Advertisment

ଜୀବନ୍ତ କାହାଣୀ ସାଙ୍ଗକୁ ଦମଦାର ଅଭିନୟ, ଆଜି ରିଲିଜ୍ ହେବ ସିନେମା ‘ପୁଷ୍କରା’

ରାଜ୍ୟରେ ୨୫ରୁ ଅଧିକ ସହରରେ ହେବ ରିଲିଜ୍..

ଅଦ୍ୟତନ ହୋଇଛି
Pushkara’

Pushkara’

Advertisment

ଆଜି ରିଲିଜ୍ ହେଉଛି ଓଡ଼ିଶାର ବହୁ ପ୍ରତିକ୍ଷିତ ସିନେମା ‘ପୁଷ୍କରା’। ସାରା ରାଜ୍ୟର ସିଲଭର୍ ସ୍କ୍ରିନରେ ଆଜିଠୁ ଦେଖିବେ ଦର୍ଶକ ।ଫିଲ୍ମର ମୁଖ୍ୟ ଚରିତ୍ରରେ ସବ୍ୟସାଚୀ ଓ ସୁପ୍ରିୟା ନଜର ଆସିଛନ୍ତି । ତାସହ ଭର୍ସଟାଇଲ୍ ଆକ୍ଟର ଚୌଧୁରୀ ବିକାଶ ଦାସ, ଅଶ୍ରୁମୋଚନ, ଦିବଙ୍ଗତ ପିଣ୍ଟୁ ନନ୍ଦ ଏବଂ ରବି ମିଶ୍ରଙ୍କୁ ବି ଦେଖିବାକୁ ମିଳିଛି । ଚହଳ ସୃଷ୍ଟି କରିଥିବା ସବ୍ୟସାଚୀଙ୍କ ଲୁକସକୁ ପାଖରୁ ଦେଖିବେ ବାଣୀବିହାରର ଛାତ୍ରଛାତ୍ରୀ । ପୁଷ୍କରାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ବାଣୀବିହାର କ୍ୟାମ୍ପସରେ ଆୟୋଜନ ହେଉଛି ।

Advertisment

ସାହିତ୍ୟରୁ ସିନେମା.. ପୁରାପୁରି ଅରିଜିନାଲ ତଥା ଏକ ଜୀବନ୍ତ କାହାଣୀ । ବର୍ତ୍ତମାନ ସମାଜରେ ହଜି ଯାଉଥିବା କିଛି କୌଳିକ ବୃତ୍ତିକୁ ମଧ୍ୟ ଫିଲ୍ମରେ ସ୍ଥାନ ଦିଆଯାଇଛି। ଫିଲ୍ମର ଭିନ୍ନ ଏକ କାହାଣୀ ଓ କଳାକାରଙ୍କ ଦମଦାର ଅଭିନୟ ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ଆଶା କରାଯାଉଛି ।

ପ୍ରସିଦ୍ଧ ଲେଖକ ଶଙ୍କର ତ୍ରିପାଠୀଙ୍କ ଉପନ୍ୟାସ ‘ନାଦବିନ୍ଦୁ’ରୁ ଏହି ଫିଲ୍ମର ପରିକଳ୍ପନା ହୋଇଛି । ଶୁଭ୍ରାଂଶୁ ଦାସ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ସଂଳାପ ଖୋଦ୍ ଶଙ୍କର ତ୍ରିପାଠୀ ଲେଖିଛନ୍ତିା ବହୁ ଦିନ ପରେ ଓଡ଼ିଆ ସିନେମା ଜଗତରେ ଏକ ବିପ୍ଲବ ସୃଷ୍ଟିକାରୀ କାହାଣୀକୁ ପରଦାକୁ ଆଣିବାକୁ ଯାଉଛି ତରଙ୍ଗ ସିନେ ପ୍ରଡକସନ ।

Advertisment

ଆଜି ଭୁବନେଶ୍ୱର, କଟକ, ବାଲେଶ୍ୱର, ଯାଜପୁର, ରାଉରକେଲା, ସମ୍ବଲପୁର, ସୁନ୍ଦରଗଡ଼ ସମେତ ୨୫ଟି ସହରର ଏକାଧିକ ଥିଏଟରରେ ଦର୍ଶକ ପୁଷ୍କରାକୁ ଦେଖିପାରିବେ । ...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ