Astrospeak
  • Live TV
  • Read In English

୨୦୨୨ର ଟପ୍ ଟେନ୍‌ରେ ରହିବ ଏହି ୧୦ ଫିଲ୍ମ

୨୦୨୨ରେ ବଡ ବଜେଟ୍ ଓ ଆଗଧାଡିର ତାରକାଙ୍କୁ ନେଇ ଅନେକ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି। ତେବେ IMDB ୨୦୨୨ର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରର ତାଲିକା ପ୍ରକାଶ କରିଛି।

Most anticipated Indiana films of 2022
୨୦୨୨ର ଟପ୍ ଟେନ୍‌ରେ ରହିବ ଏହି ୧୦ ଫିଲ୍ମ

ମୁମ୍ବାଇ: ଶେଷ ପର୍ଯ୍ୟାୟରେ ୨୦୨୧। ନୂଆ ଉଲ୍ଲାସ, ନୂଆ ପୁଲକ ନେଇ ଆସୁଛି ୨୦୨୨। ବିଭିନ୍ନ କ୍ଷେରେତ୍ରେ ନୂଆବର୍ଷକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଯଦି ସିନେମା କ୍ଷେତ୍ରକୁ ଦେଖାଯାଏ ତେବେ ୨୦୨୨ରେ ବଡ ବଜେଟ୍ ଓ ଆଗଧାଡିର ତାରକାଙ୍କୁ ନେଇ ଅନେକ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି। ୨୦୨୧ ଶେଷ ସୁଦ୍ଧା ପ୍ରେକ୍ଷାଳୟଗୁଡିକ ଖୋଲା ହେଲା। ଏହି କାରଣରୁ ଅନେକ ଦମଦାର ଫିଲ୍ମ ମୁକ୍ତିଲାଭ କରିପାରିଲା ନାହିଁ ତ ପୁଣି କେତେକ ଓଟିଟିରେ ରିଲିଜ୍ ହୋଇଗଲା।

ତେବେ ଏହାରି ଭିତରେ IMDB ୨୦୨୨ର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରର ତାଲିକା ପ୍ରକାଶ କରିଛି, ଯେଉଁଥିରେ ଦଶଟି ବଲିଉଡ ଫିଲ୍ମ ରହିଛି। ଏଥିରେ ପ୍ରଭାସ, ୟଶ, ଜୁନିୟର୍ ଏନ୍‌ଟିଆର୍, ରାମ ଚରଣ, ଆଲିଆ ଭଟ୍ଟ, କଙ୍ଗନା ରଣୱତ୍, ରଣବୀର କପୁର ଓ ଟାଇଗର୍ ଶ୍ରଫ୍‌ଙ୍କ ଫିଲ୍ମ ସାମିଲ୍ ଅଛି। ୨୦୨୨ର ଏହି ବହୁ ପ୍ରତୀକ୍ଷିତ ଫିଲ୍ମଗୁଡିକ କ’ଣ ଆସନ୍ତୁ ନଜର ପକେଇବା।

୧. KGF ଚାପ୍‌ଟର ୨:

ଏହି ଚଳଚ୍ଚିତ୍ରରେ ୟଶ୍‌ ଓ ସଂଜୟ ଦତ୍ତଙ୍କୁ ଦେଖିବାକୁ ମିଳିବ ଏବଂ ଏହି ଚଳଚ୍ଚିତ୍ରଟି ପ୍ରଶାନ୍ତ ନୀଲଙ୍କ ଦ୍ୱାରା ନିର୍ଦ୍ଦେଶିତ।

୨. ଆର୍‌ଆର୍‌ଆର୍‌:

ବାହୁବଲୀ ନିର୍ଦ୍ଦେଶକ ଏସ୍ ଏସ୍ ରାଜାମୌ ଲିଙ୍କ ଫିଲ୍ମରେ ଅଜୟ ଦେବଗାନ୍, ଜୁନିୟର ଏନ୍‌ଟିଆର୍ ଓଅ ରାମ ଚରଣ ମୁଖ୍ୟ ଭୂମିକାରେ ଆସିବେ।୩.

୩. ଲାଲ ସିଂ ଚଡ୍ଡା:

ଏହି ଫିଲ୍ମରେ ଅମୀର ଖାନ, କରୀନା କପୁର ଓ ନାଗା ଚୈତନ୍ୟ ଆକ୍କିନେନି ମୁଖ୍ୟ ଭୂମିକାରେ ଥିବା ବେଳେ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଅଦୈତ ଚନ୍ଦନ।

୪. ଗାଙ୍ଗୁବାଇ କାଠିୟାୱାଡି:

ସଞ୍ଜୟ ଲୀଲା ଭଂସାଲୀଙ୍କ ଏହି ଫିଲ୍ମରେ ଆଲିଆ ଭଟ୍ଟ ଏବଂ ଅଜୟ ଦେବଗନଙ୍କୁ ଦେଖିବାକୁ ମିଳିବ।

୫. ବିଷ୍ଟ୍:

ନେଲ୍‌ସନ୍‌ ଦିଲୀପ କୁମାରଙ୍କ ‘ବିଷ୍ଟ୍‌ ଚଳଚ୍ଚିତ୍ରରେ ବିଜୟ ଜୋସେଫ, ପୂଜା ହେଗ୍‌ଡେ ଓ ଯୋଗୀ ବାବୁ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

୬. ଧାକଡ୍:

ରଜନୀଶ ଘାଇଙ୍କ ଏହି ଆକ୍ସନ୍ ଫିଲ୍ମରେ କଙ୍ଗନା ରଣାୱତ ଜୋରଦାର୍ ଆକ୍ସନ କରୁଥିବା ନଜର ଆସିବେ। ଏହି ଫିଲ୍ମରେ ଅର୍ଜୁନ ରାମପାଲ ମଧ୍ୟ ଅଛନ୍ତି।

୭. ରାଧେଶ୍ୟାମ୍:

କେ.କେ. ରାଧାକୃଷ୍ଣ କୁମାର ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଏବଂ ୧୯୭୦ ଦଶକ ଉପରେ ନିର୍ମିତ ଏହି କାହାଣୀରେ ପ୍ରଭାସ ଏବଂ ପୂଜା ହେଗ୍‌ଡେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

୮. ବ୍ରହ୍ମାସ୍ତ୍ର

ରଣବୀର କପୁର, ଅମିତାଭ ବଚ୍ଚନ ଓ ଆଲିଆ ଭଟ୍ଟଙ୍କ ଏହି ଫିଲ୍ମକୁ ଆୟାନ ମୁଖାର୍ଜୀ ନିର୍ଦ୍ଦେଶନା ଦେଇଛନ୍ତି।

୯. ହୀରୋପନ୍ତୀ-୨

ଟାଇଗର ଶ୍ରଫ୍‌, ତାରା ସୂତରିଆ ଓ ନୱାଜୁଦ୍ଦିନ ସିଦ୍ଦିକିଙ୍କ ଏହି ଫିଲ୍ମକୁ ଅହମ୍ମଦ ଖାନ ନିର୍ଦ୍ଦେଶନା ଦେଉଛନ୍ତି।

୧୦. ଆଦିପୁରୁଷ:

ଓମ୍ ରାଉତଙ୍କ ଫିଲ୍ମ ‘ଆଦିପୁରୁଷ’ ରେ ପ୍ରଭାସ, ସୈଫ୍‌ ଅଲି ଖାନ୍‌ ଓ କ୍ରିତି ସାନନ ମୁଖ୍ୟ ଭୂମିକାରେ ଅଛନ୍ତି।