Munawar Faruqui
‘ବିଗ୍ ବସ୍’ ସିଜିନ୍ ୧୭ର ବିଜେତା ହେଲେ ମୁନାୱର ଫାରୁକୀ । ଷ୍ଟାଣ୍ଡ ଅପ୍ ହାସ୍ୟ ଅଭିନେତା ମୁନାୱର ଫାରୁକୀଙ୍କୁ ‘ବିଗ୍ ବସ୍’ ସିଜିନର ବିଜେତା ଭାବେ ଘୋଷଣା କରାଯାଇଛି । ‘ବିଗ୍ ବସ୍’ ସୋ’ ହୋଷ୍ଟ ତଥା ବଲିଉଡ ଅଭିନେତା ସଲମାନ ଖାନ ୩୨ ବର୍ଷିୟ ଫାରୁକୀଙ୍କୁ ବିଜେତା ଭାବେ ଘୋଷଣା କରିଛନ୍ତି । ପୁରସ୍କାର ଆକାରରେ ମୁନାୱର ଫାରୁକୀଙ୍କୁ ନଗଦ ୫୦ ଲକ୍ଷ ଟଙ୍କା ସହ ଏକ କାର୍ ମିଳିଛି ।
ମୁନାୱର ଫାରୁକୀ ଫାଇନାଲରେ ଲାଇଭ ଭୋଟିଂ ମାଧ୍ୟମରେ ଅଭିନେତା ଅଭିଷେକ କୁମାରଙ୍କୁ ପରାସ୍ତ କରିଥିଲେ । ଏଥିରେ ବଲିଉଡର ଅଜୟ ଦେବଗନ ଏବଂ ଆର ମାଧବନ ବିଶେଷ ଅତିଥି ଥିଲେ।
ମୁନାୱର ଫାରୁକୀ ଏନେଇ ସୋସିଆଲ ମିଡିଆ ‘x’ରେ ଏକ ଫଟୋ ପୋଷ୍ଟ କରିଛନ୍ତି । ଫଟୋରେ ସଲମାନ୍ଙ୍କ ସହିତ ନିଜେ ‘ବିଗ୍ ବସ୍’ ସିଜିନ୍ ୧୭ର ଟ୍ରଫି ଧରିଥିବା ଦେଖିବାକୁ ମିଳିଛି । ଏଥିସହିତ ସେ ତାଙ୍କ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
‘ବିଗ୍ ବସ୍’ ଫାଇନାଲରେ ଅଭିନେତା ମନାରା ଚୋପ୍ରା, ଅଙ୍କିତା ଲୋଖଣ୍ଡେ ଏବଂ ୟୁଟ୍ୟୁବର୍ ଅରୁଣ ଶ୍ରୀକାନ୍ତ ମହାଶେତନ ଓ ଅନ୍ୟ ପ୍ରତିଯୋଗୀ ଥିଲେ । ‘ବିଗ୍ ବସ୍’ର ସିଜିନ୍ -୧୭ ଅକ୍ଟୋବର ୨୦୨୩ରେ ପ୍ରିମିୟର୍ ହୋଇଥିଲା । ଯେଉଁଥିରେ ବିକି ଜେନା, ଆୟେଶା ଖାନ୍, ଅନୁରାଗ ଡୋବାଲ, ଐଶ୍ୱର୍ଯ୍ୟା ଶର୍ମା, ନିଲ ଭଟ୍ଟ, ଈଶା ମାଲଭିଆ, ଜିଗନା ଭୋରା, ଫିରୋଜା ଖାନ ଏବଂ ରିଙ୍କୁ ଧାୱନଙ୍କ ସମେତ ୧୭ ଜଣ ପ୍ରତିଯୋଗୀ ରହିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1706503276.jpg)