Advertisment

ବାହା ହୋଇଥାନ୍ତେ ‘ତାରକ୍‌ ମେହେଟା କା ଉଲ୍‌ଟା ଚଶ୍‌ମା’ର ସୋଡି; ହୋଇଗଲେ ନିଖୋଜ

ଲୋକପ୍ରିୟ ଟିଭି ଶୋ’ ‘ତାରକ୍‌ ମେହେଟା କା ଉଲ୍‌ଟା ଚଶ୍‌ମା’ର ଗୁରୁଚରଣ ସିଂହ ଓରଫ ସୋଡି ନିଖୋଜ ହୋଇଯାଇଛନ୍ତି। ଏହି ମାମଲାରେ ଦିଲ୍ଲୀ ପୋଲିସର ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ ସେ ଶୀଘ୍ର ବିବାହ କରିଥାନ୍ତେ ଏବଂ ସେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ।

ଅଦ୍ୟତନ ହୋଇଛି
Gurucharan Singh Missing Case

Missing actor gurucharan singh was soon to get married

Advertisment

ଲୋକପ୍ରିୟ ଟିଭି ଶୋ’ ‘ତାରକ୍‌ ମେହେଟା କା ଉଲ୍‌ଟା ଚଶ୍‌ମା’ର ଗୁରୁଚରଣ ସିଂହ ଓରଫ ସୋଡି ନିଖୋଜ ହୋଇଯାଇଛନ୍ତି। ଏହି ମାମଲାରେ ଦିଲ୍ଲୀ ପୋଲିସର ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ ସେ ଶୀଘ୍ର ବିବାହ କରିଥାନ୍ତେ ଏବଂ ସେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ।

Advertisment

ସୂଚନାନୁସାରେ, ପ୍ରାଥମିକ ଅନୁସନ୍ଧାନ ପରେ ଦିଲ୍ଲୀ ପୋଲିସ ଏହି ସୂଚନାରେ ପହଞ୍ଚିଛି। ଏହା ମଧ୍ୟ ଜଣାପଡିଛି ଯେ ଗୁରୁଚରଣ ଦିଲ୍ଲୀର ଏକ ଏଟିଏମ୍‌ରୁ ୭ ହଜାର କାଢିଥିଲେ। ଏପ୍ରିଲ୍ ୨୪ରେ, ତାଙ୍କ ଶେଷ ଲୋକେସନ ତାଙ୍କ ଘରଠାରୁ କିଛି କିଲୋମିଟର ଦୂରରେ ଥିବା ପାଲାମରେ ମିଳିଥିଲା। ସେବେଠାରୁ ତାଙ୍କ ଫୋନ୍ ବନ୍ଦ ଥିଲା।

ପୋଲିସ୍ ସୂଚନା ଅନୁଯାୟୀ, “ତାଙ୍କ ବିମାନ ସୋମବାର ରାତି ୮.୩୦ ସମୟରେ ଥିଲା କିନ୍ତୁ ତାଙ୍କୁ ରାତି ପ୍ରାୟ ୯.୧୪ ସମୟରେ ପାଲାମର ଏକ ଟ୍ରାଫିକ ଛକରେ ଦେଖିବାକୁ ମିଳିଥିଲା। ଅଭିନେତାଙ୍କ ଶେଷ ସିସିଟିଭି ଫୁଟେଜ୍‌ରେ ସେ ଏକ ବ୍ୟାଗ୍‌ ଧରି ରାସ୍ତା ପାର ହେଉଥିବା ଦେଖିବାକୁ ମିଳିଥିଲା।

Advertisment

ଅଧିକ ପଢ଼ନ୍ତୁ: ମହାଦେବ ବେଟିଂ ମାମଲା: ଛଦ୍ମବେଶରେ ଲୁଚିଥିଲେ ‌ସାହିଲ୍ ଖାନ୍..ମାଡ଼ିବସିଲା ପୋଲିସ

ଗୁରୁଚରଣଙ୍କ ବାପା ତାଙ୍କ ଅଭିଯୋଗରେ କହିଛନ୍ତି ଯେ ସେ ଏପ୍ରିଲ ୨୨ରେ ବିମାନ ଯୋଗେ ଦିଲ୍ଲୀରୁ ମୁମ୍ବାଇ ଯାଇଥିଲେ କିନ୍ତୁ ମୁମ୍ବାଇରେ ପହଞ୍ଚି ନ ଥିଲେ। ବିମାନ ବନ୍ଦରରେ ପହଞ୍ଚିବା ପାଇଁ ସେ କେଉଁ ରାସ୍ତାରେ ଯାଇଥିଲେ ତାହା ଜାଣିବା ପାଇଁ ପୋଲିସ ତାଙ୍କ ଘର ଚାରିପାଖରେ ଥିବା ସିସିଟିଭି ଫୁଟେଜ୍‌ ଉପରେ ମଧ୍ୟ ନଜର ରଖିଛି।

Advertisment

ଲୋକପ୍ରିୟ ଟିଭି ଅଭିନେତା ଗୁରୁଚରଣ ସିଂହ ‘ତାରକ୍‌ ମେହେଟା କା ଉଲଟା ଚଶମା’ ଧାରାବାହିକରେ ସୋଡିଙ୍କ ଭୂମିକା ପାଇଁ ଜଣାଶୁଣା। ସେ ନିଖୋଜ ହେବା ପରେ ତାଙ୍କ ବାପା ଅତ୍ୟନ୍ତ ବିବ୍ରତ ହୋଇପଡିଥିଲେ ଏବଂ ଦିଲ୍ଲୀ ପୋଲିସରେ ଅଭିଯୋଗ କରିଥିରେ। ତେବେ ମୁମ୍ବାଇ ଯିବା ପରେ ତାଙ୍କ ପୁଅର ହଠାତ୍ ନିଖୋଜ ହେବାକୁ ନେଇ ସୂଚନା ଦିଆଯାଇଛି।

ଦକ୍ଷିଣ ପଶ୍ଚିମ ଦିଲ୍ଲୀର ଡିସିପି ରୋହିତ ମୀନା କହିଛନ୍ତି, “ଗୁରୁଚରଣଙ୍କ ପରିବାର ୨୨ ଏପ୍ରିଲରୁ ନିଖୋଜ ଥିବା ଅଭିଯୋଗ କରିଥିଲେ। ସେ ମୁମ୍ବାଇ ଯିବାର ଥିଲା କିନ୍ତୁ ସେ ଯାଇ ନ ଥିଲେ। ଆମେ ଆଇପିସିର ଧାରା ୩୬୫ ଅନୁଯାୟୀ ଏକ ମାମଲା ପଞ୍ଜିକରଣ କରିଛୁ। ଏହି ଘଟଣାର ଅନୁସନ୍ଧାନ ପାଇଁ ଆମେ ଏକ ଟିମ୍ ଗଠନ କରିଛୁ ଏବଂ ଆମର ଟେକ୍ନିକାଲ୍ ଟିମ୍ ମଧ୍ୟ ଏହି ପ୍ରସଙ୍ଗରେ କାମ କରୁଛି। ଆମେ ସିସିଟିଭି ଫୁଟେଜ୍‌ ଦେଖିବା ପ୍ରକ୍ରିୟାରେ ଅଛୁ ଯେଉଁଠାରେ ସେ ନିଜେ ଚାଲୁଥିବାର ନଜର ଆସିଛନ୍ତି।”

ତେବେ ଅନେକ ଚେଷ୍ଟା ସତ୍ତ୍ୱେ ୫୦ ବର୍ଷିୟ ଗୁରୁଚରଣ ନା ସେ ମୁମ୍ବାଇରେ ପହଞ୍ଚିଛନ୍ତି, ଯେଉଁଠାରେ ସେ କାମ କରନ୍ତି ନା ଘରକୁ ଫେରିଛନ୍ତି। ତାଙ୍କ ଫୋନ୍ ମଧ୍ୟ ଅପହଞ୍ଚ ଦୂରତାରେ ଅଛି। ଏହା ତାଙ୍କ ପରିବାରର ଚିନ୍ତାକୁ ବଢାଇ ଦେଇଛି। ତେବେ ତୁରନ୍ତ ତଦନ୍ତକୁ ନିଶ୍ଚିତ କରି ଦିଲ୍ଲୀ ପୋଲିସର ଜଣେ ଅଧିକାରୀ କହିଛନ୍ତି ଯେ “ଆମେ ଏହି ଘଟଣାର ଅନୁସନ୍ଧାନ କରୁଛୁ ଏବଂ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଛୁ।

ଏହାରି ଭିତରେ ତାଙ୍କ ପୁଅ ମାନସିକ ଦୁଃଖରେ ନ ଥିଲେ ବୋଲି ଗୁରୁଚରଣଙ୍କ ବାପା କହିଛନ୍ତି। ଆଉ ସେ ତାଙ୍କର ନିଖୋଜକୁ ନେଇ କିଛି କହିପାରିବେ ନାହିଁ ବୋଲି ମଧ୍ୟ କହିଛନ୍ତି।

Bollywood TV Serial Tarak Mehta Ka Ooltah Chashmah
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ