Advertisment

Teaser Release: ଜନ୍ମଦିନରେ ପ୍ରଶଂସକଙ୍କୁ ଖୁସି କରିଦେଲେ ପୁଷ୍ପାରାଜ୍‌; ଯେମିତି ଷ୍ଟାଇଲ୍, ସେମିତି ଆକ୍ସନ୍

ଆଇକନ୍ ଷ୍ଟାର୍ ଅଲୁ ଅର୍ଜୁନଙ୍କ ଜନ୍ମଦିନରେ ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ 'ପୁଷ୍ପା ୨'ର ଦ୍ୱିତୀୟ ଝଲକ ମୁକ୍ତିଲାଭ କରିଛି। ଟିଜର ରିଲିଜ୍ ହେବା ମାତ୍ରେ ଇଣ୍ଟର୍‌ନେଟ୍‌ରେ ଝଡ ସୃଷ୍ଟି ହୋଇଛି। ପ୍ରତ୍ୟେକ କୋଣରୁ ପ୍ରଶଂସାର ସୁଅ ଛୁଟିଛି।

Most awaited film of the year pushpa the rule teaser is out

Most awaited film of the year pushpa the rule teaser is out

Advertisment

ପ୍ରଶଂସକମାନେ ଆଲୁ ଅର୍ଜୁନଙ୍କ ‘ପୁଷ୍ପା ୨’ ର ପ୍ରତ୍ୟେକ ଅପଡେଟ୍ ଉପରେ ନଜର ରଖିଛନ୍ତି ଏବଂ ଆଜି ଫିଲ୍ମର ଲିଡ୍ ଷ୍ଟାର୍ ଅର୍ଥାତ୍ ପୁଷ୍ପାରାଜ୍‌ଙ୍କ ୪୨ ତମ ଜନ୍ମଦିନ ଅବସରରେ ‘ପୁଷ୍ପା: ଦ ରୁଲ୍’ର ଟିଜର୍ ରିଲିଜ୍ ହୋଇଛି। ଆଲୁ ଅର୍ଜୁନଙ୍କ ଜନ୍ମଦିନରେ 'ପୁଷ୍ପା ୨'ର ଟିଜର ଆକାରରେ ପ୍ରଶଂସକମାନେ ଏକ ଜବରଦସ୍ତ ଉପହାର ପାଇଛନ୍ତି ଏବଂ ଏହାର ଭିଡିଓ ଇଣ୍ଟରନେଟରେ ଝଡ ସୃଷ୍ଟି କରିଛି।

Advertisment

ଏହାର ଟିଜର ଏମିତି ଦମଦାର ହୋଇଛି ଯେ ଦେଖିଲେ, ଆପଣଙ୍କର ବି ଲୋମ ଟାଙ୍କୁରି ଉଠିବ। ଟିଜରର ଗ୍ରାଣ୍ଡ୍‌ ଭିଜୁଆଲ୍, ଭାଇବ୍ରେଟ୍ କଲର୍ ଏବଂ ଅଲୁଙ୍କ ଦମଦାର ଏଣ୍ଟ୍ରୀ ସମସ୍ତଙ୍କର ଧ୍ୟାନ ଆକର୍ଷଣ କରିବାକୁ ବାଧ୍ୟ। ଏଥିରେ ଦର୍ଶକଙ୍କ ପ୍ରିୟ ପୁଷ୍ପାରାଜଙ୍କୁ ଏକ ଅସାଧାରଣ ଏବଂ ଶକ୍ତିଶାଳୀ ଅବତାରରେ ଦେଖିବାକୁ ମିଳେ।

ଟିଜରର ପ୍ରତ୍ୟେକ ଫ୍ରେମ୍‌ରେ ସ୍ୱାଗ୍‌ ଏବଂ ଇଣ୍ଟେସିଟି ଦେଖିବାକୁ ମିଳେ। ଏସବୁ ବ୍ୟତୀତ, DSP ର ସଂଗୀତ ଟିଜରକୁ ଆହୁରି ଜବରଦସ୍ତ କରିଛି, ଏହାର ବିଟ୍ ଏବଂ ହୃଦୟସ୍ପର୍ଶୀ ବ୍ୟାକ୍‌ଗ୍ରାଉଣ୍ଡ୍ ମ୍ୟୁଜିକର ତୁଳନା ନାହିଁ।

Advertisment

ଟିଜରରେ ଫିଲ୍ମର ଜଥାରା ସିକ୍ୱେନ୍ସକୁ ଦେଖାଯାଇଛି। ଜଥାରାକୁ ସମ୍ମକ୍କା ସଲରମ୍ମା ଜଥାରା ମଧ୍ୟ କୁହାଯାଏ। ଏହା ହିନ୍ଦୁ ଆଦିବାସୀ ଦେବୀଙ୍କୁ ସମ୍ମାନିତ କରୁଥିବା ଏକ ପର୍ବ, ଯାହାକୁ ଭାରତର ତେଲେଙ୍ଗାନାରେ ପାଳନ କରାଯାଇଥାଏ। ପ୍ରତିବର୍ଷ ଏହି ୪ ଦିନିଆ ଉତ୍ସବରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ଦେଖିବାକୁ ମିଳେ।

ଲୋକପ୍ରିୟ ନିର୍ଦ୍ଦେଶକ ସୁକୁମାର ଏହି ପରମ୍ପରାକୁ ଫିଲ୍ମ ମାଧ୍ୟମରେ ଦର୍ଶକଙ୍କୁ ଏକ ନିଆରା ଢଙ୍ଗରେ ଦେଖାଇବାକୁ ଚେଷ୍ଟା କରିଛନ୍ତି। ଟିଜର୍ ମାଧ୍ୟମରେ ସେ ଏହାର ଝଲକ ମଧ୍ୟ ଦେଖେଇଛନ୍ତି।

Advertisment

ଏହାର ଟିଜର ହେଉଛି ଏକ ବଡ ପ୍ରମାଣ ଯେ ନିର୍ମାତା ୨୦୨୧ର ବ୍ଲକବଷ୍ଟର ‘ପୁଷ୍ପା ଦି ରାଇଜ୍’ର ଏହି ସିକ୍ୱେଲ୍‌କୁ ଏକ ବଡ଼ ଏବଂ ପୂର୍ବରୁ କେବେ ଦେଖି ନଥିବା ଅନୁଭୂତି ଦେବା ନେଇ କୌଣସି ସୁଯୋଗ ଛାଡି ନାହାଁନ୍ତି। ତେବେ ‘ପୁଷ୍ପା ୨’ ୧୫ ଅଗଷ୍ଟ ୨୦୨୪ରେ ସାରା ବିଶ୍ୱର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର କାର୍ଯ୍ୟକ୍ରମ ରହିଛି।

ସୁକୁମାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ମିଥ୍‌ରୀ ମୁଭି ମେକର୍ସଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମରେ ଅଲୁ ଅର୍ଜୁନ, ରଶ୍ମିକା ମନ୍ଦନା ଏବଂ ଫହାଦ୍ ଫାସିଲ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ତେବେ ଏହି ଟିଜର ଦେଖିବା ପରେ ଫିଲ୍ମ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଆଗ୍ରହ ଆହୁରି ବଢିଯାଇଛି।

Allu Arjun Bollywood Pushpa
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ