Advertisment

ସାଉଥ୍ ଇଣ୍ଡଷ୍ଟ୍ରୀ ବାଲା ମଧ୍ୟ ବଲିଉଡ୍‌କୁ କପି କରନ୍ତି : ନୀରଜ ପାଣ୍ଡେ

ସାଉଥ୍-ବଲିଉଡ୍ ବିବାଦକୁ ଡେଇଁଛନ୍ତି ନୀରଜ ପାଣ୍ଡେ। ବଲିଉଡ୍‌କୁ ମଧ୍ୟ ସାଉଥ୍ ବାଲା କପି କରନ୍ତି ବୋଲି ସେ କହିଛନ୍ତି। ଏହା ଏକ ଟ୍ରାଞ୍ଜିସନ ଫେଜ୍ ଏବଂ ଆମେ ଯେଉଁଭଳି ବିଷୟବସ୍ତୁ ତିଆରି କରୁଛୁ ସେଥିରେ ସୁଧାର ଆଣିବାର ଅଛି ବୋଲି ସେ କହିଛନ୍ତି।

Neeraj Pandey says our movies have been remade down south too

Neeraj Pandey says our movies have been remade down south too

Advertisment

ବର୍ତ୍ତମାନ ବଲିଉଡ୍ ଓ ସାଉଥ୍ ଇଣଷ୍ଟ୍ରୀକୁ ନେଇ ଚାଲିଛି ଗୋଡ ଟଣାଟଣି। ଏହି ବିବାଦର ପଙ୍କକୁ ଅନେକ ସେଲିବ୍ରେଟିମାନେ ଲମ୍ଫ ପ୍ରଦାନ କରୁଛନ୍ତି। ବର୍ତ୍ତମାନ ନିର୍ଦ୍ଦେଶକ ତଥା ପ୍ରଯୋଜକ ନୀରଜ ପାଣ୍ଡେ ମଧ୍ୟ ଏହାକୁ ନେଇ ନିଜ ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ସାଉଥ୍ ବାଲା ମଧ୍ୟ ବଲିଉଡ୍‌କୁ କପି କରନ୍ତି। ଏହା ସହିତ ବଲିଉଡ୍‌ର ଅସଫଳତାକୁ ନେଇ ଏଥିରେ ସୁଧାର ଆଣିବା ଜରୁରୀ ବୋଲି ସେ କହିଛନ୍ତି।

Advertisment

ନୀରଜ ପାଣ୍ଡେ ବଲିଉଡର ଜଣେ ଜଣାଶୁଣା ନିର୍ଦ୍ଦେଶକ, ନିର୍ମାତା ଏବଂ ସ୍କ୍ରିନ୍ ରାଇଟର୍। 'ଏମ୍‌ ଏସ୍‌ ଧୋନି : ଦ ଅନ୍‌ଟୋଲ୍ଡ ଷ୍ଟୋରୀ', 'ବେବି', 'ରୁସ୍ତମ୍‌', 'ଟଏଲେଟ୍‌ : ଏକ୍‌ ପ୍ରେମ୍‌ କଥା' ଭଳି ଜବରଦସ୍ତ ଚଳଚ୍ଚିତ୍ର ଦେବା ପରେ ନୀରଜ ଆକ୍ସନ ଥ୍ରୀଲର ୱେବ୍ ସିରିଜ୍ 'ସ୍ପେଶାଲ୍ ଆପ୍ସ' ସହିତ ଓଟିଟିରେ ପାଦ ରଖିଛନ୍ତି। ଏହି ସିରିଜ୍ ହିଟ୍ ହେବା ପରେ 'ସ୍ପେଶାଲ୍ ଆପ୍ସ ୧.୫ : ହିମତ୍ ଷ୍ଟୋରୀ' ତିଆରି କରାଯାଇଥିଲା।

ବର୍ତ୍ତମାନ ନୀରଜ ଆଉ ଏକ ଜବରଦସ୍ତ ୱେବ୍ ସିରିଜ୍ 'ବନ୍ଦୋ ମେ ଥା ଦମ୍' ତିଆରି କରିଛନ୍ତି ଯାହା ଜୁନ୍ ୧୬ରୁ ଷ୍ଟ୍ରିମ୍ ହେବ। ଗାବାରେ ବର୍ଡର ଗାଭାସ୍କର ଟ୍ରଫିରେ ଭାରତୀୟ କ୍ରିକେଟ୍ ଦଳର ଚମତ୍କାର ବିଜୟକୁ ନେଇ ଏହା ଏକ ୪ ଭାଗ ବିଶିଷ୍ଟ ସିରିଜ୍।

Advertisment

ନୀରଜ ପାଣ୍ଡେ ୨୦୨୩ ବର୍ଷର ଶେଷ ପର୍ଯ୍ୟନ୍ତ ଅନେକ ପ୍ରକଳ୍ପରେ ବ୍ୟସ୍ତ ଅଛନ୍ତି। ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ବିକ୍ରମ ବେଧା'କୁ ସେ ଲେଖିବା ସହିତ ଏହାକୁ ପ୍ରଯୋଜନା ମଧ୍ୟ କରୁଛନ୍ତି। 'ବିକ୍ରମ ବେଧା' ତାମିଲ୍ ଫିଲ୍ମର ହିନ୍ଦୀ ରିମେକ୍ ହୋଇଥିବା ବେଳେ ଏଥିରେ ହ୍ରିତିକ ରୋଶନ, ସୈଫ୍‌ ଅଲି ଖାନ ଅଛନ୍ତି। ଏହାର ମୂଳ ଚଳଚ୍ଚିତ୍ରରେ ଆର୍‌ ମାଧବନ୍ ଏବଂ ବିଜୟ ସେତୁପତି ଅଭିନୟ କରିଛନ୍ତି।

ଏକ ସାକ୍ଷାତକାରରେ ଯେତେବେଳେ ନୀରଜ ପାଣ୍ଡେଙ୍କୁ ପଚରାଯାଇଗଲା ଯେ ଆପଣ ଅନେକ ମୂଳ ହିନ୍ଦୀ ଫିଲ୍ମ ଦେଇଛନ୍ତି କିନ୍ତୁ ତୁମର ଆଗାମୀ ଫିଲ୍ମ 'ବିକ୍ରମ ବେଧା' ଦକ୍ଷିଣର ରିମେକ୍। ଫିଲ୍ମ ରିମେକ୍ ପାଇଁ ବଲିଉଡ୍‌କୁ ଅନେକ ସମୟରେ ସମାଲୋଚନା କରାଯାଏ। ଏହାକୁ ଏକ ହିନ୍ଦୀ ରିମେକ୍ କରିବା ପୂର୍ବରୁ ଆପଣ ଦ୍ୱିଧାବୋଧ କରିଥିଲେ କି?

Advertisment

ଏହାକୁ ନେଇ ନୀରଜ କହିଛନ୍ତି ଯେ “ନା, ଆଦୌ ନୁହେଁ। ଆମର ଫିଲ୍ମ ମଧ୍ୟ ସାଉଥ୍‌ରେ ତିଆରି ହେଉଛି। ଅଧିକ ଦର୍ଶକ ଯେଉଁ ଫିଲ୍ମକୁ ଦେଖିବା ପାଇଁ ଅପେକ୍ଷା କରନ୍ତି ତାହାକୁ ଗ୍ରହଣ କରିବାରେ କୌଣସି ଅସୁବିଧା ନାହିଁ।”

ଆଜିକାଲି ବଲିଉଡ୍‌ ଫିଲ୍ମଗୁଡ଼ିକ ବକ୍ସ ଅଫିସରେ ବିଶେଷ ସଫଳତା ପାଉ ନଥିବା ବେଳେ ସାଉଥ୍ ଚଳଚ୍ଚିତ୍ର କ୍ରମାଗତ ଭାବରେ ବକ୍ସ ଅଫିସ୍ ରେକର୍ଡ ଭାଙ୍ଗୁଛି। ଏହାକୁ ନେଇ ଜଣେ ନିର୍ମାତା ଭାବରେ ନୀରଜ ପାଣ୍ଡେ ଚିନ୍ତିତ କି? ଏହାକୁ ନେଇ ସେ ‘ନା’ ବୋଲି କୁହନ୍ତି। ଏହା ଏକ ଟ୍ରାଞ୍ଜିସନ ଫେଜ୍ ଏବଂ ଆମେ ଯେଉଁଭଳି ବିଷୟବସ୍ତୁ ତିଆରି କରୁଛୁ ସେଥିରେ ସୁଧାର ଆଣିବାର ଅଛି। ମହାମାରୀ ପରେ ସମଗ୍ର ବିଶ୍ୱର ବିଷୟବସ୍ତୁ ସହିତ ଦର୍ଶକ ଅପଡେଟ୍ ହୋଇଛନ୍ତି। ସେଥିପାଇଁ ଆମ କାହାଣୀ ବାଛିବାରେ ଆମକୁ ଅଧିକ ପରିଶ୍ରମ କରିବାକୁ ପଡିବ।

Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ