Advertisment

ସ୍ୱାମୀଙ୍କ ମୃତ୍ୟୁ ପରେ ରୋମାଣ୍ଟିକ୍ ଜୀବନ କାଟୁଛନ୍ତି ୫୧ ବର୍ଷିୟା ମନ୍ଦିରା ବେଦୀ !

ମନ୍ଦିରା ବେଦୀଙ୍କ ସ୍ୱାମୀ ରାଜ କୌଶଲଙ୍କ ଜୁନ୍ ୨୦୨୧ରେ ହୃଦଘାତରେ ମୃତ୍ୟୁ ହୋଇଥିଲା। ସ୍ୱାମୀଙ୍କ ମୃତ୍ୟୁ ପରେ ଅଭିନେତ୍ରୀ ଖୁବ ଭାଙ୍ଗିପଡିଥିଲେ। ଏବେ କିନ୍ତୁ ସେ ଅନ୍ୟଜଣଙ୍କ ସହ ରୋମାଣ୍ଟିକ୍ ଜୀବନ ଜୀଉଥିବା ଦେଖିବାକୁ ମିଳେ।

ଅଦ୍ୟତନ ହୋଇଛି
mandira bedi in relationship with friend aditya motwani

mandira bedi in relationship with friend aditya motwani

Advertisment

ଅଭିନେତ୍ରୀ, ଟିଭି ଉପସ୍ଥାପିକା, ନିର୍ମାତା ଏବଂ ଫ୍ୟାଶନ୍ ଡିଜାଇନର୍ ମନ୍ଦିରା ବେଦୀ ଏବେ ଖୁବ ଚର୍ଚ୍ଚାରେ ଅଛନ୍ତି। ଏହି ୫୧ ବର୍ଷୀୟା ଅଭିନେତ୍ରୀ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚାର ପରିସର ତିଆରି କରିଛନ୍ତି। ତାଙ୍କ ସ୍ୱାମୀ ତଥା ଚଳଚ୍ଚିତ୍ର ନିର୍ମାତା ରାଜ କୌଶଲଙ୍କ ଜୁନ୍ ୨୦୨୧ରେ ହୃଦଘାତରେ ମୃତ୍ୟୁ ହୋଇଥିଲା। ସ୍ୱାମୀଙ୍କ ମୃତ୍ୟୁ ପରେ ଏହି ଅଭିନେତ୍ରୀ ଖୁବ ଦୁଃଖରେ ଥିଲେ।

Advertisment

ତାଙ୍କର ସୋସିଆଲ ମିଡିଆ ପୋଷ୍ଟରୁ ଜଣାପଡିଥିଲା ଯେ ସ୍ୱାମୀଙ୍କ ମୃତ୍ୟୁ ପରେ ସେ ଖୁବ ଭାଙ୍ଗି ପଡିଥିଲେ। ତାଙ୍କ ଦୁଇ ସନ୍ତାନର ଦାୟିତ୍ୱ ସଂପୂର୍ଣ୍ଣ ଭାବେ ତାଙ୍କ ଉପରେ ପଡ଼ିଥିଲା। ସିଙ୍ଗଲ୍ ପ୍ୟାରେଣ୍ଟ୍ ଭାବରେ ସେ ନିଜ ଦାୟିତ୍ୱକୁ ବହୁତ ଭଲ ଭାବରେ ପୂରଣ କରୁଛନ୍ତି। କିନ୍ତୁ ବର୍ତ୍ତମାନ ଦେଖାଯାଉଛି ଯେ ସେ ନିଜ ପିଲାମାନଙ୍କ ଯତ୍ନନେବା ପାଇଁ ଆଉ ଜଣେ ପାର୍ଟନର୍ ପାଇଯାଇଛନ୍ତି।

Advertisment

ବର୍ତ୍ତମାନ ମନ୍ଦିରା ବେଦୀଙ୍କର ଏକ ବର୍ଷ ତଳର ପୁରୁଣା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଫଟୋଗୁଡ଼ିକରେ ସେ ତାଙ୍କର ଘନିଷ୍ଠ ବନ୍ଧୁଙ୍କ ସହିତ ରୋମାଣ୍ଟିକ୍ ପୋଜରେ ନଜର ଆସିଛନ୍ତି। ମନ୍ଦିରା ଶେୟାର କରିଥିବା ଫଟୋଗୁଡ଼ିକରେ ସେ ପୁଲ୍‌ରେ ଗାଧୋଉଥିବାବେଳେ ତାଙ୍କ ଘନିଷ୍ଠ ବନ୍ଧୁଙ୍କ ସହିତ ରୋମାଣ୍ଟିକ୍ ପୋଜ୍ ଦେଉଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ ତାଙ୍କୁ ବିକିନିରେ ଗ୍ଲାମରସ୍ ଷ୍ଟାଇଲ୍‌ରେ ଦେଖିବାକୁ ମିଳେ। ମନ୍ଦିରାଙ୍କର ଏହି ଘନିଷ୍ଠ ବନ୍ଧୁଙ୍କ ନାଁ ହେଉଛି ଆଦିତ୍ୟ ମୋଟୱାନୀ।

ମନ୍ଦିରା ବେଦୀ ଏବଂ ଆଦିତ୍ୟ ମୋଟୱାନୀଙ୍କ ଏହି ଫଟୋ ଥାଇଲ୍ୟାଣ୍ଡ ଭ୍ୟାକେସନ ସମୟର ବୋଲି ଜଣାଯାଏ। ଗୋଟିଏ ଫଟୋରେ ମନ୍ଦିରା ଆଦିତ୍ୟଙ୍କ ନାକରେ ଆଙ୍ଗୁଠି ପୂରେଇଥିବା ଦେଖିବାକୁ ମିଳେ। ଆଉ ଏକ ଫଟୋରେ ପାଣି ଭିତରେ ଉଭୟ ପରସ୍ପରଙ୍କୁ ଆଲିଙ୍ଗନ କରିଥିବା ଦେଖାଯାଏ। ସେ ଗତ ବର୍ଷ ମେ’ ମାସରେ ଆଦିତ୍ୟଙ୍କ ଜନ୍ମଦିନରେ ଏହି ଫଟୋଗୁଡିକ ଶେୟାର କରିଥିଲେ।

Advertisment

ସେ ତାଙ୍କ ପୋଷ୍ଟ୍‌ର କ୍ୟାପ୍‌ସନ୍‌ରେ ଲେଖିଛନ୍ତି, “ହାପି ବାର୍ଥଡେ ଆଦି! ଏହି ଫଟୋଗୁଡିକ କହୁଛି ଯେ ତୁମେ ମୋ ପାଇଁ କ’ଣ। ଆମେ ପରସ୍ପରକୁ ବହୁତ ଦିନରୁ ଜାଣିଛେ। ଆମର ବନ୍ଧନ କିପରି। ଏବଂ ମୁଁ ତୁମକୁ କେତେ ବିଶ୍ୱାସ କରେ। ଅଧିକ ସୁଖ, ପ୍ରେମ ଏବଂ ସଫଳତା ମିଳୁ। ମୁଁ ତୁମକୁ ଭଲ ପାଏ... ୧୭ ବର୍ଷ ବୟସରୁ ତମେ ମୋର ପ୍ରିୟ ବନ୍ଧୁ।”

ମନ୍ଦିରାଙ୍କ ଏହି ଫଟୋକୁ ନେଇ ସୋସିଆଲ୍ ମିଡିଆରେ ଖୁବ ଅସନ୍ତୋଷ ଦେଖାଦେଇଛି। ଲୋକମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି।

ମନ୍ଦିରା ବେଦୀଙ୍କର ଏହି ପୋଷ୍ଟ ଗତ ବର୍ଷର ହୋଇଥିଲେ ବି ବର୍ତ୍ତମାନ ଲୋକମାନେ ଏହାକୁ ଦେଖିବା ପରେ ପ୍ରଶ୍ନ ଉଠାଉଛନ୍ତି। ଜଣେ ଲେଖିଛନ୍ତି, “ସ୍ୱାମୀଙ୍କ ମୃତ୍ୟୁକୁ ୨ ବର୍ଷ ମଧ୍ୟ ହୋଇନାହିଁ।” ଆଉ ଜଣେ ଲେଖିଛନ୍ତି, “ଜଣେ ସେଲିବ୍ରିଟିଙ୍କ ଜୀବନରେ ପାର୍ଟନର୍ ବଦଳେଇବା ଏକ ସାଧାରଣ କଥା।”

ଏହି ସମୟରେ କିଛି ଲୋକ ମଧ୍ୟ ତାଙ୍କୁ ସମର୍ଥନ କରିଛନ୍ତି। ଜଣେ ଲେଖିଛନ୍ତି, “ସେ ପୁଣିଥମେ ପ୍ରେମ ପାଇବାକୁ ଯୋଗ୍ୟ।” ଅନ୍ୟ ଜଣେ ଲେଖିଛନ୍ତି, “ସମସ୍ତଙ୍କୁ ସମର୍ଥନ ଏବଂ ପ୍ରେମ ଦରକାର।”

Bollywood Bollywood Affair Mandira Bedi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ