Advertisment

ପୁରୁଷତ୍ୱ ପ୍ରଦର୍ଶନ କରୁଥିବା ଚଳଚ୍ଚିତ୍ର ଉପରେ ଅଧିକ ଗୁରୁତ୍ୱ ଦିଆଯାଉ: ନାସିରୁଦ୍ଦିନ ଶାହା

ନାସିରୁଦ୍ଦିନ ଶାହା କୌଣସି ଏକ ଇଭେଣ୍ଟକୁ ଯିବା ଆଉ ସେଠାରେ ଏମିତି କିଛି ବିବାଦୀୟ କଥା କହି ଚର୍ଚ୍ଚା ହେବା ଏକ ସାଧାରଣ କଥା ହୋଇଗଲାଣି। ପୂର୍ବରୁ ସେ ବଲିଉଡକୁ ଟାର୍ଗେଟ୍ କରିଥିବା ବେଳେ ବର୍ତ୍ତମାନେ ସେ ସାଉଥ୍ ସିନେମାକୁ ଟାର୍ଗେଟ୍‌କୁ ନେଇଛନ୍ତି।

ଅଦ୍ୟତନ ହୋଇଛି
naseeruddin shah targets south cinema says he could not watch rrr and pushpa

naseeruddin shah targets south cinema says he could not watch rrr and pushpa

Advertisment

ବର୍ତ୍ତମାନ ନାସିରୁଦ୍ଦିନ ଶାହା କୌଣସି ଏକ ଇଭେଣ୍ଟକୁ ଯିବା ଆଉ ସେଠାରେ ଏମିତି କିଛି ବିବାଦୀୟ କଥା କହି ଚର୍ଚ୍ଚା ହେବା ଏକ ସାଧାରଣ କଥା ହୋଇଗଲାଣି। ଅତୀତରେ ବଲିଉଡ ଚଳଚ୍ଚିତ୍ର 'ଦ କାଶ୍ମୀର ଫାଇଲ୍ସ', 'ଦ କେରଳ ଷ୍ଟୋରୀ' ଏବଂ 'ଗଦର ୨' ଉପରେ ଏମିତି ବିବାଦୀୟ ମତ ଦେଇ ଚର୍ଚ୍ଚାରେ ଥିବାବେଳେ ଏବେ ସେ ସାଉଥ୍ ଚଳଚ୍ଚିତ୍ରକୁ ନେଇ ମଧ୍ୟ ଟାର୍ଗେଟ୍ କରିଛନ୍ତି।

Advertisment

ନିକଟରେ ଏକ କାର୍ଯ୍ୟକ୍ରମରେ ନାସିରୁଦ୍ଦିନ ଦୁଇଟି ଚଳଚ୍ଚିତ୍ର 'ଆର୍‌ଆର୍‌ଆର୍‌' ଏବଂ 'ପୁଷ୍ପା'କୁ ନେଇ ବିବାଦୀୟ ମତ ଦେଇଛନ୍ତି ଯାହା ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଥିଲା। ନାସିରଙ୍କ କହିବାନୁସାରେ, ସେ ଏହି ଚଳଚ୍ଚିତ୍ରଗୁଡ଼ିକୁ ଆଦୌ ଦେଖିପାରିବେ ନାହିଁ।

ନାସିରୁଦ୍ଦିନ ଶାହା ନିଜ କଥାକୁ ସବୁବେଳେ ଖୋଲାଖୋଲି ଭାବରେ କୁହନ୍ତି ଏବଂ ଏହି କାରଣରୁ ତାଙ୍କୁ ସହକର୍ମୀଙ୍କ ଅସନ୍ତୋଷର ସମ୍ମୁଖୀନ ହେବାକୁ ପଡେ। ଯେତେବେଳେ ସେ ‘ଗଦର ୨’ ଏବଂ ‘ଦ କାଶ୍ମୀର ଫାଇଲ୍ସ’ ଉପରେ ମତ ଦେଇଥିଲେ, ସେତେବେଳେ ନିର୍ମାତାଙ୍କୁ ଏହା ଖୁବ ବାଧିଥିଲା। ଅନିଲ ଶର୍ମା, ବିବେକ ଅଗ୍ନିହୋତ୍ରୀ, ପଲ୍ଲଭି ଯୋଶୀଙ୍କ ସମେତ ସମସ୍ତେ ତାଙ୍କ କଥାରେ ମତଭେଦ ପ୍ରକାଶ କରିଥିଲେ।

Advertisment

ନିକଟରେ ନାସିରୁଦ୍ଦିନ ଶାହା ଏକ ସାକ୍ଷାତକାରରେ ସାଉଥ୍‌ ସିନେମା ଉପରେ ନିଜର ମତ ରଖିଛନ୍ତି। ସେ କହିଛନ୍ତି, "ରାମପ୍ରସାଦଙ୍କ ‘ତେରହଭି' ଏବଂ 'ଗୁଲମୋହର' ଭଳି ଚଳଚ୍ଚିତ୍ର ଆପେ ଆପେ ସେମାନଙ୍କର ସ୍ଥାନ ସୃଷ୍ଟି କରିବେ। ଯୁବ ପିଢି ଉପରେ ମୋର ଆତ୍ମବିଶ୍ୱାସ ଅଛି, ସେମାନେ ବିକଶିତ ଏବଂ ସେମାନଙ୍କର ବହୁତ ଜ୍ଞାନ ଅଛି। ଉତ୍ତେଜନ ଏବଂ ଚରମ ପୁରୁଷତ୍ୱରେ ପରିପୂର୍ଣ୍ଣ ଚଳଚ୍ଚିତ୍ର ଦେଖି ଦର୍ଶକ କ’ଣ ପାଆନ୍ତି ମୁଁ ବୁଝିପାରୁ ନାହିଁ।"

ସେ ଆହୁରି ମଧ୍ୟ କହିଛନ୍ତି ଯେ "ମୁଁ 'RRR', 'ପୁଷ୍ପା' ଦେଖିବାକୁ ଚେଷ୍ଟା କଲି, କିନ୍ତୁ ଏହା ମୋ ଦ୍ୱାରା ଦେଖି ହେଲାନି। ମୁଁ ମଣିରତ୍ନମଙ୍କ ଫିଲ୍ମକୁ ପୂରା ଦେଖିଲି କାରଣ ସେ ଜଣେ ଦକ୍ଷ ଚଳଚ୍ଚିତ୍ର ନିର୍ମାତା। ତାଙ୍କର କୌଣସି ଏଜେଣ୍ଡା ନାହିଁ। ତୁମର ହୃଦୟ ଭିତରେ ଲୁଚି ରହିଥିବା ଭାବନାକୁ ଖାଇବାକୁ ଦେଲେ ତୁମେ ଏକ ଖୁସିର ଅନୁଭବ ପାଇବ ଏବଂ ଏହା ଅନେକ ଦିନ ପର୍ଯ୍ୟନ୍ତ ରହିବ। ମୁଁ କେବେବି 'RRR' ଏବଂ 'ପୁଷ୍ପା' ଭଳି ଚଳଚ୍ଚିତ୍ର ଦେଖିବାକୁ ଯିବି ନାହିଁ।"

Advertisment

ଏହି ସମୟ ମଧ୍ୟରେ ନାସିର 'କବୀର ସିଂହ' ଭଳି ଚଳଚ୍ଚିତ୍ର ବିଷୟରେ କହିଥିଲେ, 'ପୁରୁଷଙ୍କ ଅସୁରକ୍ଷିତତା ବଢୁଛି, ତେଣୁ ପୁରୁଷତ୍ୱ ପ୍ରଦର୍ଶନ କରୁଥିବା ଚଳଚ୍ଚିତ୍ର ଉପରେ ଅଧିକ ଗୁରୁତ୍ୱ ଦିଆଯାଉ। ଆମେରିକାରେ ମାର୍ଭେଲଙ୍କ ଦୁନିଆ ଚାଲିଛି, ଯେଉଁଠାରେ ସମସ୍ତେ ଜଣେ ସୁପରହିରୋ।

Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ