Advertisment

ମନୀଷାଙ୍କୁ ଖରାପ ନାୟିକା ବୋଲି କହିଥିଲେ ବିଧୁ ବିନୋଦ

ବଲିଉଡ୍‌ର ଶହେ ଦଶକର ଚଳଚଞ୍ଚଳ ନାୟିକାଙ୍କ କଥା ଉଠିଲେ ଅଭିନେତ୍ରୀ ମନୀଷା କୋଇରାଲା ବାଦ ପଡିବେନି। 'ବମ୍ବେ', 'ଖାମୋଶି : ଦ ମ୍ୟୁଜିକାଲ୍', 'ଦିଲ୍ ସେ' ଏବଂ 'କମ୍ପାନୀ' ଭଳି ଅନେକ ଲୋକପ୍ରିୟ ଚଳଚ୍ଚିତ୍ରରେ ମନୀଷା ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି। ଏକଦା ଅଡିସନ ପରେ ବିଦୁ ବିନୋଦ ଚୋପ୍ରା ତାଙ୍କୁ 'ଟେରିବଲ ଆକ୍ଟ୍ରେସ' କହି ପ୍ରତ୍ୟାଖ୍ୟାନ କରିଦେଇଥିଲେ।

ମନୀଷାଙ୍କୁ ଖରାପ ନାୟିକା ବୋଲି କହିଥିଲେ ବିଧୁ ବିନୋଦ

Manisha Koirala : Happy Dirthday Today

Advertisment

ନୂଆଦିଲ୍ଲୀ : ବଲିଉଡ୍‌ର ଶହେ ଦଶକର ଚଳଚଞ୍ଚଳ ନାୟିକାଙ୍କ କଥା ଉଠିଲେ ଅଭିନେତ୍ରୀ ମନୀଷା କୋଇରାଲା ବାଦ ପଡିବେନି। 'ବମ୍ବେ', 'ଖାମୋଶି : ଦ ମ୍ୟୁଜିକାଲ୍', 'ଦିଲ୍ ସେ' ଏବଂ 'କମ୍ପାନୀ' ଭଳି ଅନେକ ଲୋକପ୍ରିୟ ଚଳଚ୍ଚିତ୍ରରେ ମନୀଷା ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି। ଏକଦା ଅଡିସନ ପରେ ବିଦୁ ବିନୋଦ ଚୋପ୍ରା ତାଙ୍କୁ 'ଟେରିବଲ ଆକ୍ଟ୍ରେସ' କହି ପ୍ରତ୍ୟାଖ୍ୟାନ କରିଦେଇଥିଲେ। ମନୀଷା ଆଜି ତାଙ୍କର ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ତେବେ ଆସନ୍ତୁ ଜାଣିନେବା ସେ କିପରି ବିଦୁଙ୍କୁ ଭୁଲ ପ୍ରମାଣିତ କଲେ ଏବଂ ଫିଲ୍ମରେ ଅଭିନୟର ଚକମା ଦେଖିଇ ଆଗ ଧାଡିର ଅଭିନେତ୍ରୀ ହୋଇପାରିଲେ।

Advertisment

ପିଟିଆଇ ରିପୋର୍ଟ ଅନୁଯାୟୀ, ମନୀଷା ଏହି ଘଟଣା ବିଷୟରେ ତାଙ୍କ ପୁସ୍ତକ 'ହିଲ୍ଡ : ହାଓ କ୍ୟାନସର୍ ଗେଭ୍ ମି ଏ ନିଉ ଲାଇଫ୍' ରେ ଲେଖିଥିଲେ। ସେ ତାଙ୍କର ଏହି ପୁସ୍ତକର ଲେଖିଛନ୍ତି ଯେ '୧୯୪୨ : ଏ ଲଭ୍‌ ଷ୍ଟୋରୀ' ଚଳଚ୍ଚିତ୍ର ପାଇଁ ନିଆଯାଇଥିବା ମୋର ସ୍କ୍ରିନ୍ ଟେଷ୍ଟ ମୋର ମନେ ଅଛି। ଚଳଚ୍ଚିତ୍ର ନିର୍ମାତା ବିଦୁ ବିନୋଦ ଚୋପ୍ରା ମୋତେ ଏକ ଦୃଶ୍ୟ କରିବାକୁ ଡାକିଥିଲେ। ଶେଷରେ ସେ କହିଲେ, 'ମନୀଷା, ତୁମେ ବହୁତ ଖରାପ ଆକ୍ଟିଙ୍ଗ କରିଥିଲ୍। ତୁମେ ଜଣେ ଖରାପ ଅଭିନେତ୍ରୀ।

Advertisment

ମନୀଷାଙ୍କୁ ତାଙ୍କର ଏହି କଥା ବହୁତ ବାଧିଥିଲା। ସେ ବହୁତ ପ୍ରତିକ୍ରିୟାଶୀଳ ହୋଇପଡିଥିଲେ। ମନୀଷା ଏହାକୁ ଏକ ଚ୍ୟାଲେଞ୍ଜ୍‌ ଭାବରେ ଗ୍ରହଣ କରିଥିଲେ। ତା’ପରେ ଅଭିନେତ୍ରୀ ବିଦୁଙ୍କୁ ଗୋଟିଏ ଦିନର ସମୟ ମାଗି ପୁଣି ଅଡିସନ ନେବାକୁ କହିଥିଲେ। ବିଦୁ ତାଙ୍କ ମତ ଗ୍ରହଣ କରିଥିଲେ। ଅଭିନେତ୍ରୀ କହିଛନ୍ତି ଯେ ସେ ଘରକୁ ଯାଇ ତାଙ୍କ ସଂଳାପ ଅଭ୍ୟାସ ଜାରି ରଖିଥିଲେ। ମନୀଷା ଏହିପରି ଅଭ୍ୟାସ କରୁଥିବା ଦେଖି ତାଙ୍କ ମା ବିରକ୍ତ ହୋଇଥିଲେ ଆଉ ପ୍ରତ୍ୟାଖ୍ୟାନ ହେତୁ ନିଜକୁ ହତ୍ୟା ନ କରିବାକୁ ପରାମର୍ଶ ଦେଇଥିଲେ। ତଥାପି, ସେ ନିଜ ଜିଦରେ ଅଟଳ ରହିଲେ। ନିଜକୁ ସଫଳତାର ପାହାଚରେ ଦେଖିବା ନେଇ ସଂପୂର୍ଣ୍ଣ ଲାଗିପଡିଲେ।

ପରଦିନ ଅଡିସନରେ ମନୀଷା ତାଙ୍କ ଅଭିନୟର ଯାଦୁରେ ବିଦୁଙ୍କୁ ଆଶ୍ଚର୍ଯ୍ୟ କରିଦେଲେ। ତା’ପରେ ବିଦୁ ତାଙ୍କୁ କହିଥିଲେ, “ଯଦି ତୁମେ ମୋର ଚଳଚ୍ଚିତ୍ରର ପ୍ରତ୍ୟେକ ଦୃଶ୍ୟକୁ ହୃଦୟ ଏବଂ ପ୍ରାଣ ସହିତ କରିବାକୁ ପ୍ରସ୍ତୁତ, ତେବେ ମୁଁ ମାଧୁରୀ ଦୀକ୍ଷିତଙ୍କ ବଦଳରେ ତୁମକୁ ସାଇନ୍ କରିବି। ମନୀଷା, ଗତକାଲି ତୁମେ ଶୂନରେ ଥିଲ ଏବଂ ଆଜି ତୁମେ ଶହେରେ ଅଛ।” ଆସନ୍ତୁ ଆପଣଙ୍କୁ କହିବା ଯେ ୨୦୧୨ରେ କର୍କଟ ରୋଗରେ ପୀଡିତ ହେବା ପରେ ମନୀଷା ନିଜକୁ ଚଳଚ୍ଚିତ୍ରଠାରୁ ଦୂରେଇ ରଖିଥିଲେ। ସେ ଫିଲ୍ମ 'ଡିୟର୍ ମାୟା' ସହିତ ୨୦୧୭ ରେ ବଲିଉଡ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲେ।

Advertisment
Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ