Advertisment

ଏକତା କପୁରଙ୍କ ନାଗୁଣୀ; କରୋନା ସହିତ ଲଢିବ ତେଜସ୍ୱୀ ପ୍ରକାଶ

ବେଶ୍‌ ଲୋକପ୍ରିୟ ହୋଇପାରିଛି ଏକତା କପୁରଙ୍କ ‘ନାଗିନ୍’ ସିରିୟଲ୍। ଏହାର ୫ଟି ସିଜିନ୍‌ର ନାଗୁଣୀମାନଙ୍କୁ ଦର୍ଶକେ ଦେଖି ସାରିଛନ୍ତି। ତେବେ ୬ଷ୍ଠ ସିଜିନ୍‌ର ନାଗୁଣୀ ଭାବେ ଆସୁଛନ୍ତି ତେଜସ୍ୱୀ ପ୍ରକାଶ। ନାଗୁଣୀ ସାଜି କରୋନା ମହାମାରୀ ସହ ଲଢିବେ।

ଅଦ୍ୟତନ ହୋଇଛି
Naginis of Ekta Kapoor

Naginis of Ekta Kapoor

Advertisment

ମୁମ୍ବାଇ: ଟିଭି ସିରିଏଲର ରାଣୀ କୁହାଯାଉଥିବା ଏକତା କପୁର ପ୍ରତିବର୍ଷ ଏକରୁ ଅଧିକ ସିରିଏଲ ଲଞ୍ଚ୍‌ କରନ୍ତି। କିନ୍ତୁ 'ନାଗିନ୍'କୁ ନେଇ ପ୍ରଶଂସକଙ୍କ ଭିତରେ ଏକ ଭିନ୍ନ ଉତ୍ସାହ ରହିଛି। ଏକତା ୨୦୧୫ରେ ‘ନାଗିନ୍’ ସିରିୟଲ୍ ଲଞ୍ଚ୍‌ କରିଥିଲେ। ଏହାର ଏପର୍ଯ୍ୟନ୍ତ ୫ଟି ସିଜନ ଆସି ସାରିଛି। ଖୁବ୍ ଶୀଘ୍ର ଶୋ’ର ୬ଷ୍ଠ ସିଜନ୍ ଆସିବାକୁ ଯାଉଛି ଯେଉଁଥିରେ ବିଗ୍ ବସ୍ ୧୫ର ବିଜେତା ତେଜସ୍ୱୀ ପ୍ରକାଶ ନାଗିନ୍ ଭୂମିକାରେ ନଜର ଆସିବେ। ତେବେ ଆସନ୍ତୁ ଜାଣିନେବା ଏକତା କପୁରଙ୍କ ଶୋ’ରେ ‘ନାଗିନ୍’ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀମାନଙ୍କ ବିଷୟରେ।

Advertisment

ମୌନୀ ରାୟ:

ନିକଟରେ ବିବାହ କରିଥିବା ଅଭିନେତ୍ରୀ ମୌନୀ ରାୟ ଏହି ଶୋ’ର ପ୍ରଥମ ସିଜନରେ ନାଗିନ୍‌ର ଚେହେରା ହୋଇଥିଲେ। ସେ ଏହି ସିଜନ୍‌ରେ ଅଭିନେତା ଅର୍ଜୁନ ବିଜଲାନୀଙ୍କ ବିପକ୍ଷରେ ଶିବନ୍ୟା ଭୂମିକାରେ ଅଭିନୟ କରିଥିଲେ। ସେ ଏହି ଶୋ’ର ଦ୍ୱିତୀୟ ସିଜନରେ ମଧ୍ୟ ମୁଖ୍ୟ ଲିଡ୍ ଭାବରେ ଅଭିନୟ କରିଥିଲେ। ଏଥିରେ ସେ ଶିବନ୍ୟାଙ୍କ ଝିଅ ଭୂମିକାରେ ନଜର ଆସିଥିଲେ।

ଅଦା ଖାନ୍:

ଅଭିନେତ୍ରୀ ଅଦା ଖାନ ମଧ୍ୟ କାଳି ନାଗୁଣୀ ହୋଇ ସିଜନ ୧ ଓ ୨ରେ ଲୋକଙ୍କ ହୃଦୟ ଜିତିଥିଲେ। ଏଥିରେ ସେ ଶିବନ୍ୟାଙ୍କୁ ହତ୍ୟା କରିଥିବା ଶେଶା ନାମକ ଏକ ନାଗୁଣୀ ଭୂମିକାରେ ଅଭିନୟ କରିଥିଲେ। ପରେ ସେ ନିଜର ରାସ୍ତାକୁ ବଦଳାଇ ଏକ ଭଲ ନାଗୁଣୀ ହୋଇଯାଇଥିଲେ।

Advertisment

କରିସ୍ମା ତନ୍ନା:

'ନାଗିନ ୩' ରେ କରିସ୍ମା ତନ୍ନା ରୁହି ଭୂମିକାରେ ଅଭିନୟ କରିଥିଲେ। ଏଥିରେ ୟୁଭି ଓ ତାଙ୍କ ଭାଇମାନେ ରୁହିଙ୍କୁ ବହୁତ ଆଘାତ ଦେବାରୁ ସେ ତାଙ୍କ ପ୍ରେମିକଠାରୁ ଅଲଗା ହୋଇଯାଇଥିଲେ। ସେ ଏହାର ପ୍ରତିଶୋଧ ନେବାକୁ ଆସିଥିଲେ। ଏହି ଭୂମିକାରେ କରିସ୍ମା ବହୁତ ହଟ୍ ଦେଖାଯାଉଥିଲେ।

ସୁରଭି ଜ୍ୟୋତି:

‘ସିଜନ ୩’ରେ ବି ରୁହି ନିଜେ 'ବେଲା' ଭାବରେ ଦେଖାଦେଇଥିଲେ। ସେ ଅଭିନେତା 'ପର୍ଲ ଭି ପୁରୀ' ସହିତ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହା ଶୋ’ର ସବୁଠାରୁ ସଫଳ ସିଜନ୍ ମଧ୍ୟରୁ ଗୋଟିଏ ଥିଲା ଏବଂ ୧୦୦ରୁ ଅଧିକ ଏପିସୋଡ୍ ପ୍ରସାରିତ ହୋଇଥିଲା। ଲୋକମାନେ ପର୍ଲ ଭି ପୁରୀ ଓ ସୁରଭିଙ୍କ ଅନ୍-ସ୍କ୍ରିନ୍ ରୋମାନ୍ସକୁ ଖୁବ ପସନ୍ଦ କରିଥିଲେ।

Advertisment

ଅନୀତା ହସନନ୍ଦାନୀ:

ନିଜର ହଟ୍‌ନେସ୍ ପାଇଁ ପ୍ରସିଦ୍ଧ ଅଭିନେତ୍ରୀ ଅନୀତା ହସନନ୍ଦାନୀ ‘ନାଗିନ୍ ୩’ ଓ ଏହାର ପରବର୍ତ୍ତୀ ସିଜନ୍‌ରେ 'ବିଶାଖା' ଭୂମିକାରେ ଅଭିନୟ କରିଥିଲେ। ସେ ବେଲାଙ୍କ ବନ୍ଧୁ ଭାବରେ ନଜର ଆସିଥିଲେ କିନ୍ତୁ ପରେ ଜଣେ ଲୋଭୀ ଓ ଦୁଷ୍ଟ ନାଗୁଣୀ ହୋଇଗଲେ।

ନିୟା ଶର୍ମା:

ନିଜର ବୋଲ୍ଡ ଫଟୋସୁଟ୍ ଓ ଡ୍ରେସିଂ ସେନ୍ସ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ନିୟା ଶର୍ମା ‘ନାଗିନ୍ ୪’ରେ ବୃନ୍ଦା ଭୂମିକାରେ ଅଭିନୟ କରିଥିଲେ। ସେ ସବୁଠୁ ହଟ୍ ନାଗୁଣୀମାନଙ୍କ ମଧ୍ୟରୁ ଜଣେ ଥିଲେ।

ସୁରଭି ଚନ୍ଦନା:

Suravi Chandanaସୁରଭି ଚନ୍ଦନା

‘ନାଗିନ୍ ୪’ରେ ସୁରଭି ଚନ୍ଦନା ନଜର ଆସିଥିଲେ। ସୁରଭିଙ୍କ ହଟ୍‌ ଲୁକ୍‌ ସମସ୍ତଙ୍କ ହୃଦୟ ଜିତିଥିଲା।​|

ତେଜସ୍ୱୀ ପ୍ରକାଶ:

Tejaswi Prakashତେଜସ୍ୱୀ ପ୍ରକାଶ

ତେଜସ୍ୱୀ ପ୍ରକାଶ ‘ନାଗିନ୍ ୬’ ରେ ମୁଖ୍ୟ ନାଗୁଣୀର ଭୂମିକାରେ ନଜର ଆସିବେ। ଯେତେବେଳେ ଏହି ଖବର ସାମ୍ନାକୁ ଆସିଲା ତାଙ୍କ ପ୍ରଶଂସକମାନଙ୍କ ଖୁସି କହିଲେ ନସରେ। ବର୍ତ୍ତମାନ ପର୍ଯ୍ୟନ୍ତ ସବୁ ସିଜନରେ ଆପଣମାନେ ନାଗୁଣୀକୁ ନିଜର ପ୍ରେମ ବାଣ୍ଟିବା କିମ୍ବା ପରିବାରର ଶତ୍ରୁମାନଙ୍କ ସହିତ ଲଢୁଥିବା ଦେଖିଥିବେ। କିନ୍ତୁ ଏଥର ଏକତା କପୁରଙ୍କ ନାଗୁଣୀ କରୋନା ମହାମାରୀ ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦେଖିବାକୁ ମିଳିବ।

Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ