Advertisment

ଦେଶ ବିଭାଜନ ବେଳେ ଘୃଣାର ଯେଉଁ ବୀଜ ବୁଣାଯାଇଥିଲା ତାହା ଏବେ ଅଙ୍କୁରିତ ହେଉଛି; ନାସିରୁଦ୍ଦିନ ଶାହା

୪୧ ବର୍ଷ ପରେ, ଯେତେବେଳେ ବିରୋଧୀମାନେ ଲଭ୍ ଜିହାଦ୍‌କୁ ନେଇ ନାସିରୁଦ୍ଦିନ ଶାହାଙ୍କୁ ଘେରିବାକୁ ଚେଷ୍ଟା କରିଥିଲେ, ସେତେବେଳେ ସେ ତାଙ୍କ ପତ୍ନୀ ରତ୍ନା ପାଠକ ଶାହାଙ୍କ ଧର୍ମ ପରିବର୍ତ୍ତନକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଥିଲେ। ଧର୍ମ ପ୍ରସଙ୍ଗରେ ସେ ବର୍ତ୍ତମାନର ସରକାରଙ୍କ ଚିନ୍ତାଧାରା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

ଅଦ୍ୟତନ ହୋଇଛି
Naseeruddin shah spills bean on love jihad and marriage with ratna pathak

Naseeruddin shah spills bean on love jihad and marriage with ratna pathak

Advertisment

କିଛି ଦିନ ପୂର୍ବରୁ ନାସିରୁଦ୍ଦିନ ଶାହାଙ୍କ ଉପରେ ଲଭ୍‌ ଜିହାଦ ଅଭିଯୋଗ କରାଯାଇଥିଲା। ଭେଟେରାନ ଅଭିନେତା ସମାଜ ବିରୁଦ୍ଧରେ ଯାଇ ୧୯୮୨ ମସିହାରେ ଅଭିନେତ୍ରୀ ରତ୍ନା ପଠକଙ୍କ ସହ ଏକ ଆନ୍ତଃଧର୍ମ ବିବାହ କରିଥିଲେ। ଏହି ପ୍ରସଙ୍ଗରେ ଅନେକ ଲୋକ ତାଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ।

Advertisment

୪୧ ବର୍ଷ ପରେ, ଯେତେବେଳେ ବିରୋଧୀମାନେ ଲଭ୍ ଜିହାଦ୍‌କୁ ନେଇ ନାସିରୁଦ୍ଦିନ ଶାହାଙ୍କୁ ଘେରିବାକୁ ଚେଷ୍ଟା କରିଥିଲେ, ସେତେବେଳେ ସେ ତାଙ୍କ ପତ୍ନୀ ରତ୍ନା ପାଠକ ଶାହାଙ୍କ ଧର୍ମ ପରିବର୍ତ୍ତନକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଥିଲେ। ଧର୍ମ ପ୍ରସଙ୍ଗରେ ସେ ବର୍ତ୍ତମାନର ସରକାରଙ୍କ ଚିନ୍ତାଧାରା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

କିଛି ଦିନ ପୂର୍ବେ ରତ୍ନା ପାଠକ ତାଙ୍କ ସ୍ୱାମୀ ନାସିରୁଦ୍ଦିନ ଶାହାଙ୍କ ବହୁ ସମ୍ପର୍କ ବିଷୟରେ କହିଥିଲେ, ଯାହାଙ୍କ ସହ ତାଙ୍କ ବିବାହ ଅନେକ ଲୋକଙ୍କୁ ଏବେବି ଅସନ୍ତୋଷ କରୁଛି। ନିକଟରେ, ଯେତେବେଳେ ନାସିରୁଦ୍ଦିନ ଶାହାଙ୍କୁ ନେଇ ଲଭ ଜିହାଦ ଅଭିଯୋଗ କରାଯାଇଥିଲା, ସେତେବେଳେ ଅଭିନେତା ଆଗକୁ ଆସି ତାଙ୍କ ପତ୍ନୀ ରତ୍ନା ପାଠକ ଶାହାଙ୍କ ଧର୍ମ ପରିବର୍ତ୍ତନ ବିଷୟରେ ପ୍ରକାଶ କରି ପ୍ରତିପକ୍ଷଙ୍କୁ ଉତ୍ତର ଦେଇଛନ୍ତି।

Advertisment

ନାସିରୁଦ୍ଦିନ ଶାହା ତାଙ୍କ ପ୍ରେମ ଏବଂ ପରେ ଅନ୍ୟ ଧର୍ମର ଜଣେ ଅଭିନେତ୍ରୀଙ୍କ ସହ ବିବାହକୁ ନେଇ ନିଜର ମତ ରଖିଛନ୍ତି। ଧର୍ମକୁ ରାଜନୈତିକ ପ୍ରସଙ୍ଗ କରିଥିବାରୁ ସେ ଭାରତର ବର୍ତ୍ତମାନର ସରକାର ଉପରେ ମଧ୍ୟ ଆକ୍ରମଣ କରିଛନ୍ତି। ନ୍ୟାସ୍‌ନାଲ୍‌ ହେରାଲ୍ଡ ଖବରକାଗଜରେ ସେ ତାଙ୍କ ଖୋଲା ଚିଠିରେ କହିଛନ୍ତି ଯେ “ହିନ୍ଦୁ ମହିଳାଙ୍କୁ ବିବାହ କରିବାରେ ମୋର କୋଣସି ସଂକୋଚ ନ ଥିଲା କି ରତ୍ନା ମୋତେ ବିବାହ କରିବାକୁ ଦ୍ୱିଧା କରି ନ ଥିଲେ।”

ନାସିରୁଦ୍ଦିନ ଶାହା ଯେତେବେଳେ ରତ୍ନା ପାଠକଙ୍କୁ ବିବାହ କରିବାର ନିଷ୍ପତ୍ତି ବିଷୟରେ ପରିବାର ଲୋକଙ୍କୁ କହିଥିଲେ, ସେତେବେଳେ ତାଙ୍କ ମା’ ପଚାରିଥିଲେ ଯେ ରତ୍ନା କ’ଣ ଇସଲାମକୁ ସ୍ୱୀକର କରିପାରିବେ? ଅଭିନେତା ମନା କରିଦେଇଥିଲେ, ଯାହାପରେ ତାଙ୍କ ମା’ କେବଳ ଏତିକି ହିଁ କହିଥିଲେ ଯେ ଧର୍ମକୁ କିପରି ପରିବର୍ତ୍ତନ କରାଯାଇପାରିବ।

Advertisment

ରତ୍ନା ପାଠକଙ୍କ ସହ ତାଙ୍କ ବିବାହକୁ ନାସିରୁଦ୍ଦିନ ଶାହା ଏହି କଥାର ଏକ ପ୍ରମାଣ ବୋଲି କହି ମୁସଲମାନ ଏବଂ ହିନ୍ଦୁମାନେ ଏକାଠି ରହିପାରିବେ ବୋଲି କହିଛନ୍ତି। ଧର୍ମ ଆଧାରରେ ଲୋକଙ୍କୁ ଘୃଣା କରିବାର ଉଦ୍ଦେଶ୍ୟ ଉପରେ ସେ ପ୍ରଶ୍ନ କରି କହିଛନ୍ତି ଯେ “ଦେଶ ବିଭାଜନ ସମୟରେ ଘୃଣାର ଯେଉଁ ବୀଜ ବୁଣାଯାଇଥିବା ତାହା କ’ଣ ଏବେ ଅଙ୍କୁରିତ ହେବାକୁ ଲାଗିଛି କି?”

Bollywood Love Jihad. Naseeruddin Shah
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ