୁ ସମର୍ଥନ କରିଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ଏହି ପ୍ରସଙ୍ଗରେ ମତ ରଖି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ୍ କହିଥିଲେ ଯାତ୍ରା ମଞ୍ଚରେ ଅଶ୍ଲୀଳତା ପ୍ରଦର୍ଶନ ଓଡ଼ିଆ ସଂସ୍କୃତିର ଘୋର ବିରୋଧୀ। ଏହା ଉପରେ ରୋକ୍ ଲାଗିବା ଦରକାର। ଏଥିପାଇଁ ଯାତ୍ରା ପାର୍ଟି ମାଲିକଙ୍କ ମଧ୍ୟରେ ବିରୋଧର ସ୍ବର ଏକ ହେବା ଦରକାର। ଅଶ୍ଲୀଳତାକୁ ଯେପରି ମଞ୍ଚରେ ଆଉ ସ୍ଥାନ ମିଳିବନି, ସେନେଇ ସରକାର ତର୍ଜମା କରିବେ।

Advertisment

ଏପଟେ ଯାତ୍ରା ମଞ୍ଚରେ ଅଶ୍ଳୀଳତାକୁ ବିରୋଧ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ବହୁ ବରିଷ୍ଠ ଯାତ୍ରା କଳାକାର। ସେମାନଙ୍କ ମତରେ ଯାତ୍ରା ମଞ୍ଚ ଅଭିନୟ ପାଇଁ, ଅଙ୍ଗ ପ୍ରଦର୍ଶନ ପାଇଁ ନୁହଁ। କିନ୍ତୁ ଆଜିକା ଦିନରେ କିଛି କମିଟି କ୍ଷତିରୁ ବର୍ତ୍ତିବା ଲାଗି ଏପରି ତରିକାର ଆଶ୍ରୟ ନେଉଛନ୍ତି। ଯାହାକୁ ସବୁ କଳାକାର ବିରୋଧ କରିବା ଦରକାର। ଅଶ୍ଳୀଳତାକୁ ସେମାନେ ସର୍ବଦା ବିରୋଧ କରୁଥିଲେ ବି ଯାତ୍ରା କମିଟି ଆଗରେ ସେମାନେ ନାଚାର ବୋଲି ମତ ରଖିଛନ୍ତି ଯାତ୍ରା ପାର୍ଟି ମାଲିକ। ଯାତ୍ରାରେ ଅଶ୍ଳୀଳତାକୁ ବିରୋଧ ଏବେ ନୁହେଁ, ଅନେକ ଦିନରୁ ହୋଇ ଆସୁଛି। ଏଥିପାଇଁ କଡ଼ା ଆଇନ୍ ସପକ୍ଷରେ ଲଢେଇ କରି ଆସୁଛନ୍ତି କିଛି ସ୍ବାଧିନଚେତା କଳାକାର ଓ ସଂସ୍କୃତି ପ୍ରେମୀ।

Jatra Artist
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ