Advertisment

ନୱାଜୁଦ୍ଦିନ ସିଦ୍ଦିକିଙ୍କ ସଂଘର୍ଷର କାହାଣୀ; ତଳେ ଶୋଉଥିଲେ

ଆଜି କୋଟି କୋଟି ସମ୍ପତ୍ତିର ମାଲିକ ନୱାଜୁଦ୍ଦିନ ସିଦ୍ଦିକି। ଏବେ ମୁମ୍ବାଇରେ ନିଜର ଏକ ବିଳାସପୂର୍ଣ୍ଣ ବଙ୍ଗଳା ଅଛି। ଏହି ବଙ୍ଗଳା ଏମିତି ଯେ ଏହାର ସୌନ୍ଦର୍ଯ୍ୟ ଓ ଭବ୍ୟତାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ତେବେ ଆସନ୍ତୁ ଜାଣିବା କିପରି ଥିଲା ତାଙ୍କ ପ୍ରାଥମିକ ଜୀବନ।

Nawazuddin Siddiqui remembered the old days

Nawazuddin Siddiqui remembered the old days

Advertisment

ମୁମ୍ବାଇ: ବଲିଉଡ୍‌ର ସଂଘର୍ଷର ଜୀବନ କଥା ଆଲୋଚନା କଲେ ଏହାର ତାଲିକା ବହୁତ ଲମ୍ବା ହେବ। ଆଜିକାଲି ଆଗଧାଡିରେ ଥିବା ଓ କୋଟି କୋଟି ସମ୍ପତ୍ତିର ମାଲିକ ହୋଇଥିବା ଅନେକ କଳାକାରର ପ୍ରାଥମିକ ଜୀବନ ବହୁ କଷ୍ଟଦାୟକ ଥିଲା। ସେ ତାଲିକାକୁ ଯଦି ଦେଖାଯାଏ ତେବେ ନୱାଜୁଦ୍ଦିନ ସିଦ୍ଦିକି ବାଦପଡିବେ ନାହିଁ। ବଲିଉଡ୍‌ରେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ନୱାଜୁଦ୍ଦିନ ସିଦ୍ଦିକି ଦୀର୍ଘ ସମୟ ଧରି ସଂଘର୍ଷ କରିଆସୁଛନ୍ତି। ଏହି ସଂଘର୍ଷ ବିଷୟରେ ସେ ଅନେକ ସମୟରେ ଖୋଲାଖୋଲି ଭାବେ କହିଛନ୍ତି।

Advertisment

ବର୍ତ୍ତମାନ ସେ ବଲିଉଡ୍‌ର ଜଣେ ଜଣାଶୁଣା ଚେହେରା, ଏବଂ ଚଳଚ୍ଚିତ୍ର ଠାରୁ OTT ଦୁନିଆ ପର୍ଯ୍ୟନ୍ତ ନିଜର ଦକ୍ଷତାକୁ ପ୍ରମାଣ କରିଛନ୍ତି। କିଛି ଦିନ ପୂର୍ବରୁ ସେ ମୁମ୍ବାଇରେ ଏକ ବିଳାସପୂର୍ଣ୍ଣ ବଙ୍ଗଳା ନିର୍ମାଣ କରିଥିଲେ ଏବଂ ଏହାକୁ ନେଇ ସେ ଚର୍ଚ୍ଚାରେ ମଧ୍ୟ ରହିଥିଲେ। ନିକଟରେ ସେ କହିଛନ୍ତି ଯେ ତାଙ୍କର ପ୍ରଥମ ଦିନଗୁଡିକ ମୁମ୍ବାଇରେ କିପରି ଥିଲା।

ନୱାଜୁଦ୍ଦିନ ସିଦ୍ଦିକି କହିଛନ୍ତି, “ଆଜି ମୋର ବ୍ୟକ୍ତିଗତ ବାଥ୍‌ରୁମ୍‌ ଯେତେ ବଡ଼, ମୋ ଘର ସେତିକି ବଡ ଥିଲା। ଯେତେବେଳେ ମୁଁ ମୁମ୍ବାଇ ଆସିଲି, ମୁଁ ଏକ ଛୋଟ ଜାଗାରେ ରହୁଥିଲି। ସେଠାରେ ସଂଘର୍ଷ କରୁଥିବା ଅନ୍ୟ କଳାକାରମାନେ ମଧ୍ୟ ମୋ ସହିତ ରହୁଥିଲେ। ସେହି କୋଠରୀ ଏତେ ଛୋଟ ଥିଲା ଯେ ଯଦି ମୁଁ ଯେତେବେଳେ କବାଟ ଖୋଲୁଥିଲି ତେବେ ଏହା କାହାର ଗୋଡରେ ବାଜୁଥିଲା। ଶୋଇବା ନେଇ ଠିକ୍ ଜାଗା ନଥିଲା। ଆମେ ସେଠାରେ ତଳେ ଶୋଉଥିଲୁ। ଧିରେ ଧିରେ ମୁଁ ମୋ ରୁମ୍‌କୁ ତିନି ଜଣଙ୍କ ସହିତ ଶେୟାର୍ କଲି। ତା’ପରେ ଦୁଇ ଜଣଙ୍କ ସହିତ। ୨୦୦୫ ପରେ ମୁଁ ଏକାକୀ ରହିବାକୁ ଲାଗିଲି।”

Advertisment

ଏବେ ନୱାଜୁଦ୍ଦିନଙ୍କ ମୁମ୍ବାଇରେ ନିଜର ଏକ ବିଳାସପୂର୍ଣ୍ଣ ବଙ୍ଗଳା ଅଛି। ଏହି ବଙ୍ଗଳା ଏମିତି ଯେ ଏହାର ସୌନ୍ଦର୍ଯ୍ୟ ଓ ଭବ୍ୟତାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ନୱାଜୁଦ୍ଦିନ ଏହି ଘରକୁ ତାଙ୍କ ପିତାଙ୍କୁ ଉତ୍ସର୍ଗ କରିଛନ୍ତି। ସେ ଏହି ବଙ୍ଗଳାକୁ ତାଙ୍କ ପିତାଙ୍କ ନାମ ଅନୁସାରେ ‘ନୱାଜ’ ରଖିଛନ୍ତି।

ନୱାଜୁଦ୍ଦିନ ୧୯୯୯ରେ ଆମୀର ଖାନଙ୍କ ବିପକ୍ଷରେ ‘ସରଫରୋଶ’ ରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। କିନ୍ତୁ ସଫଳତା ପାଇଁ ତାଙ୍କୁ ବହୁତ ସମୟ ଅପେକ୍ଷା କରିବାକୁ ପଡିଥିଲା। ପରେ ସେ ପିପଲି ଲାଇଭ୍‌, ଗ୍ୟାଙ୍ଗସ୍ ଅଫ୍ ୱାସେପୁର, ଲଞ୍ଚ୍ ବକ୍ସ, କିକ୍, ବଜରଙ୍ଗୀ ଭାଇଜାନ, ମଣ୍ଟୋ ଔର୍ ଠାକରେ ଭଳି ଚଳଚ୍ଚିତ୍ର ସହିତ ବଲିଉଡ୍‌ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

Advertisment
Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ