ଓଡ଼ିଶାରେ ହେବ ମିସ୍, ମିଷ୍ଟର ଓ ମିଷ୍ଟ୍ରେସ ଇଣ୍ଡିଆ-୨୦୨୪

ଓଡ଼ିଶାରେ ହେବ ସୁନ୍ଦରୀ ପ୍ରତିଯୋଗିତା । ମିସ୍, ମିଷ୍ଟର ଓ ମିଷ୍ଟ୍ରେସ୍ ଇଣ୍ଡିଆ ପ୍ରତିଯୋଗିତାରେ ଭାଗନେବେ ଯୁବ ପ୍ରତିଭା । 

Miss India

ମଡେଲିଂରେ ରୁଚି ରଖୁଥିବା ଯୁବ ଓଡ଼ିଆ ପ୍ରତିଭାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଓଡ଼ିଶାରେ ହେବ ସୁନ୍ଦରୀ ପ୍ରତିଯୋଗିତା । ମିସ୍, ମିଷ୍ଟର ଓ ମିଷ୍ଟ୍ରେସ୍ ଇଣ୍ଡିଆ ପ୍ରତିଯୋଗିତାରେ ଭାଗନେବେ ଯୁବ ପ୍ରତିଭା । ମିଶନ ଡ୍ରିମ୍ସ ନାମକ ଏକ ସଂସ୍ଥା ଏହି ପ୍ରତିଯୋଗିତା ଆୟୋଜନ କରୁଛି । ମିସ୍, ମିଷ୍ଟର ଓ ମିଷ୍ଟ୍ରେସ୍ ଇଣ୍ଡିଆ-୨୦୨୪ ପ୍ରତିଯୋଗିତା ନଭେମ୍ବର ୧୧ ଏବଂ ୧୨ରେ ପୁରୀରେ ଅନୁଷ୍ଠିତ ହେବା ପାଇଁ ସ୍ଥିର ହୋଇଛି । ଏନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ଆୟୋଜକ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । 

ଏହି ପ୍ରତିଯୋଗିତାରେ ମହାରାଷ୍ଟ୍ର, ବିହାର, ଗୁଜୁରାଟ, ରାଜସ୍ଥାନ, ଆସାମ, ଛତିଶଗଡ ଓ ନାଗାଲାଣ୍ଡ ପ୍ରଭୃତି ରାଜ୍ୟମାନଙ୍କରୁ ପ୍ରତିଭାମାନେ ଅଂଶଗ୍ରହଣ କରିବେ । ଆର୍ମି ଅଭିଏସନ ଇଣ୍ଡିଆନ ଆର୍ମିର ମହାନିର୍ଦ୍ଦେଶକ ଲେପ୍ଟନାଣ୍ଟ ଜେନେରାଲ ଅଜୟ କୁମାର ସୁରୀ ମୁଖ୍ୟ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗଦେବେ ।

ଅଲ ଇଣ୍ଡିଆ ଫ୍ୟାସନ ଉଇକ୍-୨୦୨୪ର ପରଦିନ ଅର୍ଥାତ ନଭେମ୍ବର ୧୩ ତାରିଖ ଦିନ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ । ଦେଶର ବିଭିନ୍ନ ସହରରୁ ଆଗଧାଡିର ଫ୍ୟାସନ୍ ଡିଜାଇନରସ ଏବଂ ମଡେଲ ଏହି ‘ଅଲ ଇଣ୍ଡିଆ ଫ୍ୟାସନ ଉଇକ୍-୨୦୨୪’ ରେ ସେମାନଙ୍କର ଡିଜାଇନ ପ୍ରଦର୍ଶିତ କରିବାର କାର୍ଯ୍ୟକ୍ରମ ରହିଛି । ଗ୍ଲାମର ଶିଳ୍ପରେ ବିଶ୍ଵାସର ସହ ଭାଗ ନେବାକୁ ଆଜିର ବିକାଶଉନ୍ମୁଖି ପ୍ରତିଭାମାନଙ୍କ ପାଇଁ ସୁନ୍ଦରୀ ପ୍ରତିଯୋଗିତା ପ୍ରମୁଖ ଭୂମିକା ଗ୍ରହଣ କରିଛି । ଓଡ଼ିଶାର ଯୁବ ପ୍ରତିଭାମାନଙ୍କୁ ଜାତୀୟ ତଥା ଆନ୍ତର୍ଜାତୀୟସ୍ତରରେ ପରିଚିତ କରାଇବାରେ ବିଭିନ୍ନ ସଂଗଠନ ପ୍ରୟାସ ଜାରି ରଖିଛନ୍ତି । ଏପରି କାର୍ଯ୍ୟକ୍ରମ ମାଧ୍ୟମରେ ଭବିଷ୍ୟତର ବିଭିନ୍ନ ପିଢିର କଳାକାର ସୃଷ୍ଟି କରିବା ଲକ୍ଷ୍ୟ ରହିଛି ।

ଉତ୍ସାହୀ ପ୍ରତିଭାମାନଙ୍କ ପାଇଁ ମିଶନ ଡ୍ରିମସ ଏକ ବଡ ପ୍ଲାଟଫର୍ମ ସାଜିଛି । ଏହି ପ୍ଲାଟଫର୍ମ ଓଡିଶାର ସଂସ୍କୃତିକୁ ଫ୍ୟାସନ ଜରିଆରେ ପ୍ରଚାର ଓ ପ୍ରସାର କରୁଛି ଏବଂ ନୂଆ ପ୍ରତିଭା ମାନଙ୍କ ଚଳଚ୍ଚିତ୍ର ଏବଂ ଫ୍ୟାସନ ଶିଳ୍ପମାନଙ୍କରେ ସାମିଲ୍ ହେବାକୁ ସୁଯୋଗ ସୃଷ୍ଟି କରୁଛି ।ସୁନ୍ଦରୀ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ଓଡିଆ ସଂସ୍କୃତି, ପରମ୍ପରା ଏବଂ ମୂଲ୍ୟବୋଧର ଝଲକ ଦେଖିବାକୁ ମିଳିବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି ।